ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ
ଭବାନୀପାଟଣା: କଣ୍ଟେନର୍ ଧକ୍କାରେ ୨ ଜଣଙ୍କ ମୃତ୍ୟୁ । କେସିଙ୍ଗା ଥାନା ଖଜୁରୀପଡ଼ା ନିକଟରେ ଘଟିଛି ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ୨ ଟ୍ରକ୍ ଚାଳକଙ୍କ ଧକ୍କା ଦେଇଥିଲା କଣ୍ଟେନର । ଦୁର୍ଘଟଣାରେ ଘଟଣାସ୍ଥଳରେ ଚାଲିଗଲା ଦୁଇଜଣଙ୍କ ଜୀବନ । ମୃତକ ଦୁଇ ଜଣ ବଲାଙ୍ଗୀର ଜିଲ୍ଲା ବେହେରାପାଲିର ମୁନ୍ନା ଦଳେଇ ଏବଂ କଳାହାଣ୍ଡି କଲମପୁର ବ୍ଲକ ଚୁରାଗାଁ ହିମାଂଶୁ ରାଉତ ବୋଲି ଜଣାପଡିଛି। ଘଟଣାସ୍ଥଳରେ କେସିଙ୍ଗା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ।
ସୂଚନା ଅନୁସାରେ, ଗତ ରାତିରେ ୩ଟି ଟ୍ରକରେ କଲମପୁର ମଣ୍ଡିରୁ ଧାନ ଆଣି ଅରିହଣ୍ଟ ରାଇସ ମିଲ ନିକଟରେ ଖାଲି କରିବାକୁ ଟ୍ରକ୍ ଗୁଡ଼ିକ ଛିଡା ହୋଇଥିଲେ। ଆଜି ଭୋରରୁ ଗାଡି ୩ଟି ଲାଇନ୍ ରେ ରଖି ଚାଳକମାନେ ଗାଡି ରୁ ଓହ୍ଲାଉଥିଲେ। ସେହି ସମୟରେ ପଛ ପଟୁ ଆସୁଥିବା କଣ୍ଟେନର ହଠାତ୍ ଧକ୍କା ଦେବାରୁ ୨ ଜଣ ଚାଳକ ଘଟଣାସ୍ଥଳରେ ମୃତ୍ୟବରଣ କରିଥିଲେ।