‘ମନକୁ ମନ ଲୋକଙ୍କୁ ବିଜେପିରେ ମିଶାଇ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ’

The Sakala Picture
Published On

ଭୁବନେଶ୍ବର: ମନକୁ ମନ ଲୋକଙ୍କୁ ବିଜେପିରେ ମିଶାଇ ଦେଉଛନ୍ତି କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଖିଳ ଭାରତୀୟ ଗୋଁଣ୍ଡ ମହାସଭାର ଓଡ଼ିଶା ଶାଖା ସଭାପତି ମହେନ୍ଦ୍ର ନାଏକ ବିଜେଡିରେ ଥିବାବେଳେ ସେ ବିଜେପିରେ ଯୋଗଦେଇଥିବା ନେଇ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏଭଳି ପ୍ରଶ୍ନ ସୃଷ୍ଟି ହୋଇଛି। ଖୋଦ ମହେନ୍ଦ୍ର ହିଁ ଧର୍ମେନ୍ଦ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଡାହା ମିଛ କହୁଥିବା ଅଭିଯୋଗ କରିଛନ୍ତି […]

ଭୁବନେଶ୍ବର: ମନକୁ ମନ ଲୋକଙ୍କୁ ବିଜେପିରେ ମିଶାଇ ଦେଉଛନ୍ତି କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଖିଳ ଭାରତୀୟ ଗୋଁଣ୍ଡ ମହାସଭାର ଓଡ଼ିଶା ଶାଖା ସଭାପତି ମହେନ୍ଦ୍ର ନାଏକ ବିଜେଡିରେ ଥିବାବେଳେ ସେ ବିଜେପିରେ ଯୋଗଦେଇଥିବା ନେଇ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏଭଳି ପ୍ରଶ୍ନ ସୃଷ୍ଟି ହୋଇଛି। ଖୋଦ ମହେନ୍ଦ୍ର ହିଁ ଧର୍ମେନ୍ଦ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଡାହା ମିଛ କହୁଥିବା ଅଭିଯୋଗ କରିଛନ୍ତି ମହେନ୍ଦ୍ର ନାଏକ । ଅଭିଯୋଗ ଅନୁସାରେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଏକ୍ସ ଆକାଉଣ୍ଟରେ କିଛି ବ୍ୟକ୍ତି ବିଜେପିରେ ଯୋଗଦେଇଥିବା ନେଇ ଫଟୋ ଛାଡ଼ିଥିଲେ। ମହେନ୍ଦ୍ର ନାଏକ ବିଜେପିରେ ଯୋଗଦାନ କରିଛନ୍ତି ଏବଂ ମୁଁ ତାଙ୍କୁ ସ୍ବାଗତ କଲି ବୋଲି ଲେଖଥିଲେ ଧର୍ମେନ୍ଦ୍ର। ହେଲେ ମହେନ୍ଦ୍ର ଏବେ ବିଜେଡିରେ ଅଛନ୍ତି। ଏହା ସମ୍ପୂର୍ଣ୍ଣ ମିଛ ଏବଂ ଏହା ଧର୍ମେନ୍ଦ୍ରଙ୍କର ମିଛ ପଲିଟିକାଲ ଷ୍ଟଣ୍ଟ ବୋଲି ମହେନ୍ଦ୍ର କହିଛନ୍ତି। ଏଭଳି ଅପପ୍ରଚାର ପାଇଁ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

02 May 2024 By The Sakala

‘ମନକୁ ମନ ଲୋକଙ୍କୁ ବିଜେପିରେ ମିଶାଇ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ’

ଭୁବନେଶ୍ବର: ମନକୁ ମନ ଲୋକଙ୍କୁ ବିଜେପିରେ ମିଶାଇ ଦେଉଛନ୍ତି କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଖିଳ ଭାରତୀୟ ଗୋଁଣ୍ଡ ମହାସଭାର ଓଡ଼ିଶା ଶାଖା ସଭାପତି ମହେନ୍ଦ୍ର ନାଏକ ବିଜେଡିରେ ଥିବାବେଳେ ସେ ବିଜେପିରେ ଯୋଗଦେଇଥିବା ନେଇ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏଭଳି ପ୍ରଶ୍ନ ସୃଷ୍ଟି ହୋଇଛି। ଖୋଦ ମହେନ୍ଦ୍ର ହିଁ ଧର୍ମେନ୍ଦ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଡାହା ମିଛ କହୁଥିବା ଅଭିଯୋଗ କରିଛନ୍ତି ମହେନ୍ଦ୍ର ନାଏକ । ଅଭିଯୋଗ ଅନୁସାରେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଏକ୍ସ ଆକାଉଣ୍ଟରେ କିଛି ବ୍ୟକ୍ତି ବିଜେପିରେ ଯୋଗଦେଇଥିବା ନେଇ ଫଟୋ ଛାଡ଼ିଥିଲେ। ମହେନ୍ଦ୍ର ନାଏକ ବିଜେପିରେ ଯୋଗଦାନ କରିଛନ୍ତି ଏବଂ ମୁଁ ତାଙ୍କୁ ସ୍ବାଗତ କଲି ବୋଲି ଲେଖଥିଲେ ଧର୍ମେନ୍ଦ୍ର। ହେଲେ ମହେନ୍ଦ୍ର ଏବେ ବିଜେଡିରେ ଅଛନ୍ତି। ଏହା ସମ୍ପୂର୍ଣ୍ଣ ମିଛ ଏବଂ ଏହା ଧର୍ମେନ୍ଦ୍ରଙ୍କର ମିଛ ପଲିଟିକାଲ ଷ୍ଟଣ୍ଟ ବୋଲି ମହେନ୍ଦ୍ର କହିଛନ୍ତି। ଏଭଳି ଅପପ୍ରଚାର ପାଇଁ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି।

https://www.thesakala.in/latest-odisha-news/dharmendra-pradhan-wrong-post/article-31866
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର