ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ; ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବ୍ରିଜ ଉପରକୁ ଚଢିଗଲା ବସ୍, ଡ୍ରାଇଭର ମୃତ

Madhusudan Das Picture
Published On

ସୋର: ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବଜାର ଉପରେ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା । ଆଜି ଭୋର ସମୟରେ ପଶ୍ଚିମବଙ୍ଗ ରୁ ଆନ୍ଧ୍ରକୁ ଏକ ତୀର୍ଥ ଯାତ୍ରୀ ବସ ଯାଉଥିଲା । ତେବେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବ୍ରିଜ ଉପରକୁ ଚଢିଯାଇଥିଲା । ତେଣୁ ଡ୍ରାଇଭର ଜଣକ ବ୍ରିଜରୁ ତଳକୁ ଖସିପଡ଼ିଥିଲେ । ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଯାଇଥିଲା । ବସରେ 50 ଜଣ ଯାତ୍ରୀ ଥିବା ବେଳେ 14 ଜଣ ଗୁରୁତର ଆହତ ହୋଇ ଏବେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ଏବେ ବସଟି ପୋଲ ଉପରେ ଝୁଲି ରହିଛି ।

ଆହୁରି ପଢ଼ନ୍ତୁ: କଣାସରେ ହଜାର ହଜାର ବିଦେଶୀ ପକ୍ଷୀଙ୍କ ଆଗମନ: ବେଆଇନ ଶିକାର ନେଇ ପରିବେଶବିତ୍‌ଙ୍କ ଉଦ୍‌ବେଗ

ସୂଚନା ମୁତାବକ, ଆଜି ସକାଳ ୫ଟା ୧୫ରେ କଲିକତାରୁ ଶ୍ରୀ ଭେଙ୍କେଟଲକ୍ଷ୍ମୀ ନାମକ ଏକ ତୀର୍ଥଯାତ୍ରୀ ବସ ପୁରୀ ଅଭିମୁଖେ ଯାଉଥିଲା ।  ସେହି ସମୟରେ ଖନ୍ତାପଡ଼ା ଥାନା ବାହାନଗା ଛକ ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଡ଼ିଯାଇଥିଲା ବସ।ଫଳରେ ବସରେ ଥିବା ଡ୍ରାଇଭର ପୋଲକୁ ବାଡେଇ ହୋଇ ପୋଲ ତଳକୁ ଖସି ପଡ଼ିଥିବା ବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବସରେ ୫୦ ଜଣ ଯାତ୍ରୀ ଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇ ଏବେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ଘଟଣାସ୍ଥଳରେ ଖନ୍ତାପଡ଼ା ପୁଲିସ,ବାହାନଗା ଅଗ୍ନିଶମ ବିଭାଗ,ଜାତୀୟ ରାଜପଥ ପୁଲିସ ମିଳିତ ଭାବେ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି।

ଆହୁରି ପଢ଼ନ୍ତୁ: ଆନ୍ଧ୍ରରେ ମାଡ ହେଲା ଭୀଷଣ ବାତ୍ୟା 'ଅର୍ଣ୍ଣବ': କାକିନାଡ଼ା ଉପକୂଳରେ ସମୁଦ୍ରର ତାଣ୍ଡବ, ପ୍ରବଳ ବର୍ଷା ଓ ପବନରେ ଜନଜୀବନ ଅସ୍ତବ୍ୟସ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର