୧୦ କୋଟିର ସୁନା ଲୁଟ୍‌ ମାମଲା: ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଲା କର୍ଣ୍ଣାଟକ ପୋଲିସ

Madhusudan Das Picture
Published On

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଲା କର୍ଣ୍ଣାଟକ ପୋଲିସ । ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ କୋର୍ଟ। ଏପ୍ରିଲ ୯ ତାରିଖରୁ ୧୫ ତାରିଖ ଯାଏ ରିମାଣ୍ଡ ଅବଧୀ ରହିଛି । କର୍ଣ୍ଣାଟକ ପୁଲିସର ଏକ ସ୍ବତନ୍ତ୍ର ଟିମ୍ କଟକ ଚୌଦ୍ଵାର ଜେଲ୍‌ରୁ କଡ଼ା ସୁରକ୍ଷା ଭିତରେ ରାଜାକୁ କର୍ଣ୍ଣାଟକ ନେଇଛନ୍ତି। ମହୀଶୁର ନିକଟରେ ୧୦ କୋଟି ଟଙ୍କାର ଡକାୟତି ସମ୍ପର୍କରେ ଜେରା କରିବ କର୍ଣ୍ଣାଟକ ପୋଲିସ ।

ଆହୁରି ପଢ଼ନ୍ତୁ: ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ, ୬ ଗୁରୁତର ଆହତ

ସୂଚନାଯୋଗ୍ୟ, କଟକ ଚୌଦ୍ଵାର ଜେଲ୍‌ରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ଓ ରାଜା ସାହାଣୀ ଫେରାର ହୋଇଥିଲେ । ଫେରାରର ୭ ମାସ ପରେ କଟକ କମିଶନରେଟ୍ ପୋଲିସକୁ ଚକମା ଦେଇ ଏଇ ରାଜ୍ୟରୁ ସେଇ ରାଜ୍ୟକୁ ବୁଲିଥିବା ରାଜାକୁ ଋଷିକେଶରୁ ଗିରଫ କରିଥିଲା କଟକ ସ୍ପେଶାଲ ସ୍କ୍ୱାର୍ଡ । ଗତ ଫେବ୍ରୁଆରୀ ୧୪ ତାରିଖରେ ମଧୁକାନ୍ତକୁ ବୃନ୍ଦାବନରୁ ପୋଲିସ ଧରିଥିବା ବେଳେ ଚକମା ଦେଇ ଖସି ଯାଇଥିଲା ରାଜା ସାହାଣୀ । ଫେରାର୍ ହେବା ପରେ ରାଜା ସାହାଣୀ କର୍ଣ୍ଣାଟକ ମହୀଶୂର ଜିଲ୍ଲାର ହୁନ୍ସୁର୍ ଟାଉନରେ ୨୦୨୫ ଡିସେମ୍ବର ୨୮ରେ ଏକ ଗହଣା ଦୋକାନରୁ ପ୍ରାୟ ୧୦କୋଟି ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟି ନେଇଥିଲା । ଏହି ଡକାୟତି ଘଟଣା ପରେ ଓଡ଼ିଶାର ଚୌଦ୍ବାର ଜେଲରୁ ଫେରାର୍ ରାଜା ସାହାଣୀ ପଛରେ ପଡ଼ିଯାଇଥିଲା କର୍ଣ୍ଣାଟକ ପୋଲିସ। 

ଆହୁରି ପଢ଼ନ୍ତୁ: ଓଡ଼ିଶାକୁ ତଳିତଳାନ୍ତ କରିବାକୁ ଷଡ଼ଯନ୍ତ୍ର: ମାନସ ମଙ୍ଗରାଜ

09 Apr 2026 By Madhusudan Das

୧୦ କୋଟିର ସୁନା ଲୁଟ୍‌ ମାମଲା: ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଲା କର୍ଣ୍ଣାଟକ ପୋଲିସ

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଲା କର୍ଣ୍ଣାଟକ ପୋଲିସ । ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ କୋର୍ଟ। ଏପ୍ରିଲ ୯ ତାରିଖରୁ ୧୫ ତାରିଖ ଯାଏ ରିମାଣ୍ଡ ଅବଧୀ ରହିଛି । କର୍ଣ୍ଣାଟକ ପୁଲିସର ଏକ ସ୍ବତନ୍ତ୍ର ଟିମ୍ କଟକ ଚୌଦ୍ଵାର ଜେଲ୍‌ରୁ କଡ଼ା ସୁରକ୍ଷା ଭିତରେ ରାଜାକୁ କର୍ଣ୍ଣାଟକ ନେଇଛନ୍ତି। ମହୀଶୁର ନିକଟରେ ୧୦ କୋଟି ଟଙ୍କାର ଡକାୟତି ସମ୍ପର୍କରେ ଜେରା କରିବ କର୍ଣ୍ଣାଟକ ପୋଲିସ ।

ସୂଚନାଯୋଗ୍ୟ, କଟକ ଚୌଦ୍ଵାର ଜେଲ୍‌ରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ଓ ରାଜା ସାହାଣୀ ଫେରାର ହୋଇଥିଲେ । ଫେରାରର ୭ ମାସ ପରେ କଟକ କମିଶନରେଟ୍ ପୋଲିସକୁ ଚକମା ଦେଇ ଏଇ ରାଜ୍ୟରୁ ସେଇ ରାଜ୍ୟକୁ ବୁଲିଥିବା ରାଜାକୁ ଋଷିକେଶରୁ ଗିରଫ କରିଥିଲା କଟକ ସ୍ପେଶାଲ ସ୍କ୍ୱାର୍ଡ । ଗତ ଫେବ୍ରୁଆରୀ ୧୪ ତାରିଖରେ ମଧୁକାନ୍ତକୁ ବୃନ୍ଦାବନରୁ ପୋଲିସ ଧରିଥିବା ବେଳେ ଚକମା ଦେଇ ଖସି ଯାଇଥିଲା ରାଜା ସାହାଣୀ । ଫେରାର୍ ହେବା ପରେ ରାଜା ସାହାଣୀ କର୍ଣ୍ଣାଟକ ମହୀଶୂର ଜିଲ୍ଲାର ହୁନ୍ସୁର୍ ଟାଉନରେ ୨୦୨୫ ଡିସେମ୍ବର ୨୮ରେ ଏକ ଗହଣା ଦୋକାନରୁ ପ୍ରାୟ ୧୦କୋଟି ଟଙ୍କାର ସୁନା ଓ ହୀରା ଅଳଙ୍କାର ଲୁଟି ନେଇଥିଲା । ଏହି ଡକାୟତି ଘଟଣା ପରେ ଓଡ଼ିଶାର ଚୌଦ୍ବାର ଜେଲରୁ ଫେରାର୍ ରାଜା ସାହାଣୀ ପଛରେ ପଡ଼ିଯାଇଥିଲା କର୍ଣ୍ଣାଟକ ପୋଲିସ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର