ଲକ୍ଷ୍ମୀସାଗର ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଉତ୍ସାହର ସହ ପାଳିତ ହେଲା ବିବେକାନନ୍ଦ ଜୟନ୍ତୀ: ଆଦର୍ଶ ମଣିଷ ହେବାକୁ ଆହ୍ୱାନ

Sakala Desk Picture
Published On

ଭୁବନେଶ୍ୱର: ଗତ ଜାନୁଆରୀ ୧୨ ତାରିଖ ଦିନ ଲକ୍ଷ୍ମୀସାଗର ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅତ୍ୟନ୍ତ ଭକ୍ତିଭାବ ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏହି ବିଶେଷ ଅବସରରେ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେଇ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

Vivekananda Jayanti Celebrated with Fervor at Laxmisagar Vivekananda Shiksha Kendra

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି

ଏହି ଉତ୍ସବରେ ବିବେକାନନ୍ଦ ଶିକ୍ଷା କେନ୍ଦ୍ର (ଜଗନ୍ନାଥ ନଗର)ର ସଭାପତି ପ୍ରଫେସର୍ ଗୌରାଙ୍ଗ ଚରଣ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ଲର୍ଡ ଜଗନ୍ନାଥ ମିଶନ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀଯୁକ୍ତ ବୈରାଗୀ ଚରଣ ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀସାଗର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ମ୍ୟାନେଜର ଶ୍ରୀଯୁକ୍ତ ସତ୍ୟାନନ୍ଦ ରାଜ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମୃଣ୍ମୟୀ ମହାପାତ୍ର ଓ ଓଡ଼ିଆ ମାଧ୍ୟମର ଅଧ୍ୟକ୍ଷ ଶ୍ରୀଯୁକ୍ତ ନନ୍ଦକିଶୋର ବେହେରା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବିଦ୍ୟାଳୟର ମ୍ୟାନେଜର ଶ୍ରୀଯୁକ୍ତ ସତ୍ୟାନନ୍ଦ ରାଜ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଆହୁରି ପଢ଼ନ୍ତୁ: ଗୁରୁ ନାଁରେ କଳଙ୍କ: ନାବାଳକ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ କ୍ରିୟା, କଲେଜ ଅଧ୍ୟକ୍ଷ ଗିରଫ

ବିବେକାନନ୍ଦ ଜୟନ୍ତୀ

ପ୍ରଥମେ ସ୍ୱାମୀ ବିବେକାନନ୍ଦଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁନୀତା ପଣ୍ଡା, ମଧୁମିତା ପଣ୍ଡା, ପ୍ରଜ୍ଞା ପ୍ରିୟଦର୍ଶିନୀ ସାହୁ, ଜୟଶ୍ରୀ ମନ୍ତ୍ରୀ ଓ ମୋନାଲିସା ପଣ୍ଡା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ମୁଖ୍ୟ ଅତିଥି ପ୍ରଫେସର୍ ନନ୍ଦ ତାଙ୍କ ଉଦବୋଧନରେ କହିଥିଲେ ଯେ, "ଉଠ, ଜାଗ୍ରତ ହୁଅ ଓ ଲକ୍ଷ୍ୟ ପ୍ରାପ୍ତି ପର୍ଯ୍ୟନ୍ତ ଥମିଯାଅ ନାହିଁ"—ସ୍ୱାମୀଜୀଙ୍କ ଏହି ବାଣୀ ଯୁବସମାଜ ପାଇଁ ଚିରକାଳ ପ୍ରେରଣାର ଉତ୍ସ। ଛାତ୍ରଛାତ୍ରୀମାନେ ନିଜ ଭାଷଣ ମାଧ୍ୟମରେ ସ୍ୱାମୀଜୀଙ୍କ ଦେଶପ୍ରେମ ଓ ବିଚାରଧାରା ଉପରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମର ଶେଷ ଭାଗରେ ଏକ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଶେଷରେ ସମସ୍ତେ ଏକତ୍ର ଭୋଜନ କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ। ଏହି ଆୟୋଜନ ପିଲାମାନଙ୍କ ମଧ୍ୟରେ ସେବା ଓ ମାନବିକ ମୂଲ୍ୟବୋଧ ଜାଗ୍ରତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର