ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

Suryakanta Picture
Published On

ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିର ହୁଣ୍ଡିରେ ଅର୍ଥ ଦାନ କରିବାର ପରମ୍ପରା ଦୀର୍ଘ ଦିନରୁ ରହିଆସିଛି। ତେବେ ମନ୍ଦିରକୁ ଆସିପାରୁ ନ ଥିବା ଶ୍ରଦ୍ଧାଳୁମାନେ ଏହି ସୁଯୋଗରୁ ବଞ୍ଚିତ ହେଉଥିଲେ। ଏହି ସମସ୍ୟାର ସମାଧାନ ପାଇଁ ଏବଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ଖୁବଶୀଘ୍ର ଶ୍ରୀମନ୍ଦିର ଇ-ହୁଣ୍ଡି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏହି ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ଭକ୍ତମାନେ ଘରେ ବସି ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ନିଜର ଦାନ ଅର୍ଥ ପ୍ରଦାନ କରିପାରିବେ।

ଆହୁରି ପଢ଼ନ୍ତୁ: ଓପିଏସ୍‌ସି ପରୀକ୍ଷାରେ କପି କରିବା ଅଭିଯୋଗରେ ପରୀକ୍ଷାର୍ଥୀ ସହ ଅନ୍ୟ ୩ ଗିରଫ

ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ

ଏହି ଅଭିନବ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଇ-ହୁଣ୍ଡି ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଭକ୍ତମାନେ ନିଜ ଜନ୍ମଦିନ, ବିବାହ ବାର୍ଷିକୀ କିମ୍ବା ମନସ୍କାମନା ପୂରଣ ହେବାର ଖୁସିରେ କିପରି ସହଜରେ ଅନଲାଇନ୍ ମାଧ୍ୟମରେ ଦାନ କରିପାରିବେ, ସେ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ଏହି ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ଓଡ଼ିଶା ରାଜ୍ୟ ବିଧି ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଆଇନ ବିଭାଗ ପ୍ରମୁଖ ସଚିବ ଡ. ପବିତ୍ର ମୋହନ ସାମଲ, ସ୍ବତନ୍ତ୍ର ସଚିବ ପ୍ରଣବ ପାତ୍ର ଏବଂ ଅତିରିକ୍ତ ସଚିବ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ଆୟକର ଛାଡ଼ ଏବଂ ସାଇବର ସୁରକ୍ଷା ଉପରେ ଗୁରୁତ୍ୱ

ଏହି ଅନଲାଇନ୍ ଦାନ ପ୍ରକ୍ରିୟାକୁ ଅଧିକ ଆକର୍ଷଣୀୟ ଏବଂ ନିରାପଦ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଦାନ କରାଯାଇଥିବା ଅର୍ଥରାଶି ଉପରେ ଆୟକର ଛାଡ଼ ବ୍ୟବସ୍ଥା ଲାଗୁ ହେବ। ଭକ୍ତଙ୍କ ଦ୍ୱାରା ଦାନ କରାଯାଇଥିବା ସମସ୍ତ ଅର୍ଥ କେବଳ ଶ୍ରୀମନ୍ଦିରର ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ କରାଯିବ। ଅନ୍ୟପକ୍ଷରେ, ଏହି ବ୍ୟବସ୍ଥାରେ ଯେପରି କୌଣସି ସାଇବର ଠକେଇ ନ ହୁଏ ଏବଂ ସାଇବର ଅପରାଧୀମାନେ ଏହାର ଫାଇଦା ଉଠାଇ ନ ପାରନ୍ତି, ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମହିଳାଙ୍କୁ ନିର୍ଯାତନା ଦେଇ ଉତ୍ସବ ମନାଉଛନ୍ତି ସରକାର: ବିଜେଡି

04 Jun 2026 By Suryakanta

ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିର ହୁଣ୍ଡିରେ ଅର୍ଥ ଦାନ କରିବାର ପରମ୍ପରା ଦୀର୍ଘ ଦିନରୁ ରହିଆସିଛି। ତେବେ ମନ୍ଦିରକୁ ଆସିପାରୁ ନ ଥିବା ଶ୍ରଦ୍ଧାଳୁମାନେ ଏହି ସୁଯୋଗରୁ ବଞ୍ଚିତ ହେଉଥିଲେ। ଏହି ସମସ୍ୟାର ସମାଧାନ ପାଇଁ ଏବଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ଖୁବଶୀଘ୍ର ଶ୍ରୀମନ୍ଦିର ଇ-ହୁଣ୍ଡି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏହି ଅନଲାଇନ୍ ବ୍ୟବସ୍ଥା ମାଧ୍ୟମରେ ଭକ୍ତମାନେ ଘରେ ବସି ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ନିଜର ଦାନ ଅର୍ଥ ପ୍ରଦାନ କରିପାରିବେ।

ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ

ଏହି ଅଭିନବ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଇ-ହୁଣ୍ଡି ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଭକ୍ତମାନେ ନିଜ ଜନ୍ମଦିନ, ବିବାହ ବାର୍ଷିକୀ କିମ୍ବା ମନସ୍କାମନା ପୂରଣ ହେବାର ଖୁସିରେ କିପରି ସହଜରେ ଅନଲାଇନ୍ ମାଧ୍ୟମରେ ଦାନ କରିପାରିବେ, ସେ ନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ଏହି ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ଓଡ଼ିଶା ରାଜ୍ୟ ବିଧି ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଆଇନ ବିଭାଗ ପ୍ରମୁଖ ସଚିବ ଡ. ପବିତ୍ର ମୋହନ ସାମଲ, ସ୍ବତନ୍ତ୍ର ସଚିବ ପ୍ରଣବ ପାତ୍ର ଏବଂ ଅତିରିକ୍ତ ସଚିବ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଆୟକର ଛାଡ଼ ଏବଂ ସାଇବର ସୁରକ୍ଷା ଉପରେ ଗୁରୁତ୍ୱ

ଏହି ଅନଲାଇନ୍ ଦାନ ପ୍ରକ୍ରିୟାକୁ ଅଧିକ ଆକର୍ଷଣୀୟ ଏବଂ ନିରାପଦ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଦାନ କରାଯାଇଥିବା ଅର୍ଥରାଶି ଉପରେ ଆୟକର ଛାଡ଼ ବ୍ୟବସ୍ଥା ଲାଗୁ ହେବ। ଭକ୍ତଙ୍କ ଦ୍ୱାରା ଦାନ କରାଯାଇଥିବା ସମସ୍ତ ଅର୍ଥ କେବଳ ଶ୍ରୀମନ୍ଦିରର ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ କରାଯିବ। ଅନ୍ୟପକ୍ଷରେ, ଏହି ବ୍ୟବସ୍ଥାରେ ଯେପରି କୌଣସି ସାଇବର ଠକେଇ ନ ହୁଏ ଏବଂ ସାଇବର ଅପରାଧୀମାନେ ଏହାର ଫାଇଦା ଉଠାଇ ନ ପାରନ୍ତି, ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର