ଆଜି ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ ଜାରି କରିବେ ରାଜ୍ୟ ସରକାର, ହେବ କି ସମ୍ପୂର୍ଣ୍ଣ ଅନ୍‌ଲକ୍‌ ?

The Sakala Picture
Published On

ଭୁବନେଶ୍ୱର: ଅଗଷ୍ଟ ପହିଲାରୁ ଲକ୍‌ଡାଉନ ପାଇଁ ଆଜି ନୂଆ ଗାଇଡଲାଇନ ଜାରି କରିବେ ରାଜ୍ୟ ସରକାର । କଣ ରହିବ ଆସନ୍ତାକାଲିଠୁ ନୂଆ କରୋନା କଟକଣା । ଅଗଷ୍ଟ ମାସ ପାଇଁ କ’ଣ ହେବ ନୂଆ ଗାଇଡଲାଇନ୍ ? ସଂପୂର୍ଣ୍ଣ ଅନଲକ୍ କୁ ଯିବେ କି ରାଜ୍ୟ ସରକାର ? ନିୟମରେ ଆହୁରି କୋହଳ ହେବ ନା ତୃତୀୟ ଲହରକୁ ଦୃଷ୍ଟିରେ ରଖି କଟକଣା ଜାରି ରହିବ । ଏସବୁ ପ୍ରଶ୍ନ ନେଇ ଆଜି ଆସିପାରେ ବଡ଼ ଘୋଷଣା […]

ଭୁବନେଶ୍ୱର: ଅଗଷ୍ଟ ପହିଲାରୁ ଲକ୍‌ଡାଉନ ପାଇଁ ଆଜି ନୂଆ ଗାଇଡଲାଇନ ଜାରି କରିବେ ରାଜ୍ୟ ସରକାର । କଣ ରହିବ ଆସନ୍ତାକାଲିଠୁ ନୂଆ କରୋନା କଟକଣା । ଅଗଷ୍ଟ ମାସ ପାଇଁ କ’ଣ ହେବ ନୂଆ ଗାଇଡଲାଇନ୍ ? ସଂପୂର୍ଣ୍ଣ ଅନଲକ୍ କୁ ଯିବେ କି ରାଜ୍ୟ ସରକାର ? ନିୟମରେ ଆହୁରି କୋହଳ ହେବ ନା ତୃତୀୟ ଲହରକୁ ଦୃଷ୍ଟିରେ ରଖି କଟକଣା ଜାରି ରହିବ । ଏସବୁ ପ୍ରଶ୍ନ ନେଇ ଆଜି ଆସିପାରେ ବଡ଼ ଘୋଷଣା । ରାଜ୍ୟରେ ୨ପ୍ରତିଶତକୁ ଖସିଛି ପଜିଟିଭ ହାର । ହେଲେ ଦୈନିକ ସଂକ୍ରମଣ ଟ୍ରେଣ୍ଡ ୧୬ଶହରୁ ୧୮ଶହ ମଧ୍ୟରେ ରହୁଛି। ସେହିପରି ଟ୍ୱିନ୍ ସିଟିରେ ସଂକ୍ରମଣ ସ୍ଥିର ରହିଛି । ତେଣୁ ରାଜ୍ୟରେ ସଂପୂର୍ଣ୍ଣ ଅନଲକ୍ କରିବା ସମ୍ଭବ ନୁହେଁ । ପୂରା ଖୋଲିଲେ ସ୍ଥିତି ବିଗିଡି ଯାଇପାରେ ବୋଲି ଆଶଙ୍କା କରିଛି ସ୍ବାସ୍ଥ୍ୟ ବିଭାଗ । ତେଣୁ ଅଗଷ୍ଟ ନୂଆ ଗାଇଡ୍‌ଲାଇନରେ କଟକଣା ସମ୍ପୁର୍ଣ୍ଣ କୋହଳ ହୋଇନପାରେ ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଏ-କ୍ୟାଟେଗୋରୀରେ ଥିବା ୨୦ଟି ଜିଲ୍ଲାରେ କଟକଣା ଆହୁରି କୋହଳ ହୋଇପାରେ । କଟକ, ଭୁବନେଶ୍ବର, ପୁରୀକୁ ଛାଡି ବି-କ୍ୟାଟେଗୋରୀର ଅନ୍ୟ ଜିଲ୍ଲାରେ କଟକଣା କୋହଳ କରାଯାଇପାରେ । ନୂଆ ଗାଇଡଲାଇନରେ ଏ-କ୍ୟାଟେଗୋରୀର ୨୦ଟି ଜିଲ୍ଲାରେ ମଲ୍, ସିନେମା ହଲ୍, ମନ୍ଦିର ଓ ଧର୍ମସ୍ଥଳୀ ଖୋଲିବା ପାଇଁ ଅନୁମତି ଦିଆଯାଇପାରେ । ସେହିପରି ସ୍ବାଭାବିକ ଭାବେ ସକାଳୁ ରାତି ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲିବ । କିନ୍ତୁ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯିବ । ସେହିପରି ବି-କ୍ୟାଟେଗୋରୀ ଜିଲ୍ଲାରେ ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ସାପ୍ତାହିକ ସଟ୍‌ଡାଉନ ହଟାଯାଇ କେବଳ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିପାରେ । ଏବେ ବିପଦ ଟଳିନଥିବାରୁ କଟକଣା ଭିତରେ ନୂଆ ଗାଇଡଲାଇନ୍‌ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

31 Jul 2021 By The Sakala

ଆଜି ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ ଜାରି କରିବେ ରାଜ୍ୟ ସରକାର, ହେବ କି ସମ୍ପୂର୍ଣ୍ଣ ଅନ୍‌ଲକ୍‌ ?

ଭୁବନେଶ୍ୱର: ଅଗଷ୍ଟ ପହିଲାରୁ ଲକ୍‌ଡାଉନ ପାଇଁ ଆଜି ନୂଆ ଗାଇଡଲାଇନ ଜାରି କରିବେ ରାଜ୍ୟ ସରକାର । କଣ ରହିବ ଆସନ୍ତାକାଲିଠୁ ନୂଆ କରୋନା କଟକଣା । ଅଗଷ୍ଟ ମାସ ପାଇଁ କ’ଣ ହେବ ନୂଆ ଗାଇଡଲାଇନ୍ ? ସଂପୂର୍ଣ୍ଣ ଅନଲକ୍ କୁ ଯିବେ କି ରାଜ୍ୟ ସରକାର ? ନିୟମରେ ଆହୁରି କୋହଳ ହେବ ନା ତୃତୀୟ ଲହରକୁ ଦୃଷ୍ଟିରେ ରଖି କଟକଣା ଜାରି ରହିବ । ଏସବୁ ପ୍ରଶ୍ନ ନେଇ ଆଜି ଆସିପାରେ ବଡ଼ ଘୋଷଣା । ରାଜ୍ୟରେ ୨ପ୍ରତିଶତକୁ ଖସିଛି ପଜିଟିଭ ହାର । ହେଲେ ଦୈନିକ ସଂକ୍ରମଣ ଟ୍ରେଣ୍ଡ ୧୬ଶହରୁ ୧୮ଶହ ମଧ୍ୟରେ ରହୁଛି। ସେହିପରି ଟ୍ୱିନ୍ ସିଟିରେ ସଂକ୍ରମଣ ସ୍ଥିର ରହିଛି । ତେଣୁ ରାଜ୍ୟରେ ସଂପୂର୍ଣ୍ଣ ଅନଲକ୍ କରିବା ସମ୍ଭବ ନୁହେଁ । ପୂରା ଖୋଲିଲେ ସ୍ଥିତି ବିଗିଡି ଯାଇପାରେ ବୋଲି ଆଶଙ୍କା କରିଛି ସ୍ବାସ୍ଥ୍ୟ ବିଭାଗ । ତେଣୁ ଅଗଷ୍ଟ ନୂଆ ଗାଇଡ୍‌ଲାଇନରେ କଟକଣା ସମ୍ପୁର୍ଣ୍ଣ କୋହଳ ହୋଇନପାରେ ।

ଏ-କ୍ୟାଟେଗୋରୀରେ ଥିବା ୨୦ଟି ଜିଲ୍ଲାରେ କଟକଣା ଆହୁରି କୋହଳ ହୋଇପାରେ । କଟକ, ଭୁବନେଶ୍ବର, ପୁରୀକୁ ଛାଡି ବି-କ୍ୟାଟେଗୋରୀର ଅନ୍ୟ ଜିଲ୍ଲାରେ କଟକଣା କୋହଳ କରାଯାଇପାରେ । ନୂଆ ଗାଇଡଲାଇନରେ ଏ-କ୍ୟାଟେଗୋରୀର ୨୦ଟି ଜିଲ୍ଲାରେ ମଲ୍, ସିନେମା ହଲ୍, ମନ୍ଦିର ଓ ଧର୍ମସ୍ଥଳୀ ଖୋଲିବା ପାଇଁ ଅନୁମତି ଦିଆଯାଇପାରେ । ସେହିପରି ସ୍ବାଭାବିକ ଭାବେ ସକାଳୁ ରାତି ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲିବ । କିନ୍ତୁ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯିବ । ସେହିପରି ବି-କ୍ୟାଟେଗୋରୀ ଜିଲ୍ଲାରେ ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ସାପ୍ତାହିକ ସଟ୍‌ଡାଉନ ହଟାଯାଇ କେବଳ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିପାରେ । ଏବେ ବିପଦ ଟଳିନଥିବାରୁ କଟକଣା ଭିତରେ ନୂଆ ଗାଇଡଲାଇନ୍‌ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

https://www.thesakala.in/latest-odisha-news/today-state-government-to-declare-new-guidelines-for-august/article-4241
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର