ମା’ ପ୍ରେମ ଏମିତି...ନବଜାତ ହାତୀ ଶବକୁ ଜଗି ରହିଲା ମା’

Madhusudan Das Picture
Published On

ବାରିପଦା: ଜନ୍ମ ହେଲା ପରେ ଛୁଆ ହାତୀର ମୃତ୍ୟୁ ହୋଇଛି । କିନ୍ତୁ ମା' ଏହାକୁ ଗ୍ରହଣ କରିବାକୁ ନାରାଜ । ମଲା ଛୁଆକୁ ଛାଡି ଯାଉନାହିଁ ମା' ହାତୀ । ବାରିପଦା ବନଖଣ୍ଡ ଅନ୍ତର୍ଗତ ବାଙ୍ଗିରିପୋଷି ବନାଞ୍ଚଳରେ ଏକ ନବଜାତ ହାତୀ ଶାବକର ମୃତ୍ୟୁ ଘଟିଛି। ବ୍ରାହ୍ମଣଗାଁ ନିକଟ ସାତଭାୟା ଜଙ୍ଗଲରେ ଶାବକଟି ଜନ୍ମ ହେବାର ଦିନେ ନ ହେଉଣୁ ମୃତ୍ୟୁ ହୋଇଥିବା ଖବର ମିଳିଛି। ତେବେ ଶାବକର ମୃତ୍ୟୁ ପରେ ମା’ ହାତୀଟି ମୃତଦେହ ପାଖରେ ଜଗି ରହିଥିଲା।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

କିଛି ଦିନ ଧରି ବ୍ରାହ୍ମଣଗାଁ ପଞ୍ଚାୟତର ବିଭିନ୍ନ ସ୍ଥାନରେ ୧୨ ଟିକିଆ ହାତୀପଲ ଚଳପ୍ରଚଳ କରୁଛନ୍ତି। ଶିମିଳିପାଳ ପାଦଦେଶର ସାତଭାୟା ଜଙ୍ଗଲରେ ମାଈହାତୀଟି ବିଲ ମଝିରେ ଏକ ହାତୀ ଶାବକକୁ ଜନ୍ମ ଦେଇଥିଲା। ତେବେ ହାତୀ ଶାବକଟି ଦୁର୍ବଳ ଥିବାରୁ ମା’ ହାତୀ ଓ ଅନ୍ୟ ହାତୀ ତା’ର ସୁରକ୍ଷା ପାଇଁ ଜଗି ରହିଥିଲେ। ହେଲେ ଶାବକଟି କିଛି ଘଣ୍ଟା ପରେ ବୁଧବାର ସନ୍ଧ୍ୟାରେ ମୃତ୍ୟୁବରଣ କରିଥିଲା। କିନ୍ତୁ, କାଳେ ଛୁଆ ପୁଣି ଜୀବିତ ହେବ, ସେହି ଆଶା ନେଇ ମା’ ହାତୀ ଦୀର୍ଘ ସମୟ ଧରି ଜଗି ରହିଥିଲା। ଖବର ପାଇ ବନ ବିଭାଗର ଏକ ଟିମ୍‌‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। କିନ୍ତୁ ହାତୀ ନିକଟକୁ ଯାଇ ପାରିନଥିଲେ। ଗୁରୁବାର ସକାଳୁ ବନ ବିଭାଗ ମା’ ହାତୀକୁ ଦୂରେଇବା ପରେ ଶବ ବ୍ୟବଚ୍ଛେଦ କରାଯାଇଛି। ମୃତଦେହରୁ ନମୁନା ସଂଗ୍ରହ କରାଯାଇ ଯାଞ୍ଚ ନିମନ୍ତେ ଓୟୁଏଟିକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଶବ ବ୍ୟବଚ୍ଛେଦ କରିବା ପରେ ମୃତଦେହକୁ ପୋତି ଦିଆଯିବ ବୋଲି ବନଖଣ୍ଡ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

31 Oct 2025 By Madhusudan Das

ମା’ ପ୍ରେମ ଏମିତି...ନବଜାତ ହାତୀ ଶବକୁ ଜଗି ରହିଲା ମା’

ବାରିପଦା: ଜନ୍ମ ହେଲା ପରେ ଛୁଆ ହାତୀର ମୃତ୍ୟୁ ହୋଇଛି । କିନ୍ତୁ ମା' ଏହାକୁ ଗ୍ରହଣ କରିବାକୁ ନାରାଜ । ମଲା ଛୁଆକୁ ଛାଡି ଯାଉନାହିଁ ମା' ହାତୀ । ବାରିପଦା ବନଖଣ୍ଡ ଅନ୍ତର୍ଗତ ବାଙ୍ଗିରିପୋଷି ବନାଞ୍ଚଳରେ ଏକ ନବଜାତ ହାତୀ ଶାବକର ମୃତ୍ୟୁ ଘଟିଛି। ବ୍ରାହ୍ମଣଗାଁ ନିକଟ ସାତଭାୟା ଜଙ୍ଗଲରେ ଶାବକଟି ଜନ୍ମ ହେବାର ଦିନେ ନ ହେଉଣୁ ମୃତ୍ୟୁ ହୋଇଥିବା ଖବର ମିଳିଛି। ତେବେ ଶାବକର ମୃତ୍ୟୁ ପରେ ମା’ ହାତୀଟି ମୃତଦେହ ପାଖରେ ଜଗି ରହିଥିଲା।

କିଛି ଦିନ ଧରି ବ୍ରାହ୍ମଣଗାଁ ପଞ୍ଚାୟତର ବିଭିନ୍ନ ସ୍ଥାନରେ ୧୨ ଟିକିଆ ହାତୀପଲ ଚଳପ୍ରଚଳ କରୁଛନ୍ତି। ଶିମିଳିପାଳ ପାଦଦେଶର ସାତଭାୟା ଜଙ୍ଗଲରେ ମାଈହାତୀଟି ବିଲ ମଝିରେ ଏକ ହାତୀ ଶାବକକୁ ଜନ୍ମ ଦେଇଥିଲା। ତେବେ ହାତୀ ଶାବକଟି ଦୁର୍ବଳ ଥିବାରୁ ମା’ ହାତୀ ଓ ଅନ୍ୟ ହାତୀ ତା’ର ସୁରକ୍ଷା ପାଇଁ ଜଗି ରହିଥିଲେ। ହେଲେ ଶାବକଟି କିଛି ଘଣ୍ଟା ପରେ ବୁଧବାର ସନ୍ଧ୍ୟାରେ ମୃତ୍ୟୁବରଣ କରିଥିଲା। କିନ୍ତୁ, କାଳେ ଛୁଆ ପୁଣି ଜୀବିତ ହେବ, ସେହି ଆଶା ନେଇ ମା’ ହାତୀ ଦୀର୍ଘ ସମୟ ଧରି ଜଗି ରହିଥିଲା। ଖବର ପାଇ ବନ ବିଭାଗର ଏକ ଟିମ୍‌‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। କିନ୍ତୁ ହାତୀ ନିକଟକୁ ଯାଇ ପାରିନଥିଲେ। ଗୁରୁବାର ସକାଳୁ ବନ ବିଭାଗ ମା’ ହାତୀକୁ ଦୂରେଇବା ପରେ ଶବ ବ୍ୟବଚ୍ଛେଦ କରାଯାଇଛି। ମୃତଦେହରୁ ନମୁନା ସଂଗ୍ରହ କରାଯାଇ ଯାଞ୍ଚ ନିମନ୍ତେ ଓୟୁଏଟିକୁ ପଠାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଶବ ବ୍ୟବଚ୍ଛେଦ କରିବା ପରେ ମୃତଦେହକୁ ପୋତି ଦିଆଯିବ ବୋଲି ବନଖଣ୍ଡ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର