ବେଦାନ୍ତ ଆଲୁମିନିୟମ ପ୍ରଥମ ଏଲଇଡି ଗ୍ଲୋ ଗାର୍ଡେନର ବିକଶିତ କରିଛି

The Sakala Picture
Published On

ଝାରସୁଗୁଡ଼ା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ପ୍ରଥମ ଏଲଇଡି ଗ୍ଲୋ ଗାର୍ଡ଼ନର ବିକଶିତ କରିଛି, ଯାହା ସାମୁଦାୟିକ ଭିତିଭୂମିକୁ ବୃଦ୍ଧି କରିବା ସହ ପର୍ୟ୍ୟଟନକୁ ପ୍ରୋତ୍ସାହିତ କରିବ ଓ ବସ୍ତି ବାସିନ୍ଦା ତଥା ପରିଦର୍ଶକଙ୍କ ଲାଗି ଆକର୍ଷଣ ସୃଷ୍ଟି କରିବ। ସୁରେଶ ପୂଜାରୀ, ରାଜସ୍ୱ ମନ୍ତ୍ରୀ, ଓଡ଼ିଶାଙ୍କ ଦ୍ୱାରା ଏହି ଗାର୍ଡେନ ଉଦଘାଟିତ ହୋଇଥିଲା ଓ  ଟଙ୍କଧର ତ୍ରିପାଠୀ, ବିଧାୟକ ଝାରସୁଗୁଡ଼ା, ମିସ ଆବୋଲି ସୁନିଲ ନାରଭାନା କଲେକ୍ଟର ଓ ଜିଲ୍ଲା ମାଜିଷ୍ଟ୍ରେଟ, […]

ଝାରସୁଗୁଡ଼ା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଓଡ଼ିଶାରେ ପ୍ରଥମ ଏଲଇଡି ଗ୍ଲୋ ଗାର୍ଡ଼ନର ବିକଶିତ କରିଛି, ଯାହା ସାମୁଦାୟିକ ଭିତିଭୂମିକୁ ବୃଦ୍ଧି କରିବା ସହ ପର୍ୟ୍ୟଟନକୁ ପ୍ରୋତ୍ସାହିତ କରିବ ଓ ବସ୍ତି ବାସିନ୍ଦା ତଥା ପରିଦର୍ଶକଙ୍କ ଲାଗି ଆକର୍ଷଣ ସୃଷ୍ଟି କରିବ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ସୁରେଶ ପୂଜାରୀ, ରାଜସ୍ୱ ମନ୍ତ୍ରୀ, ଓଡ଼ିଶାଙ୍କ ଦ୍ୱାରା ଏହି ଗାର୍ଡେନ ଉଦଘାଟିତ ହୋଇଥିଲା ଓ  ଟଙ୍କଧର ତ୍ରିପାଠୀ, ବିଧାୟକ ଝାରସୁଗୁଡ଼ା, ମିସ ଆବୋଲି ସୁନିଲ ନାରଭାନା କଲେକ୍ଟର ଓ ଜିଲ୍ଲା ମାଜିଷ୍ଟ୍ରେଟ, ଝାରସୁଗୁଡ଼ା, ପରମାର ସ୍ମିଥ ପରସୋତମଦାସ, ଆଇପିଏସ,ପୋଲିସ ଅଧୀକ୍ଷକ ଓ ବେଦାନ୍ତର ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଏହି ଏଲଇଡି ଗ୍ଲୋ ଗାର୍ଡେନ ଏକ ସୌନ୍ଦର୍ଯ୍ୟର ପ୍ରତୀକ ବହନ କରେ ଓ ଏଥିରେ ବାସ୍ତବବାଦୀ ଗ୍ଲୋ ମୂର୍ତି ରହିଛି। ଏହି ଉଦ୍ୟାନରେ ୪୦ରୁ ଅଧିକ ବିଭିନ୍ନ ଜୀବ ଜନ୍ତୁମାନଙ୍କ ପ୍ରତିମୂର୍ତି ସ୍ଥାପନ କରାଯଇଛି। ଏହି ପାର୍କରେ ଏଲଇଡି ସିଟିଂ ଓ ସେଲଫି ପଏଂଟ ରଖାଯାଇଛି ଯାହା ପର୍ୟ୍ୟଯଙ୍କ ଲାଗି ଆକର୍ଷଣୀୟ ହେବ। ଏହା ସ୍ଥାନୀୟ କାରିଗରଙ୍କ କଳାକୃତିର ଝଲକ ପ୍ରଦର୍ଶନ ସହ ବେଦାନ୍ତର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି। ଏକ ସ୍ପନ୍ଦନଶୀଳ ଓ ନିମଗ୍ନ ଅନୁଭୂତି ପ୍ରଦାନ କରିବା ପାଇଁ ଏଲଇଡି ଗ୍ଲୋ ଗାର୍ଡନ ବିଦ୍ୟାର୍ଥୀଙ୍କ ପାଇଁ ଶିକ୍ଷା ପ୍ରୋତ୍ସାହନ ଯୋଗାଇବା ସାଙ୍ଗକୁ ବିଭିନ୍ନ ପ୍ରାଣୀ ପ୍ରଜାତିଙ୍କ ଉପରେ ସଚେତନତା ବୃଦ୍ଧି କରିବ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତା କହିଛନ୍ତି ଯେ ଓଡ଼ିଶାର ପ୍ରଥମ ଏଲଇଡି ଗ୍ଲୋ ଗାର୍ଡନର ବିକାଶ ଅଭିନବ ଓ ଆକର୍ଷଣୀୟ ସ୍ଥାନ ସୃଷ୍ଟି କରିବ। ଏହା ରାଜ୍ୟର କଳା ସଂସ୍କୃତି ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଆମେ ରାଜ୍ୟରେ ସାଂସ୍କୃତିକ ଦୃଶ୍ୟପଟରେ ଯୋଗଦାନ ଦେବା ଲାଗି ଲକ୍ଷ୍ୟ ରଖିଛୁ। ଏହି ପଦକ୍ଷେପ ଓଡ଼ିଶାର ଲୋକଙ୍କ ପାଇଁ ସାମଗ୍ରିକ ବିକାଶ ଓ ସାର୍ବେଜନୀନ ସ୍ଥାନ ବୃଦ୍ଧି କରିବାରେ ଆମ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ।

ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ପଦକ୍ଷେକୁ ପ୍ରଶଂସା କରି କହିଥିଲେ ଯେ ଓଡ଼ିଶାର ପ୍ରଥମ ଏଲଇଡି ଗ୍ଲୋ ଗାର୍ଡେନ ବିକଶିତ କରିବାରେ ବେଦାନ୍ତ ଆଲୁମିନିୟମର ଅବଦାନ ପ୍ରଶଂସନୀୟ। ଏହା କେବଳ ପର୍ଯ୍ୟଟନ ପ୍ରତି ଲୋକଙ୍କ ଆଗ୍ରହକୁ ବୃଦ୍ଧି କରେ ନାହିଁ ବରଂ ସହରାଂଚଳ ସୌନ୍ଦର୍ଯ୍ୟ ପ୍ରତି ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

ବେଦାନ୍ତ ଆଲୁମିନିୟମ ବେଦାନ୍ତ ଲମିଟେଡର ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୪ ରେ ୨.୩୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମେଂଟ ୨୦୨୪ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ଦ୍ୱିତୀୟ ର‌୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା। ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର