ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

Madhusudan Das Picture
Published On

ଭୁବନେଶ୍ୱର: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ । ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଜିତୁ ସାମଲ ଗିରଫ । ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ କରିଥିବା ଗତକାଲି ଅଭିଯୋଗ କରିଥିଲେ ଯୁବତୀ । ଯୁବତୀଙ୍କ ଅଭିଯୋଗ ପରେ ଆକ୍ସନ ମୋଡ଼ରେ ଆସିଥିଲା ଧଉଳି ଥାନା ପୋଲିସ। ମାମଲା ରୁଜୁ ହେବାର କିଛି ସମୟ ମଧ୍ୟରେ ଅଭିଯୁକ୍ତ ଜିତୁ ସାମଲଙ୍କୁ ଯାଜପୁରରୁ ଗିରଫ କରିଛି ପୋଲିସ। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ମାଆଙ୍କ ପରିଚିତ ଜଣେ ବ୍ୟକ୍ତି ଥିଲେ ଜିତୁ ସାମଲ। ସେହି ପରିଚୟକୁ ଆଧାର କରି ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇଥିଲେ ଅଭିଯୁକ୍ତ। ପରେ ବିଶ୍ୱାସର ସୁଯୋଗ ନେଇ ତାଙ୍କୁ ହୋଟେଲକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଗତ ୫ ତାରିଖ ରାତିରେ ପିପିଲି ଥାନା ଅଞ୍ଚଳ ଗୁଡ଼ିଆପୋଖରୀ ନିକଟସ୍ଥ ଏକ  ହୋଟେଲରେ ଏହି ଘଟଣା ଘଟିଥିବା ଗତକାଲି ଯୁବତୀ ଅଭିଯୋଗ କରିଥିଲେ । 

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଘଟଣା ପରେ ସେ ଧଉଳି ଥାନାରେ ଏତଲା ଦେଇଥିଲେ। ପ୍ରାଥମିକ ତଦନ୍ତରେ ଘଟଣାସ୍ଥଳ ପିପିଲି ଥାନା ଅଞ୍ଚଳରେ ଥିବା ଜଣାପଡ଼ିଥିଲେ ମଧ୍ୟ, ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଧଉଳି ଥାନାରେ ତୁରନ୍ତ ଏଫ୍‌ଆଇଆର୍‌ ରୁଜୁ କରାଯାଇଥିଲା। ଜିରୋ ଏଫ୍‌ଆଇଆର୍‌ ପ୍ରକ୍ରିୟା ଅପେକ୍ଷା ନକରି ମାନବିକ ଆଭିମୁଖ୍ୟ ଗ୍ରହଣ କରିଥିଲା ପୋଲିସ।  ମାମଲା ରୁଜୁ ହେବା ପରେ ଅଭିଯୁକ୍ତର ଖୋଜଖବର ଆରମ୍ଭ କରିଥିଲା ଧଉଳି ପୋଲିସ। ଶେଷରେ ଯାଜପୁରରୁ ଜିତୁ ସାମଲଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି। ଅଭିଯୁକ୍ତ ବିରୋଧରେ ଲାଗିଛି ଏକାଧିକ ସଙ୍ଗୀନ ଅଭିଯୋଗ। ଅପହରଣ, ଅଟକ ରଖିବା, ଦୁଷ୍କର୍ମ, ଠକେଇ ଓ ଧମକ ଭଳି ଗୁରୁତର ଦଫାରେ ମାମଲା ରୁଜୁ କରିଛି ପୋଲିସ। ଭାରତୀୟ ନ୍ୟାୟ ସଂହିତାର 140(3), 127(2), 64(1), 318(4), 351(2) ଓ 3(5) ଧାରାରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ପ୍ରତ୍ୟେକ ଦିଗକୁ ଛାନବିନ କରୁଛି ଧଉଳି ପୋଲିସ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର