ସରିଲା ମହାପ୍ରଭୁଙ୍କ ୨୧ ଦିନବ୍ୟାପୀ ଚାଲିଥିବା ବାହାର ଚାପ, ଆଜିଠୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା

The Sakala Picture
Published On

ପୁରୀ: ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ୨୧ ଦିନବ୍ୟାପୀ ବାହାର ଚନ୍ଦନ ଯାତ୍ରା ଗୁରୁବାର ଶେଷ ହୋଇଛି। ଶୁକ୍ରବାରଠାରୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା। ଅପରାହ୍ଣରେ ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିରରୁ ଦିଅଁ ବିଜେ ହୋଇଥିଲେ। ଦେବଦେବୀ ନରେନ୍ଦ୍ର ପୁଷ୍କରିଣୀ ଚକଡ଼ାରେ ପହଞ୍ଚିବା ପରେ ଭିତରଚ୍ଛ ମହାପାତ୍ର ଜଳ ଲାଗି କରିଥିଲେ। ପରେ ଦିଅଁ ଚାପକୁ ବିଜେ ହୋଇଥିଲେ। ଚାପରେ ମୁଦିରସ୍ତ ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କୁ ପ୍ରସାଦ ଲାଗି କରିଥିଲେ। ଏହାପରେ ଦିନଚାପ ଆରମ୍ଭ […]

ପୁରୀ: ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ୨୧ ଦିନବ୍ୟାପୀ ବାହାର ଚନ୍ଦନ ଯାତ୍ରା ଗୁରୁବାର ଶେଷ ହୋଇଛି। ଶୁକ୍ରବାରଠାରୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା। ଅପରାହ୍ଣରେ ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିରରୁ ଦିଅଁ ବିଜେ ହୋଇଥିଲେ। ଦେବଦେବୀ ନରେନ୍ଦ୍ର ପୁଷ୍କରିଣୀ ଚକଡ଼ାରେ ପହଞ୍ଚିବା ପରେ ଭିତରଚ୍ଛ ମହାପାତ୍ର ଜଳ ଲାଗି କରିଥିଲେ। ପରେ ଦିଅଁ ଚାପକୁ ବିଜେ ହୋଇଥିଲେ। ଚାପରେ ମୁଦିରସ୍ତ ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କୁ ପ୍ରସାଦ ଲାଗି କରିଥିଲେ। ଏହାପରେ ଦିନଚାପ ଆରମ୍ଭ ହୋଇଥିଲା। ନନ୍ଦା ଚାପରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଏବଂ ଭଦ୍ରା ଚାପରେ ରାମକୃଷ୍ଣ ଓ ପଞ୍ଚମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ଏକଘେରା ବୁଲି ଜଳକ୍ରୀଡ଼ା କରିଥିଲେ। ଦିନ ଚାପ ନୀତି ସରିବା ପରେ ନନ୍ଦା ଓ ଭଦ୍ରା ଚାପକୁ ଏକାଠିକୁ ଯୋଡ଼ି କରି ରଖାଯାଇଥିଲା। ରାମକୃଷ୍ଣ ମଦନମୋହନଙ୍କ ଚାପକୁ ବିଜେ ହୋଇଥିଲେ। ମୁଦିରସ୍ତ ସେବକ ହଳଦୀ ପାଣି ପିଚ୍‌‌କାରୀ ମାରି ଦିଅଁଙ୍କ ଶ୍ରୀପୟର ଧୋଇଥିଲେ। ଭିତରଚ୍ଛ ବନ୍ଦାପନା କରିସାରିବା ପରେ ମୁଦିରସ୍ତ ସେବକ ଚାମର ଆଲଟ କରି ରାଜନୀତି ସମ୍ପନ୍ନ କରିଥିଲେ। ଏହାପରେ ଦିଅଁ ଚନ୍ଦନ ମଣ୍ଡପ ଗର୍ଭଗୃହକୁ ବିଜେ ହୋଇଥିଲେ। ସେଠାରେ ମଇଲମ ହୋଇ ସାଦା ବେଶ ହେବା ପରେ ଶୀତଳ ଭୋଗ ବଢ଼଼ିଥିଲା। ପରେ ପରେ ଝୁଲଣ କୁଞ୍ଜ ଲାଗି ହୋଇ ଠାକୁରଙ୍କ ବେଶ ହୋଇଥିଲା। ପରେ ଦିଅଁ ମାଣ୍ଡୁଅ ଭୋଗ ସାରି ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ସୂଚନାଯୋଗ୍ୟ, ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହେଉଥିବା ଚନ୍ଦନ ଯାତ୍ରାରେ ମହାପ୍ରଭୁ ନିଜେ ବିଜେ ନ କରି ତାଙ୍କର ପ୍ରତିନିଧି ଭାବେ ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ବିଜେ କରିଥାନ୍ତି। ସେମାନଙ୍କ ସହିତ କ୍ଷେତ୍ରର ପଞ୍ଚମହାଦେବ ତଥା ପଞ୍ଚୁପାଣ୍ଡବ ବିଜେ କରନ୍ତି। ଶ୍ରୀକ୍ଷେତ୍ରର ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନବ୍ୟାପୀ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୁଏ। ଏହାକୁ ବାହାର ଚନ୍ଦନ ଯାତ୍ରା କୁହାଯାଏ। ଏହାପରେ ଭିତର ଚନ୍ଦନ ଆହୁରି ୨୧ ଦିନ ଧରି ଅନୁଷ୍ଠିତ ହୁଏ। ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ, ଭିତର ଚନ୍ଦନ ଯାତ୍ରା ମଧ୍ୟରେ ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ ଏବଂ ରୁକୁଣା ହରଣ ଏକାଦଶୀ ଏହି ଚାରିଦିନ ହିଁ ମହାପ୍ରଭୁଙ୍କ ଜଳକ୍ରୀଡ଼ା ନୀତି ହୋଇଥାଏ।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ବଡ଼ଚଣା ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର