ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶାର ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ ଏକ ରାଜ୍ୟସ୍ତରୀୟ ମଲ୍ଟି-ଏଜେନ୍ସି ଉପକୂଳ ସୁରକ୍ଷା ସେମିନାରର ଉଦଘାଟନ କରିଛନ୍ତି। ଏହି ଦିନିକିଆ କର୍ମଶାଳାରେ ହୋଇଥିବା ଆଲୋଚନା ରାଜ୍ୟର ଉପକୂଳ ସୁରକ୍ଷା ରଣନୀତିକୁ ଆହୁରି ମଜବୁତ କରିବାରେ ବିଶେଷ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ବଢ଼ିଲା ନିଲମ୍ବିତ ଆଇଆଇସି ସଂନ୍ଧ୍ୟାରାଣୀ ଜେନାଙ୍କ ଅଡ଼ୁଆ, ତାଙ୍କ ବିରୋଧରେ ରୁଜୁ ହେଲା ମାମଲା

ଏହି ଗୁରୁତ୍ୱପୂର୍ଣ୍ଣ କର୍ମଶାଳାରେ ଭାରତୀୟ ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟ ଗାର୍ଡ), ବନ୍ଦର କର୍ତ୍ତୃପକ୍ଷ, ମତ୍ସ୍ୟ ନିର୍ଦ୍ଦେଶାଳୟ, ପଡ଼ୋଶୀ ରାଜ୍ୟର ଅଧିକାରୀ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାକୁ ମିଶାଇ ମୋଟ ୧୮ଟି ଏଜେନ୍ସି ଅଂଶଗ୍ରହଣ କରିଥିଲେ। ଦିନତମାମ ଆୟୋଜିତ ୬ଟି ବୈଷୟିକ ଅଧିବେଶନରେ ଉପକୂଳ ସୁରକ୍ଷାର ବୈଷୟିକ ଦିଗ ଏବଂ ନୂତନ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ନିଜ ନିଜର ଅଭିଜ୍ଞତା ବାଣ୍ଟିଥିଲେ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ବର୍ବର ହତ୍ୟାକାଣ୍ଡ: NHRC ନିକଟରେ ହାଜର ହେଲେ ଯୁବତୀ ଏବଂ ଆମ୍ବୁଲାନ୍ସ ଡ୍ରାଇଭର

ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଖୁରାନିଆ କହିଥିଲେ ଯେ, ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଓଡ଼ିଶାର ୫୭୪.୭ କିଲୋମିଟର ଦୀର୍ଘ ଉପକୂଳ ଏବଂ ପାରାଦୀପ, ଧାମରା ଓ ଗୋପାଳପୁର ଭଳି ପ୍ରମୁଖ ବନ୍ଦର ରାଜ୍ୟର ଅର୍ଥନୈତିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଏହି ଅଞ୍ଚଳର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ଡିଜିପି ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ଉପକୂଳରେ ଥିବା ୧୮ଟି ସାମୁଦ୍ରିକ ଥାନା (ମେରାଇନ ଥାନା)ରେ ୭୦୦ରୁ ଅଧିକ ପୋଲିସ କର୍ମଚାରୀ ମୁତୟନ ଅଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଉପକୂଳ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରାୟ ୧୫୦-୨୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହାଛଡ଼ା ୧୫ଟି ଫାଷ୍ଟ ଇଣ୍ଟରସେପ୍ଟର ବୋଟ୍, ୫ଟି ଡ୍ରୋନ୍ ଏବଂ ୫ଟି ଭଡ଼ା ଟ୍ରଲର ମାଧ୍ୟମରେ ସାମୁଦ୍ରିକ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ଉପକୂଳ ସୁରକ୍ଷାକୁ ଆହୁରି ଅତ୍ୟାଧୁନିକ କରିବା ପାଇଁ ଓଡ଼ିଶା ପୋଲିସ ଆଗାମୀ ଦିନରେ ଅଧିକ ୧୦ଟି ଫାଷ୍ଟ ଇଣ୍ଟରସେପ୍ଟର ବୋଟ୍, ମିନି କଣ୍ଟ୍ରୋଲ୍ ସେଣ୍ଟର, ସିସିଟିଭି କ୍ୟାମେରା ଏବଂ ଆଧୁନିକ ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ ମୁତୟନ କରିବାକୁ ଯୋଜନା କରୁଛି। ମତ୍ସ୍ୟଜୀବୀଙ୍କ ଡଙ୍ଗା ଉପରେ ନଜର ରଖିବା ପାଇଁ ନଭମିତ୍ର (NABHMITRA) ଆପ୍ ବ୍ୟବହାର କରାଯାଉଛି। ଏହାବ୍ୟତୀତ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ 'କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର' ପ୍ରତିଷ୍ଠା କରାଯାଇଛି, ଯାହା ମେରାଇନ ଥାନା ଓ ଡ୍ରୋନ୍ ଗୁଡ଼ିକରୁ ସିଧାସଳଖ ତଥ୍ୟ ସଂଗ୍ରହ କରିବ। ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ପୋଲିସର କୋଷ୍ଟାଲ୍ ସିକ୍ୟୁରିଟି ୱିଙ୍ଗ୍ ଦେଶର ସର୍ବୋତ୍ତମ ସୁରକ୍ଷା ୟୁନିଟ୍ ଭାବେ ଉଭା ହେବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି।

04 Jun 2026 By Madhusudan Das

ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ଭୁବନେଶ୍ୱର: ଓଡ଼ିଶାର ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ ଏକ ରାଜ୍ୟସ୍ତରୀୟ ମଲ୍ଟି-ଏଜେନ୍ସି ଉପକୂଳ ସୁରକ୍ଷା ସେମିନାରର ଉଦଘାଟନ କରିଛନ୍ତି। ଏହି ଦିନିକିଆ କର୍ମଶାଳାରେ ହୋଇଥିବା ଆଲୋଚନା ରାଜ୍ୟର ଉପକୂଳ ସୁରକ୍ଷା ରଣନୀତିକୁ ଆହୁରି ମଜବୁତ କରିବାରେ ବିଶେଷ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ କର୍ମଶାଳାରେ ଭାରତୀୟ ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟ ଗାର୍ଡ), ବନ୍ଦର କର୍ତ୍ତୃପକ୍ଷ, ମତ୍ସ୍ୟ ନିର୍ଦ୍ଦେଶାଳୟ, ପଡ଼ୋଶୀ ରାଜ୍ୟର ଅଧିକାରୀ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାକୁ ମିଶାଇ ମୋଟ ୧୮ଟି ଏଜେନ୍ସି ଅଂଶଗ୍ରହଣ କରିଥିଲେ। ଦିନତମାମ ଆୟୋଜିତ ୬ଟି ବୈଷୟିକ ଅଧିବେଶନରେ ଉପକୂଳ ସୁରକ୍ଷାର ବୈଷୟିକ ଦିଗ ଏବଂ ନୂତନ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ନିଜ ନିଜର ଅଭିଜ୍ଞତା ବାଣ୍ଟିଥିଲେ।

ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଖୁରାନିଆ କହିଥିଲେ ଯେ, ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଓଡ଼ିଶାର ୫୭୪.୭ କିଲୋମିଟର ଦୀର୍ଘ ଉପକୂଳ ଏବଂ ପାରାଦୀପ, ଧାମରା ଓ ଗୋପାଳପୁର ଭଳି ପ୍ରମୁଖ ବନ୍ଦର ରାଜ୍ୟର ଅର୍ଥନୈତିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଏହି ଅଞ୍ଚଳର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ଡିଜିପି ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ଉପକୂଳରେ ଥିବା ୧୮ଟି ସାମୁଦ୍ରିକ ଥାନା (ମେରାଇନ ଥାନା)ରେ ୭୦୦ରୁ ଅଧିକ ପୋଲିସ କର୍ମଚାରୀ ମୁତୟନ ଅଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଉପକୂଳ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରାୟ ୧୫୦-୨୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହାଛଡ଼ା ୧୫ଟି ଫାଷ୍ଟ ଇଣ୍ଟରସେପ୍ଟର ବୋଟ୍, ୫ଟି ଡ୍ରୋନ୍ ଏବଂ ୫ଟି ଭଡ଼ା ଟ୍ରଲର ମାଧ୍ୟମରେ ସାମୁଦ୍ରିକ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

ଉପକୂଳ ସୁରକ୍ଷାକୁ ଆହୁରି ଅତ୍ୟାଧୁନିକ କରିବା ପାଇଁ ଓଡ଼ିଶା ପୋଲିସ ଆଗାମୀ ଦିନରେ ଅଧିକ ୧୦ଟି ଫାଷ୍ଟ ଇଣ୍ଟରସେପ୍ଟର ବୋଟ୍, ମିନି କଣ୍ଟ୍ରୋଲ୍ ସେଣ୍ଟର, ସିସିଟିଭି କ୍ୟାମେରା ଏବଂ ଆଧୁନିକ ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ ମୁତୟନ କରିବାକୁ ଯୋଜନା କରୁଛି। ମତ୍ସ୍ୟଜୀବୀଙ୍କ ଡଙ୍ଗା ଉପରେ ନଜର ରଖିବା ପାଇଁ ନଭମିତ୍ର (NABHMITRA) ଆପ୍ ବ୍ୟବହାର କରାଯାଉଛି। ଏହାବ୍ୟତୀତ ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ 'କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର' ପ୍ରତିଷ୍ଠା କରାଯାଇଛି, ଯାହା ମେରାଇନ ଥାନା ଓ ଡ୍ରୋନ୍ ଗୁଡ଼ିକରୁ ସିଧାସଳଖ ତଥ୍ୟ ସଂଗ୍ରହ କରିବ। ଆଗାମୀ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ପୋଲିସର କୋଷ୍ଟାଲ୍ ସିକ୍ୟୁରିଟି ୱିଙ୍ଗ୍ ଦେଶର ସର୍ବୋତ୍ତମ ସୁରକ୍ଷା ୟୁନିଟ୍ ଭାବେ ଉଭା ହେବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର