ଇକୋ ରିଟ୍ରିଟରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଆଇପିଏସ ଅଧିକାରୀ

The Sakala Picture
Published On

ବଡ଼ମୂଲ: କଟକ ଜିଲା ନରସିଂହପୁର ସାତକେୋଶିଆ ଇକୋ ରିଟ୍ରିଟରେ ରବିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଉଦଯାପିତ ହେବା ପୂର୍ବରୁ ପର୍ଯ୍ଯଟକ ରହୁଥିବା ଟେଣ୍ଟ ସବୁ ନିଆଁ ଲାଗି ପୋଡିଯାଇଥିବା ବେଳେ ଟେଣ୍ଟ ଭିତରେ ରାତ୍ରି ଯାପନ କରୁଥିବା ଉଚ୍ଚ ପଦସ୍ଥ ଆଇପିଏସ ଅଧିକାରୀ ସଞ୍ଜୀବ ପଣ୍ଡା ଅଳ୍ପକେ ବର୍ତ୍ତିଯାଇଛନ୍ତି। ସଂଜୀବ ପଣ୍ଡା ଓ ତାଙ୍କ ସାଥିମାନେ ଟେଣ୍ଟ୍ ଭିତରେ ଥିଲେ । ସେମାନେ ସୁରକ୍ଷିତି ଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି ସଞ୍ଜୀବ […]

ବଡ଼ମୂଲ: କଟକ ଜିଲା ନରସିଂହପୁର ସାତକେୋଶିଆ ଇକୋ ରିଟ୍ରିଟରେ ରବିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଉଦଯାପିତ ହେବା ପୂର୍ବରୁ ପର୍ଯ୍ଯଟକ ରହୁଥିବା ଟେଣ୍ଟ ସବୁ ନିଆଁ ଲାଗି ପୋଡିଯାଇଥିବା ବେଳେ ଟେଣ୍ଟ ଭିତରେ ରାତ୍ରି ଯାପନ କରୁଥିବା ଉଚ୍ଚ ପଦସ୍ଥ ଆଇପିଏସ ଅଧିକାରୀ ସଞ୍ଜୀବ ପଣ୍ଡା ଅଳ୍ପକେ ବର୍ତ୍ତିଯାଇଛନ୍ତି। ସଂଜୀବ ପଣ୍ଡା ଓ ତାଙ୍କ ସାଥିମାନେ ଟେଣ୍ଟ୍ ଭିତରେ ଥିଲେ । ସେମାନେ ସୁରକ୍ଷିତି ଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି ସଞ୍ଜୀବ ପଣ୍ଡା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ କରିଛି। ତେବେ କୌଣସି ଧନଜୀବନ ହାନୀ ହୋଇ ନଥିବା ସୂଚନା ମିଳିଛି। । ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ  ଜଣାପଡି ନ ଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର