ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୂତି ଘଟଣା; ବୁଧବାର ଲୋକସେବା ଭବନ ଘେରାଉ କରିବ ବିଜେଡି

The Sakala Picture
Published On

ଭୁବନେଶ୍ୱର: ଏଫଏମ ସ୍ୱୟଂଶାସିତ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ପୀଡ଼ିତାଙ୍କ ମୃତୁ୍ୟ ପରେ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ଦାୟୀ କରି ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହିତ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି । ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ତରଫରୁ ମୃତ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବି କରି ଆଜିଠାରୁ ରାଜ୍ୟବ୍ୟାପୀ ଛାତ୍ର ଆନେ୍ଦାଳନ ଆରମ୍ଭ […]

ଭୁବନେଶ୍ୱର: ଏଫଏମ ସ୍ୱୟଂଶାସିତ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ପୀଡ଼ିତାଙ୍କ ମୃତୁ୍ୟ ପରେ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ଦାୟୀ କରି ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହିତ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି । ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ତରଫରୁ ମୃତ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ଦାବି କରି ଆଜିଠାରୁ ରାଜ୍ୟବ୍ୟାପୀ ଛାତ୍ର ଆନେ୍ଦାଳନ ଆରମ୍ଭ ହୋଇଛି ଓ ଆସନ୍ତାକାଲି ବିଜୁ ଜନତା ଦଳ ତରଫରୁ ଲୋକସେବା ଭବନ ଘେରାଉ କରାଯିବ ବୋଲି ବିଜୁ ଜନତା ଦଳ ତରଫରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ଉପସଭାପତି ପ୍ରତାପ ଜେନା ଏଫଏମ କଲେଜ ଛାତ୍ରୀ ମୃତୁ୍ୟ ଘଟଣାରେ ପୀଡିତା ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଜଣାଇ ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ମଧ୍ୟ ରାଜ୍ୟ ସରକାର ଅଣଦେଖା କରିବାରୁ ଏପରି ଅଭାବନୀୟ କାଣ୍ଡ ଘଟିଲା ବୋଲି କହିଛନ୍ତି । ଦେବୀ ପ୍ରସାଦ ମିଶ୍ର କହିଥିଲେ, ଏହି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ଆନେ୍ଦାଳିତ କରିଛି । ପୀଡିତା ଛାତ୍ରୀ ଦୀର୍ଘ ୬ ମାସ ଧରି ନ୍ୟାୟ ପାଇଁ ସଂଗ୍ରାମ କରି ବିଫଳ ହେବା ପରେ, ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଇତ୍ୟାଦିଙ୍କୁ ସାମାଜିକ ଗଣମାଧ୍ୟମ ଏକ୍ସରେ ଟ୍ୱିଟ୍ କରି ନ୍ୟାୟ ଭିକ୍ଷା କରିଥିଲା । ସମସ୍ତ କ୍ଷେତ୍ରରୁ ନ୍ୟାୟ ପାଇବାରେ ବିଫଳ ହେବା ପରେ, ଛାତ୍ରୀ ଜଣକ ଆତ୍ମାହୂତି ଭଳି ଚରମ ନିଷ୍ପତ୍ତି ନେଇଥିଲା । ଏହି ଦୁଖଃଦ ଘଟଣାରେ, ମୃତ ଛାତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ସଂହତି ଜଣାଇବା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନ ଠାରୁ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହେବ । ସେହିପରି ଜୁଲାଇ ୧୬ ତାରିଖ (ବୁଧବାର) ବାଲେଶ୍ୱର ବନ୍ଦ ଡାକରା ଦିଆଯାଇଛି । ଏହାଛଡା, ଆଜିଠାରୁ ଆରମ୍ଭ ହୋଇଥିବା କଲେଜ ଷ୍ଟ୍ରାଇକ ଦାବି ପୂରଣ ହେବା ଯାଏଁ ଜାରି ରହିବ ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ସଞ୍ଜୟ କୁମାର ଦାସବର୍ମା କହିଥିଲେ, ଏହି ଘଟଣାରେ ଅଭିଯୁକ୍ତ ଅଧ୍ୟାପକ, କଲେଜ ଅଧ୍ୟକ୍ଷଙ୍କ ବ୍ୟତୀତ ମୃତ ଛାତ୍ରୀ ଯେଉଁ ଯେଉଁ ମାନଙ୍କ ନିକଟରେ ଅଭିଯୋଗ କରିଥିଲା ସେହି ବ୍ୟକ୍ତି ମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବା ଦରକାର । ଏହାଛଡା ଏହି ଘଟଣା ଘଟିବା ବେଳକୁ ଯେଉଁମାନେ ଭିଡିଓ କରୁଥିଲେ, ଯେଉଁମାନେ ତାକୁ ଉସକେଉଥିଲେ ଓ ଯେଉଁମାନେ କଲେଜ ଦ୍ୱାରା ଗଠିତ ହୋଇଥିବା ତଦନ୍ତ କମିଟିରେ ରହି ତଦନ୍ତକୁ ବାଟବଣା କରିଥିଲେ, ସେମାନେ ମଧ୍ୟ ଏହି ଘଟଣାରେ ଦାୟୀ, ତେଣୁ ସେମାନେ ମଧ୍ୟ ତଦନ୍ତ ପରିସର ଭୁକ୍ତ ହେବା ଦରକାର । ଗତ ଏକ ବର୍ଷ ଭିତରେ ମହିଳା ଓ ଛାତ୍ରୀ ନିର୍ଯାତନା ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଥିବା ବେଳେ, ଏହି ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳା ଅସୁରକ୍ଷିତତା ଅଭିଯୋଗର ସଦ୍ୟତମ ଉଦାହରଣ ଭାବେ ଉଭା ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପୀଡିତା ଛାତ୍ରୀ ତାର ଅଭିଯୋଗକୁ ଏକ୍ସ ମାଧ୍ୟମରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା, ଯେଉଁଥିପାଇଁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ପ୍ରତାପ ଜେନା କହିଥିଲେ, ମୃତ ଛାତ୍ରୀ ନିଜର ଅଭିଯୋଗକୁ ସାଂସଦ, ବିଧାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଇତ୍ୟାଦିଙ୍କୁ ଜଣାଇଥିଲେ ମଧ୍ୟ କେହି ଅଭିଯୋଗ ଉପରେ କର୍ଣ୍ଣପାତ କରିନଥିଲେ । ଏହାଛଡ଼ା ସେ ଜିଲ୍ଲା ଏସ୍ପିଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ, ତାଙ୍କ ଅଭିଯୋଗକୁ ନ୍ୟାୟ ଦେବା ତ ଦୂରର କଥା, କେସ୍ ପଞ୍ଜିକୃତ କରାଗଲା ନାହିଁ । ଏହା ହୋଇଥିଲେ ଛାତ୍ରୀ ଜଣକ ହୁଏତ ଏଭଳି ଚରମ ପଦକ୍ଷେପ ନେବାରୁ ନିବୃତ ରହିଥାନ୍ତେ । ଏହାଦ୍ୱାରା ପୋଲିସ ପ୍ରଶାସନ ଓ ନ୍ୟାୟ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଭରସା ଉଠିଯାଉଛି । କେବଳ ସରକାରୀ ଅଧିକାରୀ ମାନେ ନୁହେଁ, ନିର୍ବାଚିତ ଜନପ୍ରତିନିଧି ମାନେ ମଧ୍ୟ ଉତ୍ତରଦାୟୀ ହେବା ଉଚିତ । ତେଣୁ, ଯେଉଁମାନେ ଛାତ୍ରୀଙ୍କ ଅଭିଯୋଗକୁ ଅଣଦେଖା କରିଛନ୍ତି, ସେମାନେ ସମସ୍ତେ ଏହି ଛାତ୍ରୀର ମୃତୁ୍ୟ ପାଇଁ ଦାୟୀ । ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ଘଟଣାର ନୈତିକ ଦାୟିତ୍ୱ ନେଇ ନିଜ ପଦରୁ ଇସ୍ତଫା ଦେବା ଦରକାର । ଏହି ଘଟଣାର ତଦନ୍ତ ଏକ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜୁ ଜନତା ଦଳ ଦାବି କରୁଛି ।

15 Jul 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର