ପୁରୀ ବେଳାଭୂମିରେ ଅଘଟଣ; ସମୁଦ୍ରରେ ଗାଧୋଇବାବେଳେ ବୁଡ଼ିଯାଇ ଦୁଇ ପର୍ଯ୍ୟଟକ ମୃତ

Madhusudan Das Picture
Published On

ପୁରୀ: ପୁଣି ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ସ୍ନାନ ବେଳେ ବୁଡ଼ିଯାଇ ଦୁଇଜଣ ପର୍ଯ୍ୟଟକଙ୍କ ମୃତ୍ୟୁ। ମୃତ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ। ପୁରୀ ମେଡିକାଲରେ ଦୁଇ ପର୍ଯ୍ୟଟକଙ୍କୁ ମୃତ ଘୋଷଣା କଲେ ଡ଼ାକ୍ତର। ସମୁଦ୍ରରେ ସ୍ନାନ କରୁଥିବା ବେଳେ ଘଟିଛି ଏଭଳି ଅଘଟଣ। 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନ୍‌ର ଅଧୀକ୍ଷଣ ଯନ୍ତ୍ରୀ, ୨୧.୮୮ ଲକ୍ଷ ଟଙ୍କା ଜବତ

ସୂଚନା ଅନୁସାରେ ଆଜି କିଛି ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ । ହେଲେ ଗାଧୋଉଥିବା ସମୟରେ ହଠାତ୍ ସେମାନେ ସମୁଦ୍ରର ପାଣି ସୁଅରେ ଭାସିଯାଇଥିଲେ । ଘଟଣାସ୍ଥଳରେ ଥିବା ଲାଇଫ ଗାର୍ଡମାନେ ତୁରନ୍ତ ବୁଡ଼ିଯାଉଥିବା ଦୁଇଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତୁରନ୍ତ ସେମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୮ରେ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର