ଦେଶର ତତଲା ସହର ସୂଚୀରେ ଓଡ଼ିଶାରୁ ୪, ଚଳିତ ବର୍ଷ ଅନୁଭବ ହେବ ପ୍ରଚଣ୍ଡ ତାତି ଓ ପ୍ରବଳ ଗରମ

The Sakala Picture
Published On

ଭୁବନେଶ୍ୱର: ଫଗୁଣ ମାସ ଅଧା ହୋଇନାହିଁ, ତାତି ଛୁଇଁଲାଣି ଶିଖର। ଶନିବାର ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୩୮ ଡିଗ୍ରୀ ଟପିଥିବା ବେଳେ ରାଜ୍ୟର ୧୧ ସହର ତାପମାତ୍ରା ୩୭ ଡିଗ୍ରୀ ଅତିକ୍ରମ କରିଛି। ଏପରି ଅବସ୍ଥାରେ ଆଗକୁ ପରିସ୍ଥିତି ଆହୁରି ଅସମ୍ଭାଳ ହେବ ବୋଲି କୁହାଯାଉଛି। ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଧ୍ୟ ଅନୁରୂପ ଆକଳନ କରିିଛି। ଚଳିତ ବର୍ଷ ପ୍ରଚଣ୍ଡ ତାତି ଓ ପ୍ରବଳ ଗରମ ଅନୁଭବ ହେବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିବା […]

ଭୁବନେଶ୍ୱର: ଫଗୁଣ ମାସ ଅଧା ହୋଇନାହିଁ, ତାତି ଛୁଇଁଲାଣି ଶିଖର। ଶନିବାର ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୩୮ ଡିଗ୍ରୀ ଟପିଥିବା ବେଳେ ରାଜ୍ୟର ୧୧ ସହର ତାପମାତ୍ରା ୩୭ ଡିଗ୍ରୀ ଅତିକ୍ରମ କରିଛି। ଏପରି ଅବସ୍ଥାରେ ଆଗକୁ ପରିସ୍ଥିତି ଆହୁରି ଅସମ୍ଭାଳ ହେବ ବୋଲି କୁହାଯାଉଛି। ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଧ୍ୟ ଅନୁରୂପ ଆକଳନ କରିିଛି। ଚଳିତ ବର୍ଷ ପ୍ରଚଣ୍ଡ ତାତି ଓ ପ୍ରବଳ ଗରମ ଅନୁଭବ ହେବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିବା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଶନିବାର ୩୮.୫ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଝାରସୁଗୁଡ଼ାରେ ତାପମାତ୍ରା ୩୮.୨ ଡିଗ୍ରୀ ଓ ବଲାଙ୍ଗିରରେ ଏହା ୩୮ ଡିଗ୍ରୀ ରେକର୍ଡ ହେବାପରେ ଲୋକମାନେ ଖରା ଓ ତାତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାର ଖ୍ୟାତନାମା ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ ଆଇଏମ୍‌ଡି ରିପୋର୍ଟକୁ ଗ୍ରହଣ କରିନାହାନ୍ତି। ଚଳିତ ବର୍ଷ ବିଶେଷ ଖରା ଗରମ ଅନୁଭୂତ ହେବ ନାହିଁ ବୋଲି କହିଛନ୍ତି। ଖରା ସ୍ଥିତିକୁ ନେଇ ଆଇଏମ୍‌ଡି ଓ ପ୍ରଫେସର ପଶୁପାଳକଙ୍କ ଆକଳନ ଭିନ୍ନ ଭିନ୍ନ ମତ ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ପ୍ରଫେସର ପଶୁପାଳକ କହିଛନ୍ତି ଯେ ଚଳିତ ବର୍ଷ ବିଶ୍ୱର ଅଧିକାଂଶ ସ୍ଥାନ ସମେତ ଉତ୍ତର ଭାରତରେ ପ୍ରଚଣ୍ଡ ଗରମ ହେବ। ଗତ ବର୍ଷ ବିଶ୍ୱସ୍ତରରେ ସବୁଠୁ ଉତ୍ତପ୍ତ ବର୍ଷ ରେକର୍ଡ ହୋଇଥିଲା। ଚଳିତ ବର୍ଷ ତାପମାତ୍ରା ସାମାନ୍ୟ କମି ଦ୍ୱିତୀୟ ବା ତୃତୀୟ ଉତ୍ତପ୍ତ ବର୍ଷ ହୋଇପାରେ। ଉତ୍ତର ଭାରତରେ ବିଶେଷ କରି ଉତ୍ତରପଶ୍ଚିମ ଭାରତରେ ଗରମ ସ୍ୱାଭାବିକଠାରୁ ଅଧିକ ରହିବାକୁ ଥିବା ବେଳେ ଓଡ଼ିଶା ଓ ଦକ୍ଷିଣ ଭାରତରେ ଗରମ ସ୍ୱାଭାବିକଠାରୁ କମ୍‌ ରହିପାରେ। ଗତ ଫେବୃଆରୀ ମାସରେ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଦୁର୍ବଳ ଲା-ନିନା ରହିଥିଲା। ମାର୍ଚ୍ଚରେ ଏହା ସ୍ୱାଭାବିକ ସ୍ଥିତିକୁ ଆସିବା ସହ ଜୁଲାଇ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ରାଜ୍ୟରେ ମାର୍ଚ୍ଚ ମାସରେ ଗରମ ସ୍ୱାଭାବିକଠାରୁ ଅଧିକ ରହିବାର ୪୦ ପ୍ରତିଶତ ସମ୍ଭାବନା ରହିଛି। ତେବେ ଏପ୍ରିଲ୍‌ ଓ ଜୁନ୍‌ରେ ଏହା ସ୍ୱାଭାବିକ ରହିବା ସହ ମେ’ ମାସରେ ଗରମ ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ କମ୍‌ ରହିପାରେ। ରାଜ୍ୟରେ ମଝିରେ ମଝିରେ କାଳବୈଶାଖୀ ବର୍ଷା ଆଶଙ୍କା ଥିବାରୁ ଗରମ କମିପାରେ। ସେହିପରି ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ତାପମାତ୍ରା ଅଧିକ ରହିବା ହେତୁ ଉପକୂଳ ବାୟୁମଣ୍ଡଳ ଅସ୍ଥିର ରହିବ ଓ ବର୍ଷା ହେବ ଏବଂ ଗୁରୁଚାପ ବଳୟ ଯୋଗୁଁ ପଶ୍ଚିମା ଗରମ ପବନ ଆସିବା ବାଧାପ୍ରାପ୍ତ ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଉପକୂଳ ଜିଲ୍ଲାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରୀୟ ପବନ ବହିବ। ରାତିରେ ପଶ୍ଚିମା ପବନ ଓଡ଼ିଶାରେ ବହିବା ହେତୁ ସକାଳୁ ତାପମାତ୍ରା କମ୍‌ ରହିବ। ୯ ତାରିଖ ପରେ ପଶ୍ଚିମା ପବନ କେବଳ ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶାରେ ସୀମିତ ରହିବ। ତେବେ ୧୨ ତାରିଖ ପରେ ମଧ୍ୟାହ୍ମ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗରମ ସ୍ୱାଭାବିକଠାରୁ ଅଧିକ ରହିବ। ଦିନ ଗୋଟାଏ ପରେ ମଝିରେ ମଝିରେ ଆଂଶିକ ବା ସାମାନ୍ୟ ମେଘୁଆ ପାଗ ହେତୁ ତାପମାତ୍ରା କମିବ। ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ କରି ଦକ୍ଷିଣ ଆଭ୍ୟନ୍ତରୀଣରେ ଗରମ ଅଧିକ ରହିବା ସହିତ ତାପମାତ୍ରା କ୍ରମଶଃ ବଢ଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଚାକିରି ଲୋଭ ଦେଖାଇ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି; ୫ ବର୍ଷ ପରେ ଘରକୁ ଯୋଗାଯୋଗ କଲେ

02 Mar 2025 By The Sakala

ଦେଶର ତତଲା ସହର ସୂଚୀରେ ଓଡ଼ିଶାରୁ ୪, ଚଳିତ ବର୍ଷ ଅନୁଭବ ହେବ ପ୍ରଚଣ୍ଡ ତାତି ଓ ପ୍ରବଳ ଗରମ

ଭୁବନେଶ୍ୱର: ଫଗୁଣ ମାସ ଅଧା ହୋଇନାହିଁ, ତାତି ଛୁଇଁଲାଣି ଶିଖର। ଶନିବାର ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୩୮ ଡିଗ୍ରୀ ଟପିଥିବା ବେଳେ ରାଜ୍ୟର ୧୧ ସହର ତାପମାତ୍ରା ୩୭ ଡିଗ୍ରୀ ଅତିକ୍ରମ କରିଛି। ଏପରି ଅବସ୍ଥାରେ ଆଗକୁ ପରିସ୍ଥିତି ଆହୁରି ଅସମ୍ଭାଳ ହେବ ବୋଲି କୁହାଯାଉଛି। ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମଧ୍ୟ ଅନୁରୂପ ଆକଳନ କରିିଛି। ଚଳିତ ବର୍ଷ ପ୍ରଚଣ୍ଡ ତାତି ଓ ପ୍ରବଳ ଗରମ ଅନୁଭବ ହେବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିବା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଶନିବାର ୩୮.୫ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଝାରସୁଗୁଡ଼ାରେ ତାପମାତ୍ରା ୩୮.୨ ଡିଗ୍ରୀ ଓ ବଲାଙ୍ଗିରରେ ଏହା ୩୮ ଡିଗ୍ରୀ ରେକର୍ଡ ହେବାପରେ ଲୋକମାନେ ଖରା ଓ ତାତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାର ଖ୍ୟାତନାମା ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ ଆଇଏମ୍‌ଡି ରିପୋର୍ଟକୁ ଗ୍ରହଣ କରିନାହାନ୍ତି। ଚଳିତ ବର୍ଷ ବିଶେଷ ଖରା ଗରମ ଅନୁଭୂତ ହେବ ନାହିଁ ବୋଲି କହିଛନ୍ତି। ଖରା ସ୍ଥିତିକୁ ନେଇ ଆଇଏମ୍‌ଡି ଓ ପ୍ରଫେସର ପଶୁପାଳକଙ୍କ ଆକଳନ ଭିନ୍ନ ଭିନ୍ନ ମତ ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି କରିଛି ।

ପ୍ରଫେସର ପଶୁପାଳକ କହିଛନ୍ତି ଯେ ଚଳିତ ବର୍ଷ ବିଶ୍ୱର ଅଧିକାଂଶ ସ୍ଥାନ ସମେତ ଉତ୍ତର ଭାରତରେ ପ୍ରଚଣ୍ଡ ଗରମ ହେବ। ଗତ ବର୍ଷ ବିଶ୍ୱସ୍ତରରେ ସବୁଠୁ ଉତ୍ତପ୍ତ ବର୍ଷ ରେକର୍ଡ ହୋଇଥିଲା। ଚଳିତ ବର୍ଷ ତାପମାତ୍ରା ସାମାନ୍ୟ କମି ଦ୍ୱିତୀୟ ବା ତୃତୀୟ ଉତ୍ତପ୍ତ ବର୍ଷ ହୋଇପାରେ। ଉତ୍ତର ଭାରତରେ ବିଶେଷ କରି ଉତ୍ତରପଶ୍ଚିମ ଭାରତରେ ଗରମ ସ୍ୱାଭାବିକଠାରୁ ଅଧିକ ରହିବାକୁ ଥିବା ବେଳେ ଓଡ଼ିଶା ଓ ଦକ୍ଷିଣ ଭାରତରେ ଗରମ ସ୍ୱାଭାବିକଠାରୁ କମ୍‌ ରହିପାରେ। ଗତ ଫେବୃଆରୀ ମାସରେ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଦୁର୍ବଳ ଲା-ନିନା ରହିଥିଲା। ମାର୍ଚ୍ଚରେ ଏହା ସ୍ୱାଭାବିକ ସ୍ଥିତିକୁ ଆସିବା ସହ ଜୁଲାଇ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ରାଜ୍ୟରେ ମାର୍ଚ୍ଚ ମାସରେ ଗରମ ସ୍ୱାଭାବିକଠାରୁ ଅଧିକ ରହିବାର ୪୦ ପ୍ରତିଶତ ସମ୍ଭାବନା ରହିଛି। ତେବେ ଏପ୍ରିଲ୍‌ ଓ ଜୁନ୍‌ରେ ଏହା ସ୍ୱାଭାବିକ ରହିବା ସହ ମେ’ ମାସରେ ଗରମ ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ କମ୍‌ ରହିପାରେ। ରାଜ୍ୟରେ ମଝିରେ ମଝିରେ କାଳବୈଶାଖୀ ବର୍ଷା ଆଶଙ୍କା ଥିବାରୁ ଗରମ କମିପାରେ। ସେହିପରି ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ତାପମାତ୍ରା ଅଧିକ ରହିବା ହେତୁ ଉପକୂଳ ବାୟୁମଣ୍ଡଳ ଅସ୍ଥିର ରହିବ ଓ ବର୍ଷା ହେବ ଏବଂ ଗୁରୁଚାପ ବଳୟ ଯୋଗୁଁ ପଶ୍ଚିମା ଗରମ ପବନ ଆସିବା ବାଧାପ୍ରାପ୍ତ ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଉପକୂଳ ଜିଲ୍ଲାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରୀୟ ପବନ ବହିବ। ରାତିରେ ପଶ୍ଚିମା ପବନ ଓଡ଼ିଶାରେ ବହିବା ହେତୁ ସକାଳୁ ତାପମାତ୍ରା କମ୍‌ ରହିବ। ୯ ତାରିଖ ପରେ ପଶ୍ଚିମା ପବନ କେବଳ ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶାରେ ସୀମିତ ରହିବ। ତେବେ ୧୨ ତାରିଖ ପରେ ମଧ୍ୟାହ୍ମ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗରମ ସ୍ୱାଭାବିକଠାରୁ ଅଧିକ ରହିବ। ଦିନ ଗୋଟାଏ ପରେ ମଝିରେ ମଝିରେ ଆଂଶିକ ବା ସାମାନ୍ୟ ମେଘୁଆ ପାଗ ହେତୁ ତାପମାତ୍ରା କମିବ। ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ କରି ଦକ୍ଷିଣ ଆଭ୍ୟନ୍ତରୀଣରେ ଗରମ ଅଧିକ ରହିବା ସହିତ ତାପମାତ୍ରା କ୍ରମଶଃ ବଢ଼ିବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର