ରାଜଧାନୀରେ ଡବଲ୍ ଏନକାଉଣ୍ଟର, ପୁଲିସ୍‌ ଗୁଳିରେ ଦୁଇ କୁଖ୍ୟାତ ଅପରାଧୀ ଆହତ

The Sakala Picture
Published On

ଭୁବନେଶ୍ୱର: ପୁଣି ଗର୍ଜିଛି କମିସନରେଟ୍‌ ପୁଲିସ୍ ବନ୍ଧୁକ। ରାଜଧାନୀ ଭୁବନେଶ୍ୱରରେ ଡବଲ୍ ଏନକାଉଣ୍ଟର । ପୁଲିସ୍‌ ଗୁଳିରେ ଦୁଇ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି । ଦୁଇ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଏନ୍‌କାଉଣ୍ଟର୍‌ କରି ଘାଇଲା କରିଛି ପୁଲିସ୍‌। ସେମାନେ ହେଲେ, ବିହାରର ମନୀଷ କୁମାର ଯାଦବ ଏବଂ ସୋନୁ କୁମାର ଯାଦବ। ବାଙ୍କୁଆଳ ନଦୀପଠା ନିକଟରେ ଲୁଟ୍‌ ପାଇଁ ଯୋଜନା କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଏନ୍‌କାଉଣ୍ଟର୍‌ କରିଛି। ମନୀଷର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ […]

ଭୁବନେଶ୍ୱର: ପୁଣି ଗର୍ଜିଛି କମିସନରେଟ୍‌ ପୁଲିସ୍ ବନ୍ଧୁକ। ରାଜଧାନୀ ଭୁବନେଶ୍ୱରରେ ଡବଲ୍ ଏନକାଉଣ୍ଟର । ପୁଲିସ୍‌ ଗୁଳିରେ ଦୁଇ କୁଖ୍ୟାତ ଅପରାଧୀ ଆହତ ହୋଇଛନ୍ତି । ଦୁଇ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଏନ୍‌କାଉଣ୍ଟର୍‌ କରି ଘାଇଲା କରିଛି ପୁଲିସ୍‌। ସେମାନେ ହେଲେ, ବିହାରର ମନୀଷ କୁମାର ଯାଦବ ଏବଂ ସୋନୁ କୁମାର ଯାଦବ। ବାଙ୍କୁଆଳ ନଦୀପଠା ନିକଟରେ ଲୁଟ୍‌ ପାଇଁ ଯୋଜନା କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଏନ୍‌କାଉଣ୍ଟର୍‌ କରିଛି। ମନୀଷର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ସୋନୁର ବାମ ଗୋଡ଼ରେ ଗୁଳି ବାଜିଛି। ସେମାନଙ୍କୁ ପୁଲିସ୍‌ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ଦୁହିଁଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ନିକଟରୁ ପୁଲିସ୍‌ ଦୁଇଟି ବନ୍ଧୁକ, ୧୦ଟି ଗୁଳି ଜବତ କରିଛି। ପୁଲିସ୍‌ ସୂଚନାନୁସାରେ ଅଭିଯୁକ୍ତଦ୍ବୟ ଏକ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗର୍‌ ସଦସ୍ୟ। ଏହି ଗ୍ୟାଙ୍ଗ୍‌ର ଦୀପକ କୁମାରକୁ ବଡ଼ଗଡ଼ ଥାନା ପୁଲିସ୍‌ ପୂର୍ବରୁ ଏନ୍‌କାଉଣ୍ଟର୍‌ କରିଥିଲା।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଦୀପକ ଧରାପଡ଼ିବା ପରେ ପୁଲିସ୍‌ ମନୀଷ ଓ ସୋନୁର ସନ୍ଧାନରେ ଥିଲା। ଗୁରୁବାର ରାତି ପ୍ରାୟ ୧୧ଟାରେ ଦୁହେଁ ଏକ ପଲସର୍‌ରେ ବାଙ୍କୁଆଳ ନଦୀପଠାରେ ଲୁଟପାଟ୍‌ ପାଇଁ ଯୋଜନା କରୁଥିବା ଖବର ପାଇ ପୁଲିସ୍‌ର ଏକ ଟିମ୍‌ ସେଠାରେ ପହଞ୍ଚିଥିଲା। ପୁଲିସ୍‌କୁ ଦେଖିବା କ୍ଷଣି ଅଭିଯୁକ୍ତମାନେ ଖସିଯିବାକୁ ଉଦ୍ୟମ କରିଥିଲେ। ପୁଲିସ୍‌ ସେମାନଙ୍କୁ ଘେରିଯିବାରୁ ଲୁଟେରାଦ୍ବୟ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲେ। ପୁଲିସ୍‌ ଏହାର ପାଲଟା ଜବାବରେ ସେମାନଙ୍କ ଉପରେ ଗୁଳି ଚାଳନା କରିଥିଲା। ଏଥିରେ ଦୁଇ ଲୁଟେରାଙ୍କ ଗୋଡ଼ରେ ଗୁଳି ବାଜିଥିଲା। ସେମାନେ ଆଉ ଖସି ଯାଇ ନପାରି ତଳେ ପଡ଼ି ଯାଇଥିଲେ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଉଲ୍ଲେଖଯୋଗ୍ୟ ଯେ ଅପରାଧୀଙ୍କୁ ଦମନ, ଆଇନଶୃଙ୍ଖଳା ପରିସ୍ଥିତି ସଜାଡ଼ିବା ଲାଗି ଅପରାଧୀଙ୍କୁ ସାବାଡ୍‌ କରାଯାଉଛି। ସହରକୁ ଅପରାଧମୁକ୍ତ କରିବା ଲାଗି ନିରନ୍ତର ଉଦ୍ୟମ ଜାରି ରହିଛି। ଗଲା କିଛି ଦିନରେ, ଅପରାଧୀ ଓ ପୁଲିସ୍‌ ମଧ୍ୟରେ ମୁହାମୁହିଁ ଭଳି ପରିସ୍ଥିତି ସୃଷ୍ଟି ହେଉଛି। ପୁଲିସ କବଳରୁ ଖସିବା ଲାଗି ଅପରାଧୀ ଗୁଳିମାଡ଼ କରି ଭୟଭୀତ କରୁଛନ୍ତି। କିନ୍ତୁ ପୁଲିସର ପାଲଟା ଗୁଳିମାଡ଼ରେ ପେସାଦାର ଅପରାଧୀ ଜଖମ ହେଉଛନ୍ତି। ଭୁବନେଶ୍ୱରରେ ଗତ ୧୦ ବର୍ଷରେ ୩୮ଟି ଏନ୍‌କାଉଣ୍ଟର ହୋଇଛି। ସହରରେ ଘଟିଥିବା ସମସ୍ତ ଏନ୍‌କାଉଣ୍ଟରରୁ ଅଧିକ ଉପକଣ୍ଠ ଅଞ୍ଚଳରେ ଘଟିଛି। ଉପକଣ୍ଠରେ ଅପରାଧୀଙ୍କୁ ପାଲଟା ଜବାବ୍‌ ଦେଇ ଗୁଳି ଫୁଟାଉଛି କମିସନରେଟ ପୁଲିସ। ସେ କୁଆଖାଇ ନଦୀବନ୍ଦ ହେଉ ଅବା ଟଙ୍କପାଣିରୋଡର ନିଛାଟିଆ ରାସ୍ତାରେ ଗର୍ଜୁଛି ପୁଲିସ୍‌ର ବନ୍ଧୁକ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

ହମ୍‌ ଫାୟାର୍‌ ହେ: କମିସନର୍‌
ଏହି ଘଟଣାରେ ପୁଲିସ୍‌ କମିସନର୍‌ ଦେବଦତ୍ତ ସିଂହ ଲୁଟେରାମାନଙ୍କ ଉଦ୍ଦେଶ୍ୟରେ ପ୍ରତିକ୍ରିୟା‌ରେ କହିଛନ୍ତି, ‘‘ହମକୋ ଫ୍ଲାୱାର ସମଝା ହେ କ୍ୟା, ହମ୍‌ ଫାୟାର ହେ’’। ଗଣମାଧ୍ୟମକୁ ସୂଚନା ଦେଇ ସେ ଆହୁରି କହିଛନ୍ତି ଯେ ଷ୍ଟେସନ୍‌ରୁ ଓହ୍ଲାଇବା ପରେ ଲୁଟେରାଦ୍ବୟ ବାଇକ ଚୋରି କରନ୍ତି। ଚୋରା ବାଇକରେ ଗୋଟିଏ ଦିନରେ ୬ରୁ ୭ଟି ଚେନ ଲୁଟନ୍ତି। ପରେ ଷ୍ଟେସନରେ ବାଇକ ରଖି ପୁଣି ବିହାର ପଳାନ୍ତି। ନିକଟରେ ଭୁବନେଶ୍ବରରୁ ଗୋଟିଏ ଦିନରେ ୬ଟି ସୁନା ଚେନ୍‌ ଛିନତାଇ କରି ଆତଙ୍କ ଖେଳାଇଥିଲେ। ପୁରୀରେ ଲୁଟ କରି ଭୁବନେଶ୍ୱର ଫେରୁଥିବା ବେଳେ ପୁଲିସ ସହ ମୁହାଁମୁହିଁ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର