ପଲାସା ଓ ଇଚ୍ଛାପୁରମକୁ ପୂର୍ବତଟରୁ ହଟାଇବା ନିଷ୍ପତ୍ତି, ଓଡ଼ିଶା ଦିବସରେ ଡବଲ ଇଞ୍ଜିନ୍ ସରକାରଙ୍କ ଉପହାର: ବିଜେଡି
ଭୁବନେଶ୍ୱର: ‘ଡବଲ ଇଞ୍ଜିନ, ଡବଲ ବିକାଶ’ ନାରା ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାର ଓଡ଼ିଶାକୁ ଅଧିକ ସହାୟତା ପ୍ରଦାନ କରିବା ପରିବର୍ତ୍ତେ ହକ୍କୁ ଛଡ଼ାଇ ନେବାକୁ ଷଡ଼ଯନ୍ତ୍ର ଚଳାଇଛି। ଓଡ଼ିଶା ଦିବସ ପାଳନ ସମୟରେ ପଲାସା ଓ ଇଚ୍ଛାପୁରମ ଅଞ୍ଚଳକୁ ଓଡ଼ିଶାରେ ଥିବା ପୂର୍ବତଟ ରେଳବାଇରୁ କାଢିନେଇ ଆନ୍ଧ୍ରପ୍ରଦେଶରେ ଥିବା ଦକ୍ଷିଣତଟ ରେଳବାଇରେ ମିଶ୍ରଣ କରାଯାଇଛି । ବିଜେପି ସରକାରଠାରୁ ଓଡ଼ିଶାବାସୀଙ୍କ ପାଇଁ ଏହାଠାରୁ ମହାର୍ଘ୍ୟ ଉପହାର ଆଉ କ’ଣ ଥାଇପାରେ ବୋଲି କଟାକ୍ଷ କରିଛି ବିଜେଡ଼ି। ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ ଓ ଦଳର ମୁଖପାତ୍ର ଲେନିନ ମହାନ୍ତି ଡବଲ ଇଞ୍ଜିନ ସରକାର ରାଜ୍ୟକୁ ଡବଲ ଧୋକା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।
ଅତନୁ କହିଛନ୍ତି ଯେ ପୂର୍ବତଟ ରେଳବାଇ ଦେଶରେ ଥିବା ସମସ୍ତ ରେଳବାଇ ଡିଭିଜନ ଭିତରେ ସବୁଠାରୁ ଅଧିକ ରାଜସ୍ୱ ଦେଉଥିବା ଡିଭିଜନ। ମାତ୍ର ଆନ୍ଧ୍ରକୁ ଖୁସି କରାଇବାକୁ ଯାଇ ଓଡ଼ିଶାରେ ଥିବା ପୂର୍ବତଟ ରେଳବାଇକୁ ଦୁର୍ବଳ କରିବାକୁ ଲଗାତର ଉଦ୍ୟମ ହେଉଛି। ବର୍ଷେ ତଳେ କୋରାପୁଟ ଜିଲ୍ଲା ଓ ରାୟଗଡା ଜିଲ୍ଲାର କିଛି ଅଂଶକୁ ଦକ୍ଷିଣତଟ ରେଳବାଇରେ ସାମିଲ କରାଯାଇଥିଲା। ଏବେ ଓଡ଼ିଶା ଦିବସ ପାଳିତ ହେଉଥିବା ବେଳେ ପଲାସା ଓ ଇଚ୍ଛାପୁରମକୁ ଦକ୍ଷିଣତଟ ରେଳବାଇରେ ସାମିଲ କରାଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପିର ନେତାମାନେ ରାଜ୍ୟ ପ୍ରତି ଏହି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସାହସ ଜୁଟାଇ ପାରୁନାହାନ୍ତି। ପୂର୍ବତଟ ରେଳବାଇକୁ ଲଗାତର ଭାବେ ସଙ୍କୁଚିତ କରାଯାଉଛି, କିନ୍ତୁ ଓଡ଼ିଶାର ୨୦ ଜଣ ବିଜେପି ଲୋକସଭା ସାଂସଦ ଓ ରାଜ୍ୟ ନେତୃତ୍ୱ ମୁହଁରେ ତୁଣ୍ଡି ଦେଇ ବସି ରହିଛନ୍ତି। ଯେଉଁ ୨୦ ଜଣ ବିଜେପି ସାଂସଦ ରାଜ୍ୟରୁ ଯାଇଛନ୍ତି, ସେମାନଙ୍କ ଭୂମିକା କ’ଣ ବୋଲି ରାଜ୍ୟବାସୀ ଜାଣିବାକୁ ଚାହୁଁଛନ୍ତି ? ଓଡ଼ିଶାର ସାଂସଦ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଓଡ଼ିଶାର ସ୍ୱାର୍ଥକୁ ଆନ୍ଧ୍ର ପାଖରେ ବନ୍ଧା ପକାଇଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ନାୟକ କହିଛନ୍ତି। ସେହିପରି ଲେନିନ କହିଛନ୍ତି ଯେ ରାଜ୍ୟରେ ୬ଟି ଜିଲ୍ଲାକୁ ରେଳ ସଂଯୋଗ ହୋଇପାରି ନାହିଁ। ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଲେ, ଓଡିଶାକୁ ଅଧିକ କ’ଣ ଦେବେ, ଓଡ଼ିଶାର ହକ୍କୁ ଛଡାଇ ନେଉଛନ୍ତି। ଏହାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିବା ସହିତ ଓଡ଼ିଶାର ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଥିବା ରେଳ ଅଞ୍ଚଳ ଗୁଡିକୁ ଦକ୍ଷିଣ-ପୂର୍ବ ରେଳବାଇରୁ କାଢି ପୂର୍ବତଟ ରେଳବାଇରେ ମିଶ୍ରଣ କରି ଏହାକୁ ଅଧିକ ସୁଦୃଢ଼ କରିବା ପାଇଁ ସେ ଦାବି କରିଛନ୍ତି ।