ଅସହ୍ୟ ତାତିରୁ ମିଳିଲା ଆଶ୍ୱସ୍ତି, କାଳବୈଶାଖୀ ବର୍ଷାରେ ଭିଜିଲା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳ

The Sakala Picture
Published On

ଭୁବନେଶ୍ୱର: ଅସହ୍ୟ ତାତିରୁ ମିଳିଲା ଆଶ୍ୱସ୍ତି । କାଳବୈଶାଖୀ ବର୍ଷାରେ ଭିଜିଲା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳ । ୪ ଦିନର ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ତାତି ପରେ ଆଜି ସନ୍ଧ୍ୟାରେ ଟୁଇନ ସିଟି ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇଛି । ଆଜି ଦିନରେ ରାଜ୍ୟର ପ୍ରାୟ ସବୁ ଅଂଚଳରେ ତାପମାତ୍ରା ହ୍ରାସ ପାଇଥିଲା । ତେବେ ସନ୍ଧ୍ୟା ବେଳକୁ ରାଜଧାନୀ ଭୁବନେଶ୍ୱରରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । […]

ଭୁବନେଶ୍ୱର: ଅସହ୍ୟ ତାତିରୁ ମିଳିଲା ଆଶ୍ୱସ୍ତି । କାଳବୈଶାଖୀ ବର୍ଷାରେ ଭିଜିଲା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳ । ୪ ଦିନର ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ତାତି ପରେ ଆଜି ସନ୍ଧ୍ୟାରେ ଟୁଇନ ସିଟି ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇଛି । ଆଜି ଦିନରେ ରାଜ୍ୟର ପ୍ରାୟ ସବୁ ଅଂଚଳରେ ତାପମାତ୍ରା ହ୍ରାସ ପାଇଥିଲା । ତେବେ ସନ୍ଧ୍ୟା ବେଳକୁ ରାଜଧାନୀ ଭୁବନେଶ୍ୱରରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ଟ୍ୱିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଦେଖା ଦେଇଥିଲା । କିଛି ଦିନର ପ୍ରଚଣ୍ଡ ଖରା ପରେ ଆଜିର ବର୍ଷା ଯୋଗୁଁ ରାଜଧାନୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

ଆହୁରି ପଢ଼ନ୍ତୁ: ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ: ବିଜେଡି

ତେବେ ଅନ୍ୟପଟେ ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ବାୟୁମଣ୍ଡଳରେ ସୃଷ୍ଟ ନିମ୍ନଚାପରେଖା ଓ ଗୁରୁଚାପ ପ୍ରଭାବରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ଜନିତ ବର୍ଷା ଓ କୁଆ ପଥର ବର୍ଷାର ସମ୍ଭାବନା ରହିଛି । ଝଡି ପବନ ସହ ଏହି ସମୟରେ ୪୦ ରୁ ୫୦ କିଲୋମିଟର ଝଡି ପବନ ସହ ଏହି ସମୟରେ ୪୦ ରୁ ୫୦ କିଲୋମିଟର ପବନ ବହିବାର ପୂର୍ବାନୁମାନ କରିଛି ବିଭାଗ ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବା ବେଳେ ଗଛରେ ପିଟି ହେଲା କାର୍, ଗୋଟିଏ ପରିବାରର ୩ ମୃତ

ଆସନ୍ତା କାଲି ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ପ୍ରଚଣ୍ଡ ଘଡଘଡି ବିଜୁଳି ପାଇଁ ୧୫ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, କଟକ, ଯାଜପୁର, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଦେବଗଡ, ବୌଦ୍ଧ, ସୋନପୁର, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ଏବଂ ବରଗଡ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି ସ ବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୦ ୫୦ କିଲୋମିଟର ବେଗରେ ପବନ ବହିବା ସହ କୁଆପଥର ବୃଷ୍ଟି ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି। କାଲି ସକାଳ ପରଠାରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ୧୨ ଜିଲ୍ଲା ମୟୁରଭଞ୍ଜ, ଅନୁଗୁଳ , ଦେଓଗଡ, କେନ୍ଦୁଝର, ସମ୍ବଲପୁର, ସୋନପୁର, ନୟାଗଡ, ଗଂଜାମ, ଗଜପତି, କନ୍ଧମାଳ , ରାୟଗଡା ଓ କଳାହାଣ୍ଡି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କକରିଛି ପାଣିପାଗ କେନ୍ଦ୍ର। ଅନ୍ୟପଟେ ୯ରୁ ପୁଣି ପାଗ ବଦଳିବା ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଜୁଲାଇ ୨୭ରେ ହେବ ଭୋଟିଂ

07 Apr 2024 By The Sakala

ଅସହ୍ୟ ତାତିରୁ ମିଳିଲା ଆଶ୍ୱସ୍ତି, କାଳବୈଶାଖୀ ବର୍ଷାରେ ଭିଜିଲା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳ

ଭୁବନେଶ୍ୱର: ଅସହ୍ୟ ତାତିରୁ ମିଳିଲା ଆଶ୍ୱସ୍ତି । କାଳବୈଶାଖୀ ବର୍ଷାରେ ଭିଜିଲା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳ । ୪ ଦିନର ମୁଣ୍ଡଫଟା ଖରା ସାଙ୍ଗକୁ ଅସହ୍ୟ ତାତି ପରେ ଆଜି ସନ୍ଧ୍ୟାରେ ଟୁଇନ ସିଟି ସମେତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇଛି । ଆଜି ଦିନରେ ରାଜ୍ୟର ପ୍ରାୟ ସବୁ ଅଂଚଳରେ ତାପମାତ୍ରା ହ୍ରାସ ପାଇଥିଲା । ତେବେ ସନ୍ଧ୍ୟା ବେଳକୁ ରାଜଧାନୀ ଭୁବନେଶ୍ୱରରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ଟ୍ୱିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଦେଖା ଦେଇଥିଲା । କିଛି ଦିନର ପ୍ରଚଣ୍ଡ ଖରା ପରେ ଆଜିର ବର୍ଷା ଯୋଗୁଁ ରାଜଧାନୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

ତେବେ ଅନ୍ୟପଟେ ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ବାୟୁମଣ୍ଡଳରେ ସୃଷ୍ଟ ନିମ୍ନଚାପରେଖା ଓ ଗୁରୁଚାପ ପ୍ରଭାବରେ ଅନେକ ସ୍ଥାନରେ ବିଜୁଳି ଘଡଘଡି ଜନିତ ବର୍ଷା ଓ କୁଆ ପଥର ବର୍ଷାର ସମ୍ଭାବନା ରହିଛି । ଝଡି ପବନ ସହ ଏହି ସମୟରେ ୪୦ ରୁ ୫୦ କିଲୋମିଟର ଝଡି ପବନ ସହ ଏହି ସମୟରେ ୪୦ ରୁ ୫୦ କିଲୋମିଟର ପବନ ବହିବାର ପୂର୍ବାନୁମାନ କରିଛି ବିଭାଗ ।

ଆସନ୍ତା କାଲି ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ପ୍ରଚଣ୍ଡ ଘଡଘଡି ବିଜୁଳି ପାଇଁ ୧୫ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, କଟକ, ଯାଜପୁର, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଦେବଗଡ, ବୌଦ୍ଧ, ସୋନପୁର, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ଏବଂ ବରଗଡ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି ସ ବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୦ ୫୦ କିଲୋମିଟର ବେଗରେ ପବନ ବହିବା ସହ କୁଆପଥର ବୃଷ୍ଟି ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି। କାଲି ସକାଳ ପରଠାରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ୧୨ ଜିଲ୍ଲା ମୟୁରଭଞ୍ଜ, ଅନୁଗୁଳ , ଦେଓଗଡ, କେନ୍ଦୁଝର, ସମ୍ବଲପୁର, ସୋନପୁର, ନୟାଗଡ, ଗଂଜାମ, ଗଜପତି, କନ୍ଧମାଳ , ରାୟଗଡା ଓ କଳାହାଣ୍ଡି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କକରିଛି ପାଣିପାଗ କେନ୍ଦ୍ର। ଅନ୍ୟପଟେ ୯ରୁ ପୁଣି ପାଗ ବଦଳିବା ସମ୍ଭାବନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର