କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍ପେଣ୍ଡ
ଭୁବନେଶ୍ୱର: ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍ପେଣ୍ଡ । କାର୍ଯ୍ୟରେ ଅବହେଳା ଅଭିଯୋଗରେ ସସ୍ପେଣ୍ଡ କଲା ଜଳ ସଂପଦ ବିଭାଗ । ବରଗଡ଼ ଜିଲ୍ଲାର ଏକ କେନାଲ ଭିତ୍ତିଭୂମି ପ୍ରକଳ୍ପରେ ବ୍ୟାପକ ଅନିୟମିତତା ଏବଂ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ସୋମବାର ଦିନ ତିନି ଜଣ ଇଞ୍ଜିନିୟରିଂ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।
ଆହୁରି ପଢ଼ନ୍ତୁ: ବିଜେପିର ଚକ୍ରାନ୍ତ ଜେନ ଜିଙ୍କୁ ଅଟକାଇ ପାରିଲାନି, ଛାତ୍ର ସଂସଦ ନିର୍ବାଚନ ଫଳାଫଳ କେବଳ ଆରମ୍ଭ ମାତ୍ର: ବିଜେଡି
ନିଲମ୍ବିତ ହୋଇଥିବା ତିନି ଅଧିକାରୀମାନେ ହେଲେ ବରଗଡ଼ ଜଳସେଚନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ମଦନ ମୋହନ ସେଠୀ, ଭେଡେନ ଜଳସେଚନ ସବ୍-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜ କୁମାର ମିଶ୍ର ଏବଂ ବରଗଡ଼ କେନାଲ ସେକ୍ସନର ସହକାରୀ ଯନ୍ତ୍ରୀ ରଞ୍ଜନ ପଟେଲ।
ଆହୁରି ପଢ଼ନ୍ତୁ: ବିଗତ ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାର ନିମ୍ନତାର ସବୁ ସୀମା ଟପିଗଲା: ସୁଜାତା ରାଉତ କାର୍ତ୍ତିକେୟନ
ନିଲମ୍ବନ ସମୟରେ ମଦନ ମୋହନ ସେଠୀ ଜଳ ସମ୍ପଦ ବିଭାଗ ସର୍ବୋଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ରାଜ କୁମାର ମିଶ୍ର ଓ ରଞ୍ଜନ ପଟେଲ ମହାନଦୀ ବେସିନ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡି ଜେଜେ ଓ ନାତି ମୃତ






