ଗୋପାଳପୁରରେ ଟାଟା ଚା’ ପ୍ୟାକେଜିଂ ୟୁନିଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ: ୧୦୦ କୋଟି ବିନିଯୋଗ, ୯୦୦ ନିଯୁକ୍ତି ସୁଯୋଗ

The Sakala Picture
Published On

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରେ ଥିବା ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କଠାରେ ଟାଟା ଟିର ମେଗା ଚା ପ୍ୟାକେଜିଂ ୟୁନିଟର ଉଦଘାଟନ କରିଛନ୍ତି । ପ୍ରାୟ ୧୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ନିର୍ମିତ ଏହି ୟୁନିଟକୁ ସମଗ୍ର କେନ୍ଦ୍ରୀୟ ଓ ଦକ୍ଷିଣ ଭାରତର ସର୍ବବୃହତ ଚା’ ପ୍ୟାକେଜିଂ ୟୁନିଟ୍ ଓ ସପ୍ଲାଏ ଚେନ ବୋଲି କମ୍ପାନି କହିଛି । ପରବର୍ତ୍ତୀ କାଳରେ ଏହାକୁ ଦେଶର ବୃହତ୍ତମ ଚା ପ୍ୟାକେଜିଂ ପ୍ଲାଣ୍ଟରେ ପରିଣତ କରିବାକୁ କମ୍ପାନି […]

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରେ ଥିବା ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କଠାରେ ଟାଟା ଟିର ମେଗା ଚା ପ୍ୟାକେଜିଂ ୟୁନିଟର ଉଦଘାଟନ କରିଛନ୍ତି । ପ୍ରାୟ ୧୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ନିର୍ମିତ ଏହି ୟୁନିଟକୁ ସମଗ୍ର କେନ୍ଦ୍ରୀୟ ଓ ଦକ୍ଷିଣ ଭାରତର ସର୍ବବୃହତ ଚା’ ପ୍ୟାକେଜିଂ ୟୁନିଟ୍ ଓ ସପ୍ଲାଏ ଚେନ ବୋଲି କମ୍ପାନି କହିଛି । ପରବର୍ତ୍ତୀ କାଳରେ ଏହାକୁ ଦେଶର ବୃହତ୍ତମ ଚା ପ୍ୟାକେଜିଂ ପ୍ଲାଣ୍ଟରେ ପରିଣତ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି । ଏହି ପ୍ରକଳ୍ପରେ ପ୍ରାୟ ୯୦୦ ଲୋକଙ୍କି ନିଯୁକ୍ତି ସୁଯୋଗ ମିଳିବ । ଏହି ପ୍ଲାଣ୍ଟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, ତେଲେଙ୍ଗାନା ଓ କେନ୍ଦ୍ରୀୟ ଭାରତର ଚାହିଦା ପୂରଣ କରିବ । ବର୍ତ୍ତମାନ ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୧୫ ନିୟୁତ କିଲୋଗ୍ରାମ ଥିବାବେଳେ ଏହାକୁ ୫୦ ନିୟୁତ କିଲୋଗ୍ରାମକୁ ବୃଦ୍ଧି କରାଯିବ ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାରେ ଟାଟା ଗ୍ରୁପର ଭୂମିକାକୁ ପ୍ରଶଂସା କରିବା ସହ ଓଡିଶାର ଶିଳ୍ପ ବିକାଶରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କହିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଦକ୍ଷତା ବିକାଶ ଦିଗରେ ଓଡ଼ିଶା ସରକାରଙ୍କ ସହ ସହଭାଗୀତା ମାଧ୍ୟମରେ ସେମାନେ ସାମାଜିକ ବିକାଶକୁ ଅନୁକରଣ କରିବାରେ ମଧ୍ୟ ଆଗେଇ ଆସିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଭବନ ସାମ୍ନାରେ ଗର୍ଜିଲା ବିଜେଡି: ରାଜ୍ୟର ଅର୍ଥନୈତିକ ଅଧିକାରକୁ ଛଡ଼ାଇ ନେଇଛି ଡବଲ ଇଞ୍ଜିନ

ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ରାଜ୍ୟର ଚମତ୍କାର ପ୍ରଦର୍ଶନକୁ ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଭାରତରେ ଶିଳ୍ପ ବିକାଶର ଅଗ୍ରଭାଗରେ ରହିଆସିଛି। ପେଟ୍ରୋ ରାସାୟନିକ, ଖାଦ୍ୟ ପ୍ରକ୍ରିୟାକରଣ, ପୋଷାକ ଏବଂ ବସ୍ତ୍ର ପରି ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବାରେ ଓଡିଶାର ପଲିସି ଫ୍ରେମ୍ କାର୍ୟ୍ୟ ଏବଂ ସୁବିଧା ପ୍ରଣାଳୀ ସଫଳ ହୋଇଛି। ଶିଳ୍ପ ଭିତ୍ତିରେ ଚାଲିଥିବା ବିବିଧକରଣ ଓଡିଶାରେ ନିଯୁକ୍ତି ସୁଯୋଗକୁ ଆହୁରି ଉନ୍ନତ କରିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାଇକୁ ବଞ୍ଚାଇବାକୁ ଯାଇ ପାଣି ସୁଅରେ ଭାସିଗଲେ ଦିବ୍ୟାଙ୍ଗ ଭଉଣୀ: କେନାଲରେ ବୁଡ଼ି ଉଭୟଙ୍କ ମୃତ୍ୟୁ

ଏହି କାର୍ୟ୍ୟକ୍ରମରେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ, ଟାଟା ଷ୍ଟିଲ ଏମଡି ଟି.ଭି.ନରେନ୍ଦ୍ରନ ଯୋଗ ଦେଇଥିଲେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗତ ୨୦ ବର୍ଷ ମଧ୍ୟରେ ଶିଳ୍ପ ବିକାଶରେ ରାଜ୍ୟର ଅଗ୍ରଗତି ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଓଡିଶାରେ ସୁସ୍ଥ ଅଭିବୃଦ୍ଧି ପାଇଁ ଶିଳ୍ପ ପାଇଁ ରାଜ୍ୟ ଏକ ସ୍ଥିର ପ୍ଲାଟଫର୍ମ ଯୋଗାଇ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର