ଅପରେସନ୍ ସିନ୍ଦୁରକୁ ନେଇ ଦେଶରେ ଉତ୍ସାହ, ସେନାକୁ ନବୀନ ଜଣାଇଲେ ଶୁଭେଛା…

The Sakala Picture
Published On

ଭୁବନେଶ୍ବର: ଭାରତର ଅପରେସନ ସିନ୍ଦୂର ପରେ ଭାରତୀୟ ସେନାକୁ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଭାରତୀୟ ସେନାବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ଏହି ସଫଳ ଏୟାର ଷ୍ଟ୍ରାଇକକୁ ନେଇ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ପ୍ରତିରକ୍ଷା ସଚିବ ସମସ୍ତଙ୍କୁ ମଧ୍ୟ ଅଭିନନ୍ଦନ ଜଣାଯାଇଛି  । ଆତଙ୍କବାଦୀଙ୍କୁ ପାତାଳରୁ ବାହାର କରି ମାରିବା ପାଇଁ ଆହ୍ୱାନ ଦିଆଯାଇଥିଲା, ଆଜି ତାହା ହିଁ ହୋଇଛି । ଆମ ସଂସ୍କୃତିରେ ‘ସିନ୍ଦୂର’କେବଳ ପରମ୍ପରା […]

ଭୁବନେଶ୍ବର: ଭାରତର ଅପରେସନ ସିନ୍ଦୂର ପରେ ଭାରତୀୟ ସେନାକୁ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଭାରତୀୟ ସେନାବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ଏହି ସଫଳ ଏୟାର ଷ୍ଟ୍ରାଇକକୁ ନେଇ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ପ୍ରତିରକ୍ଷା ସଚିବ ସମସ୍ତଙ୍କୁ ମଧ୍ୟ ଅଭିନନ୍ଦନ ଜଣାଯାଇଛି  । ଆତଙ୍କବାଦୀଙ୍କୁ ପାତାଳରୁ ବାହାର କରି ମାରିବା ପାଇଁ ଆହ୍ୱାନ ଦିଆଯାଇଥିଲା, ଆଜି ତାହା ହିଁ ହୋଇଛି । ଆମ ସଂସ୍କୃତିରେ ‘ସିନ୍ଦୂର’କେବଳ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ। ଏହି ଭାବନା ଆମ ସୈନିକମାନଙ୍କ ମନରେ ମଧ୍ୟ ରହିଛି। ଭାରତ ବର୍ତ୍ତମାନ କେବଳ ପ୍ରତିରକ୍ଷା କରୁନାହିଁ ବରଂ ସଂପୂର୍ଣ୍ଣ ଭାବରେ ଆତଙ୍କବାଦକୁ ଉଚ୍ଛେଦ କରିବାକୁ ଆଗେଇ ଚାଲିଛି। ସେନାର ସାହସ ଏବଂ ଦମ୍ଭକୁ ସବୁ କ୍ଷେତ୍ରରୁ ପ୍ରସଂଶା କରାଯାଉଛି । ସେନାର ବିଜୟକୁ ଭାରତର ବିଜୟ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ନିରୀହ ଲୋକଙ୍କୁ ମାରିଥିଲା ପାକିସ୍ତାନ, ଭାରତ ପ୍ରତିଶୋଧ ନେଲା । ଭାରତୀୟ ସେନା ସହ ପୂରା ଭାରତ ଛିଡା ହୋଇଛି । ଏପରି ପରି କହି ସମସ୍ତ ରାଜନେତା, ସେଲିବ୍ରିଟି ତଥା ଭାରତର ସବୁ କୋଣ ଅନୁକୋଣରୁ ପ୍ରଶଂସାର ସୁଅ ଛୁଟିଛି । ଅନେକ ସ୍ଥାନରେ ଏହି ସଫଳ ଅପରେସନକୁ ସେଲିବ୍ରେଶନ ମଧ୍ୟ କରାଯାଉଛି । ଓଡିଶାର ଅନେକ ରାଜନେତା ମଧ୍ୟ ସେନାର ସାହାସକୁ ପ୍ରଶଂସା କରିଛନ୍ତି  । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, “ଭାରତୀୟ ସେନା ଆତଙ୍କବାଦୀଙ୍କ ବିରୁଦ୍ଧରେ ଅଭିଯାନରେ ସଫଳତା ହାସଲ କରିଛନ୍ତି । ମୁଁ ସେମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି” ।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର