ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

Madhusudan Das Picture
Published On

ଭୁବନେଶ୍ୱର: ଅସହ୍ୟ ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ ବର୍ଷା । କାଳବୈଶାଖୀ ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ପବନ, ଘଡଘଡି ବଜୁଳି ସାଙ୍ଗକୁ କୁଆପଥର ବର୍ଷା ହୋଇଛି । ରାଜଧାନୀରେ ୪୦ ରୁ ୫୦ କିମି ବେଗରେ ପବନ ବୋହି କିଛି ସ୍ଥାନରେ ଗଛ ଭାଙ୍ଗି ପଡିଛି । ଜୟଦେବ ବିହାରରେ ଗଛ ପଡି ୪ରୁ ଅଧିକ ଗାଡି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।  ଭୁବନେଶ୍ୱର ବ୍ୟତୀତ ଜିଲ୍ଲାର ଅଧିକାଂଶ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାଯାଇଛି  ।   ଏବେ ବି ଆକାଶରେ କଳାବାଦଲ ଛାଇ ହୋଇ ରହିଥିବାରୁ ପୁଣି ବର୍ଷା ଆଶଙ୍କା ରହିଛି । ସକାଳୁ ହେଉଥିବା ଅସହ୍ୟ ଗରମ ଓ ଗୁଳୁଗୁଳି ଆଶ୍ବସ୍ତି ଦେଇଛି ଏହି କାଳବୈଶାଖୀ ବର୍ଷା ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର