FM ଛାତ୍ରୀ ଆତ୍ମାହୁତି ମାମଲାରେ BJDର ବିକ୍ଷୋଭ; ଗୁରୁତର ଆହତ ହେଲେ ପ୍ରଣବ ପ୍ରକାଶ ଦାସ, ପ୍ରୀତି ରଞ୍ଜନ ଘଡ଼ାଇ ଓ ସୁଲତା ଦେଓ…

The Sakala Picture
Published On

ଭୁବନେଶ୍ବର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ଉଠୁଛି ପଡୁଛି ଓଡ଼ିଶା । ବାଲେଶ୍ବର ଠାରୁ ଭୁବନେଶ୍ବର ସବୁଠି ବିରୋଧର ସ୍ବର ଦେଖିବାକୁ ମିଳୁଛି । ରଣକ୍ଷେତ୍ର ପାଲଟିଛି ଭୁବନେଶ୍ବର ଲୋକୟର ପିଏମଜି । ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ୍ ସହ ମୁହଁମୁହିଁ ହୋଇଥିଲେ । ବ୍ୟାରିକେଡ୍ ଡେଇଁ ଧସେଇ ଫସିବା ବେଳେ ଦୁଇ ଜଣ ବିଜେଡି ନେତା ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା […]

ଭୁବନେଶ୍ବର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ଉଠୁଛି ପଡୁଛି ଓଡ଼ିଶା । ବାଲେଶ୍ବର ଠାରୁ ଭୁବନେଶ୍ବର ସବୁଠି ବିରୋଧର ସ୍ବର ଦେଖିବାକୁ ମିଳୁଛି । ରଣକ୍ଷେତ୍ର ପାଲଟିଛି ଭୁବନେଶ୍ବର ଲୋକୟର ପିଏମଜି । ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ୍ ସହ ମୁହଁମୁହିଁ ହୋଇଥିଲେ । ବ୍ୟାରିକେଡ୍ ଡେଇଁ ଧସେଇ ଫସିବା ବେଳେ ଦୁଇ ଜଣ ବିଜେଡି ନେତା ଆହତ ହୋଇଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ମିଳିଥିବା ସୂଚନା ଅନୁଯାୟୀ, ପିଏମଜି ଛକରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେଡି ନେତା ପ୍ରିତି ରଞ୍ଜନ ଘଡାଇ ଓରଫ ଡାନି ଘଡାଇ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଥିସହିତ ବବି ଦାସଙ୍କ ସହ ଅନ୍ୟ କିଛି ବିଜେଡି ନେତା ମଧ୍ୟ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛି ବିଜେଡି ମିଡିଆ ସେଲ୍ ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ତେବେ ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଜେଡି ଭୁବନେଶ୍ୱରର ଲୋକସେବା ଭବନ ଘେରାଉ କରିବାକୁ ଯିବା ବେଳେ ହଜାର ହଜାର ବିଜେଡି କର୍ମୀ ଶୋଭାଯାତ୍ରାରେ ଆସି ଲୋକସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପୁଲିସ ଏବଂ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ବିଜେଡି କର୍ମୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ହଜାର ହଜାର ବିଜେଡି କର୍ମୀଙ୍କୁ ଅଟକାଇଛି ପୁଲିସ । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୋଲିସ ପାଣିମାଡ଼ ଲୁହବୁହା ଗ୍ୟାସ ସହ ପାଣିମାଡ ମଧ୍ୟ କରିଛି । ଶତାଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଥିବା ବେଳେ ଟିୟର ଗ୍ୟାସ ମାଡ଼ ଏବଂ ପାଣି ମାଡ କରିଥିବା ଦେଖାଯାଇଛି । ଯେଉଁଥିରେ ବବି ଦାସ ଆହତ ହୋଇଛନ୍ତି । ତାଙ୍କ ଗୋଡ଼ରେ ଟିୟର ଗ୍ୟାସ ବାଜିଥିବା ସୂଚନା ରହିଛି । ସେପଟେ ସୁଲତା ଦେଓ ମଧ୍ୟ ଆହତ ହୋଇ ଆମ୍ବୁଲାନ୍ସରେ ହସ୍ପିଟାଲ ଭର୍ତ୍ତି ହୋଇଥିବା ସୂଚନା ରହିଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

16 Jul 2025 By The Sakala

FM ଛାତ୍ରୀ ଆତ୍ମାହୁତି ମାମଲାରେ BJDର ବିକ୍ଷୋଭ; ଗୁରୁତର ଆହତ ହେଲେ ପ୍ରଣବ ପ୍ରକାଶ ଦାସ, ପ୍ରୀତି ରଞ୍ଜନ ଘଡ଼ାଇ ଓ ସୁଲତା ଦେଓ…

ଭୁବନେଶ୍ବର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ଉଠୁଛି ପଡୁଛି ଓଡ଼ିଶା । ବାଲେଶ୍ବର ଠାରୁ ଭୁବନେଶ୍ବର ସବୁଠି ବିରୋଧର ସ୍ବର ଦେଖିବାକୁ ମିଳୁଛି । ରଣକ୍ଷେତ୍ର ପାଲଟିଛି ଭୁବନେଶ୍ବର ଲୋକୟର ପିଏମଜି । ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ୍ ସହ ମୁହଁମୁହିଁ ହୋଇଥିଲେ । ବ୍ୟାରିକେଡ୍ ଡେଇଁ ଧସେଇ ଫସିବା ବେଳେ ଦୁଇ ଜଣ ବିଜେଡି ନେତା ଆହତ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ପିଏମଜି ଛକରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେଡି ନେତା ପ୍ରିତି ରଞ୍ଜନ ଘଡାଇ ଓରଫ ଡାନି ଘଡାଇ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଥିସହିତ ବବି ଦାସଙ୍କ ସହ ଅନ୍ୟ କିଛି ବିଜେଡି ନେତା ମଧ୍ୟ ଆହତ ହୋଇଛନ୍ତି । ଏନେଇ ସୂଚନା ଦେଇଛି ବିଜେଡି ମିଡିଆ ସେଲ୍ ।

ତେବେ ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବିଜେଡି ଭୁବନେଶ୍ୱରର ଲୋକସେବା ଭବନ ଘେରାଉ କରିବାକୁ ଯିବା ବେଳେ ହଜାର ହଜାର ବିଜେଡି କର୍ମୀ ଶୋଭାଯାତ୍ରାରେ ଆସି ଲୋକସେବା ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଲୋକସେବା ଭବନ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପୁଲିସ ଏବଂ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ବିଜେଡି କର୍ମୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ହଜାର ହଜାର ବିଜେଡି କର୍ମୀଙ୍କୁ ଅଟକାଇଛି ପୁଲିସ । ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୋଲିସ ପାଣିମାଡ଼ ଲୁହବୁହା ଗ୍ୟାସ ସହ ପାଣିମାଡ ମଧ୍ୟ କରିଛି । ଶତାଧିକ ଆନ୍ଦୋଳନକାରୀଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଥିବା ବେଳେ ଟିୟର ଗ୍ୟାସ ମାଡ଼ ଏବଂ ପାଣି ମାଡ କରିଥିବା ଦେଖାଯାଇଛି । ଯେଉଁଥିରେ ବବି ଦାସ ଆହତ ହୋଇଛନ୍ତି । ତାଙ୍କ ଗୋଡ଼ରେ ଟିୟର ଗ୍ୟାସ ବାଜିଥିବା ସୂଚନା ରହିଛି । ସେପଟେ ସୁଲତା ଦେଓ ମଧ୍ୟ ଆହତ ହୋଇ ଆମ୍ବୁଲାନ୍ସରେ ହସ୍ପିଟାଲ ଭର୍ତ୍ତି ହୋଇଥିବା ସୂଚନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର