ଓଡ଼ିଶାରେ ମେଟ୍ରୋ ଭବିଷ୍ୟତ ଅନ୍ଧାର; ଦେଶରେ ୨୫ ସହରରେ ଗଡୁଛି ମେଟ୍ରୋ ରେଳ...

୨୧ରେ ଭୋପାଳ ମେଟ୍ରୋ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

Deviprasad Mohanty Picture
Published On

ଭୁବନେଶ୍ୱର: ସମଗ୍ର ଦେଶରେ ମେଟ୍ରୋ ରେଳ ନେଟୱାର୍କ ଧୀରେଧୀରେ ବଢ଼ିବାରେ ଲାଗିଛି। କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଏଯାବତ୍‌ ଦେଶର ୨୫ଟି ସହରରେ ମେଟ୍ରୋ ରେଳ କାର୍ଯ୍ୟକ୍ଷମ ହେଲାଣି।  ମାତ୍ର ଏହି ସମୟରେ ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ପୂର୍ବରୁ ବିଜେଡି ସରକାର ୨୦୨୭ ସୁଦ୍ଧା ରାଜଧାନୀରେ ମେଟ୍ରୋ ରେଳ ଗଡ଼ାଇବାକୁ ପ୍ରତିବଦ୍ଧତାର ସହ ଆଗକୁ ବଢ଼ିଥିବା ବେଳେ ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ  ବର୍ତ୍ତମାନ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ଏକପ୍ରକାର ଶୀତଳଭଣ୍ଡାରକୁ ଚାଲି ଯାଇଛି। ରାଜ୍ୟ ସରକାରଙ୍କ ଏପରି ଆଭିମୁଖ୍ୟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହାକୁ ବୁଦ୍ଧିଜୀବୀ ମହଲ ନାପସନ୍ଦ କରିଛନ୍ତି। ମେଟ୍ରୋ ସେବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ନୀତି ଆଦୌ ଜନ ହିତକର ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଆସନ୍ତା ୨୧ ତାରିଖରେ ମଧ୍ୟପ୍ରଦେଶରେ ଭୋପାଳ  ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିସି ଯୋଗେ ଉଦଘାଟନ କରିବେ। କେବଳ ଭୋପାଳ ନୁହେଁ, ବର୍ତ୍ତମାନ ଦେଶର ଏକାଧିକ ରାଜ୍ୟରେ ମୋଟ୍ରୋ ପ୍ରକଳ୍ପ ଜାରି ରହିଛି। ଦକ୍ଷିଣ ଭାରତରେ ବର୍ତ୍ତମାନ କର୍ଣ୍ଣାଟକ, କେରଳ, ତାମିଲନାଡୁ ଓ ତେଲେଙ୍ଗାନାରେ ପ୍ରାୟ ୨୫୧ କିଲୋମିଟର ବିଶିଷ୍ଟ ନୂଆ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ପୂର୍ବରୁ ଉପରୋକ୍ତ ୪ ରାଜ୍ୟରେ ୨୪୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରେଳ ଲାଇନ କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ଏହି ନୂତନ ରେଳ ଲାଇନ ଦକ୍ଷିଣ ଭାରତରେ ମେଟ୍ରୋ ରେଳ ସେବାକୁ ନୂଆ ଉଚ୍ଚତା ପ୍ରଦାନ କରିବ। ଉପରୋକ୍ତ ପ୍ରକଳ୍ପଗୁଡ଼ିକ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟନ୍ୱୟନ ହେଉଥିବା ଜଣାପଡ଼ିଛି। ଏତଦବ୍ୟତୀତ ଆନ୍ଧ୍ର ପ୍ରଦେଶ ସରକାର ଭାଇଜାଗ, ବିଜୟୱାଡାରେ ନିଜସ୍ୱ ଉଦ୍ୟମରେ ମେଟ୍ରୋ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ସମାନ ସମୟରେ ରାଜ୍ୟ ବିଜେପି ସରକାରଙ୍କ ମେଟ୍ରୋ ରେଳ ପ୍ରତି ଉଦାସୀନତା ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରିଛି। ବିହାର, ଉତ୍ତର ପ୍ରଦେଶ, ହରିୟାଣା ପରି ରାଜ୍ୟରେ ଭୁବନେଶ୍ୱରଠାରୁ ଅପେକ୍ଷାକୃତ ଅନୁନ୍ନତ ସହରରେ ମେଟ୍ରୋ ସେବା ଆରମ୍ଭ ହୋଇ ସାରିଥିବା ବେଳେ କେଉଁ କାରଣରୁ ରାଜ୍ୟ ବିଜେପି ସରକାର ଭୁବନେଶ୍ୱର ମେଟ୍ରୋ ସେବାକୁ ନେଇ ଆଗକୁ ବଢ଼ୁନାହାନ୍ତି, ତାହାର ଉତ୍ତର କାହା ପାଖରେ ନାହିଁ। ସରକାରଙ୍କ ଯୁକ୍ତି ଅନୁଯାୟୀ ଭୁବନେଶ୍ୱରରେ  ମେଟ୍ରୋ ପ୍ରକଳ୍ପ ପାଇଁ ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଏବଂ ସୁପାରିଶ ଆଧାରରେ ସରକାର ଆଗାମୀ ଦିନରେ ଅନ୍ତିମ ସିଦ୍ଧାନ୍ତ ନେବେ। ତେବେ ରାଜ୍ୟ ସରକାରଙ୍କୁ ଇତିମଧ୍ୟରେ ୧୮ ମାସ ବିତିଲାଣି। ସରକାର ଗଠନ କରିଥିବା ଆନ୍ତଃମନ୍ତ୍ରୀସ୍ତରୀୟ କମିଟିର ସ୍ଥିତି କଣ, ଏହା କେତେଥରବୈଠକ କରିଛି, ଏଯାବତ୍‌ କେଉଁ ନିଷ୍କର୍ସରେ ପହଞ୍ଚିଛି, ସେନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳୁନାହିଁ। ଯାହାଫଳରେ ଭୁବନେଶ୍ୱରରେ ମେଟ୍ରୋ ସେବାକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ଏବେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଲାଣି। 

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା: ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ, ଶୁକ୍ରବାର ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ବିଶେଷଜ୍ଞ ମହଲର ଯୁକ୍ତି ଅନୁଯାୟୀ ଭୁବନେଶ୍ୱର-କଟକରେ ଲୋକସଂଖ୍ୟା ପ୍ରାୟ ୨୫ ଲକ୍ଷ ହୋଇଥିବା ବେଳେ ଏହି ଟୁଇନ ସିଟିରେ ମେଟ୍ରୋ ଚଳାଚଳ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଯଦି ସରକାରଙ୍କ ପାଥରେ ଅର୍ଥର ଅଭାବ ଅଛି, ତାହେଲେ କେନ୍ଦ୍ର ସହ ମିଳିତ ସହଭାଗିତାରେ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇପାରନ୍ତେ। ପୂର୍ବ ସରକାର ନିଜସ୍ୱ ପାଣ୍ଠିରୁ ମେଟ୍ରୋ ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ୬ ହଜାର କୋଟି ବ୍ୟୟଅଟକଳ କରି ପ୍ରଥମ ବର୍ଷ ବଜେଟ୍‌ରେ ୧୦୦୦ କୋଟି ବରାଦ ବି କରିଥିଲେ। ମାତ୍ର ସରକାର ପରିବର୍ତ୍ତନ ପରେ ପ୍ରକଳ୍ପ ଏବେ ସ୍ୱପ୍ନ ପାଲଟିଛି ।  ସାଧାରଣ ପରିବହନ ସେବା ପାଇଁ ରାଜ୍ୟ ସରକାର ଗୁଡ଼ିକ ଏବେ ମେଟ୍ରୋ ରେଳ ସେବାକୁ ପ୍ରାଧାନ୍ୟ ଦେଉଛନ୍ତି। ରାଜ୍ୟ ବିଜେପି ସରକାର ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନେଇ ଦୃଢେ଼ାକ୍ତି ପ୍ରକାଶ କରୁଛନ୍ତି। ଏପରିସ୍ଥଳେ ଯଦି ସବୁ ଯୋଗ୍ୟତା ଥାଇ ଭୁବନେଶ୍ୱରରେ ସାଧାରଣ ମେଟ୍ରୋ ସେବା ଆରମ୍ଭ ହୋଇନପାରେ, ତାହେଲେ ଏହାଠାରୁ ବଡ଼ ଦୁର୍ଭାଗ୍ୟଜନକ କଥା ଆଉ କିଛି ନାହିଁ ବୋଲି ବିଶେଷଜ୍ଞ ମହଲରେ ମତପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର