ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଦଳରେ ୩୦ ହଜାର ଟଙ୍କା ଦେବେ ସରକାର

The Sakala Picture
Published On

ଭୁବନେଶ୍ବର: ଏଣିକି ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ବଦଳରେ ଦିଆଯିବ ଅର୍ଥ। ୨୦୨୦-୨୧ ଶିକ୍ଷାବର୍ଷଠାରୁ ଏହି ନୂତନ ଯୋଜନା କାର୍ଯ୍ଯକ୍ଷମ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ସୂଚନା ଅନୁଯାୟୀ, ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥରାଶି ପ୍ରଦାନ କରାଯିବ । ଲାପ୍‌ଟପ୍‌ ବଦଳରେ ୩୦ ହଜାର ଟଙ୍କା ସିଧାସଳଖ ବିଦ୍ୟାର୍ଥୀଙ୍କୁ ଦିଆଯିବ। ଉକ୍ତ ଟଙ୍କା ଦ୍ବାରା ଛାତ୍ରଛାତ୍ରୀ ନିଜ ମନ ମୁତାବକ ଲାପ୍‌ଟପ୍‌, ଡେସ୍କଟପ୍‌, ଟାବ୍‌ଲେଟ୍‌ ସହଜରେ […]

ଭୁବନେଶ୍ବର: ଏଣିକି ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ବଦଳରେ ଦିଆଯିବ ଅର୍ଥ। ୨୦୨୦-୨୧ ଶିକ୍ଷାବର୍ଷଠାରୁ ଏହି ନୂତନ ଯୋଜନା କାର୍ଯ୍ଯକ୍ଷମ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ବିଜ୍ଞପ୍ତି ସୂଚନା ଅନୁଯାୟୀ, ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ଅର୍ଥରାଶି ପ୍ରଦାନ କରାଯିବ । ଲାପ୍‌ଟପ୍‌ ବଦଳରେ ୩୦ ହଜାର ଟଙ୍କା ସିଧାସଳଖ ବିଦ୍ୟାର୍ଥୀଙ୍କୁ ଦିଆଯିବ। ଉକ୍ତ ଟଙ୍କା ଦ୍ବାରା ଛାତ୍ରଛାତ୍ରୀ ନିଜ ମନ ମୁତାବକ ଲାପ୍‌ଟପ୍‌, ଡେସ୍କଟପ୍‌, ଟାବ୍‌ଲେଟ୍‌ ସହଜରେ କିଣିପାରିବେ। ଏହାଦ୍ବାରା ସେମାନଙ୍କୁ ଆଉ ନୋଡାଲ୍‌ ସେଣ୍ଟର୍‌କୁ ଲାପ୍‌ଟପ୍‌ ସଂଗ୍ରହ କରିବାକୁ ଯିବାକୁ ପଡ଼ିବନି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ମେଧାବୀ ଛାତ୍ରଛାତ୍ରୀଙ୍କ ତାଲିକା‌ ଓ ନୂଆ ନିୟମ ସମ୍ବନ୍ଧୀୟ ମାର୍ଗଦର୍ଶିକା ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍‌- ‘www.dhe.odisha.gov.in’ ରେ ଉପଲବ୍ଧ ରହିଛି। ତେବେ ଏହି ଲ୍ୟାପଟପ ଅର୍ଥ ପାଇବା ନିମନ୍ତେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାର୍ଚ୍ଚ ୧୮ତାରିଖ ସୁଦ୍ଧା ଉପରୋକ୍ତ ୱେବସାଇଟ୍‌ରେ ଆବଶ୍ୟକ ଡକୁମେଣ୍ଟ ଅପଲୋଡ୍ କରିବାକୁ ପଡ଼ିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର