ଆଜିଠାରୁ ଓଡ଼ିଶା ସହ ୧୧ ରାଜ୍ୟରେ ଜନଗଣନା, ଲୋକଙ୍କୁ ପଚରାଯିବ ୩୩ ପ୍ରଶ୍ନ

Madhusudan Das Picture
Published On

ଭୁବନେଶ୍ୱର: ଦେଶରେ ଆଜିଠୁ ଆରମ୍ଭ ହେଉଛି ଜନଗଣନା । ଦୁଇଟି ପର୍ଯ୍ୟାୟରେ ଚାଲିବ ଏହି ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସହ ୧୧ଟି ରାଜ୍ୟରେ ଜନଗଣନା କରାଯିବ। କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରଥମଥର ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ୍‌ ମାଧ୍ୟମରେ ଜନଗଣନା କରାଯିବ। ପ୍ରଥମ ୧୫ ଦିନ ସ୍ୱଗଣନା ହେବ । ଏପ୍ରିଲ ୧୬ ତାରିଖଠାରୁ ମେ ୧୫ ତାରିଖ ଯାଏ ଜନଗଣନାକାରୀ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ବୋଲି ସରକାର ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଭିମ୍‌ସାର୍‌ର ଦୁଇ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ, ରେଡ୍ ବେଳେ ଉଭୟଙ୍କର ୪୨ ପ୍ଲଟ ଠାବ

ପ୍ରଥମ ପର୍ଯ୍ୟାୟରେ ନୂତନ ବ୍ୟବସ୍ଥା ଭାବେ ସେଲ୍ଫ୍‌-ଏନ୍ୟୁମେରେସନ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହା ଅନୁସାରେ ଏପ୍ରିଲ୍‌ ୧ ଠାରୁ ୧୫ ପର୍ଯ୍ୟନ୍ତ ଲୋକମାନେ ନିଜେ ଅନଲାଇନ୍‌ ମାଧ୍ୟମରେ ତାଙ୍କର ପରିବାର ଓ ଘର ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିବେ। ଏହା ପରେ ଏପ୍ରିଲ୍‌ ୧୬ ଠାରୁ ମେ ୧୫ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାରେ ଘରେ ଘରେ ଯାଇ ସରକାରୀ କର୍ମଚାରୀମାନେ ସର୍ଭେ କାମ କରିବେ। ପ୍ରାୟ ୧ ଲକ୍ଷରୁ ଅଧିକ ଏନ୍ୟୁମେରେଟର୍‌ ଓ ସୁପରଭାଇଜର୍‌ ଏହି କାର୍ଯ୍ୟରେ ନିଯୁକ୍ତ ହେବେ। ଏହି ପର୍ଯ୍ୟାୟରେ ଘରର ପ୍ରକାର, ପାଣି, ବିଦ୍ୟୁତ୍‌, ଶୌଚାଳୟ, ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କିତ ପ୍ରାୟ ୩୩ଟି ପ୍ରଶ୍ନ ପଚାରାଯିବ। ଏହି ସମସ୍ତ ତଥ୍ୟ ମୋବାଇଲ୍‌ ଆପ୍‌ ମାଧ୍ୟମରେ ସଂଗ୍ରହ କରାଯିବ। ଏଥର ଜନଗଣନା ପାଇଁ କୌଣସି ଡକ୍ୟୁମେଣ୍ଟ ଦେବା ଦରକାର ହେବ ନାହିଁ। ସରକାର କହିଛନ୍ତି ଯେ ଏହାକୁ ସହଜ ଓ ସୁବିଧାଜନକ କରିବା ପାଇଁ ଏମିତି ବ୍ୟବସ୍ଥା ନିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଯାହା ୨୦୨୭ ଫେବ୍ରୁଆରୀରେ ହେବ, ଯେଉଁଥିରେ ଲୋକସଂଖ୍ୟା, ଆର୍ଥିକ ଓ ସାମାଜିକ ତଥ୍ୟ ସଂଗ୍ରହ କରାଯିବ। ଏଥିରେ ଜାତି ସମ୍ପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ହର୍ମୁଜ ପ୍ରଣାଳୀ ପାର କରି ୨୦ ଲକ୍ଷ ବ୍ୟାରେଲ ତୈଳ ସହ ପାରାଦୀପରେ ପହଞ୍ଚିଲା MT SANMAR HERALD

01 Apr 2026 By Madhusudan Das

ଆଜିଠାରୁ ଓଡ଼ିଶା ସହ ୧୧ ରାଜ୍ୟରେ ଜନଗଣନା, ଲୋକଙ୍କୁ ପଚରାଯିବ ୩୩ ପ୍ରଶ୍ନ

ଭୁବନେଶ୍ୱର: ଦେଶରେ ଆଜିଠୁ ଆରମ୍ଭ ହେଉଛି ଜନଗଣନା । ଦୁଇଟି ପର୍ଯ୍ୟାୟରେ ଚାଲିବ ଏହି ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସହ ୧୧ଟି ରାଜ୍ୟରେ ଜନଗଣନା କରାଯିବ। କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରଥମଥର ପାଇଁ ସମ୍ପୂର୍ଣ୍ଣ ଡିଜିଟାଲ୍‌ ମାଧ୍ୟମରେ ଜନଗଣନା କରାଯିବ। ପ୍ରଥମ ୧୫ ଦିନ ସ୍ୱଗଣନା ହେବ । ଏପ୍ରିଲ ୧୬ ତାରିଖଠାରୁ ମେ ୧୫ ତାରିଖ ଯାଏ ଜନଗଣନାକାରୀ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ବୋଲି ସରକାର ସୂଚନା ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ନୂତନ ବ୍ୟବସ୍ଥା ଭାବେ ସେଲ୍ଫ୍‌-ଏନ୍ୟୁମେରେସନ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହା ଅନୁସାରେ ଏପ୍ରିଲ୍‌ ୧ ଠାରୁ ୧୫ ପର୍ଯ୍ୟନ୍ତ ଲୋକମାନେ ନିଜେ ଅନଲାଇନ୍‌ ମାଧ୍ୟମରେ ତାଙ୍କର ପରିବାର ଓ ଘର ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିବେ। ଏହା ପରେ ଏପ୍ରିଲ୍‌ ୧୬ ଠାରୁ ମେ ୧୫ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାରେ ଘରେ ଘରେ ଯାଇ ସରକାରୀ କର୍ମଚାରୀମାନେ ସର୍ଭେ କାମ କରିବେ। ପ୍ରାୟ ୧ ଲକ୍ଷରୁ ଅଧିକ ଏନ୍ୟୁମେରେଟର୍‌ ଓ ସୁପରଭାଇଜର୍‌ ଏହି କାର୍ଯ୍ୟରେ ନିଯୁକ୍ତ ହେବେ। ଏହି ପର୍ଯ୍ୟାୟରେ ଘରର ପ୍ରକାର, ପାଣି, ବିଦ୍ୟୁତ୍‌, ଶୌଚାଳୟ, ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କିତ ପ୍ରାୟ ୩୩ଟି ପ୍ରଶ୍ନ ପଚାରାଯିବ। ଏହି ସମସ୍ତ ତଥ୍ୟ ମୋବାଇଲ୍‌ ଆପ୍‌ ମାଧ୍ୟମରେ ସଂଗ୍ରହ କରାଯିବ। ଏଥର ଜନଗଣନା ପାଇଁ କୌଣସି ଡକ୍ୟୁମେଣ୍ଟ ଦେବା ଦରକାର ହେବ ନାହିଁ। ସରକାର କହିଛନ୍ତି ଯେ ଏହାକୁ ସହଜ ଓ ସୁବିଧାଜନକ କରିବା ପାଇଁ ଏମିତି ବ୍ୟବସ୍ଥା ନିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଯାହା ୨୦୨୭ ଫେବ୍ରୁଆରୀରେ ହେବ, ଯେଉଁଥିରେ ଲୋକସଂଖ୍ୟା, ଆର୍ଥିକ ଓ ସାମାଜିକ ତଥ୍ୟ ସଂଗ୍ରହ କରାଯିବ। ଏଥିରେ ଜାତି ସମ୍ପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର