କୋଭିଡ୍ ମୃତ୍ୟୁ ହେଲେ ଇଏସ୍ଆଇସି ହିତାଧୁକାରୀଙ୍କୁ ମିଳିବ ଆର୍ଥିକ ସହାୟତା

The Sakala Picture
Published On

ଭୁବନେଶ୍ୱର : ଏଣିକି କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ହିତାଧୂକାରୀଙ୍କୁ କୋଭିଚ୍‌-୧୯ ରିଲିଫ୍ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। ୨୦୨୦ ମାର୍ଚ୍ଚ ୨୪ ତାରିଖରୁ ପିଛିଲା ଭାବେ ଲାଗୁ ହେବା ସହ ପରବର୍ତ୍ତ ଦୁଇ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଇଏସ୍‌ଇସି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଯୋଜନା ଅନୁସାରେ ହିତାଧିକାରୀ କୋଭିଡରେ ମୃତ୍ୟୁବରଣ କଲେ ପରିବାର ସଦସ୍ୟଙ୍କୁ ନିୟମିତ ଆର୍ଥିକ ସହାୟତା ଦିଆଯିବ । ଏହି ବାବଦରେ ମାସିକ ଅନ୍ୟୁନ ୧୮୦୦ ଟଙ୍କା […]

ଭୁବନେଶ୍ୱର : ଏଣିକି କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ହିତାଧୂକାରୀଙ୍କୁ କୋଭିଚ୍‌-୧୯ ରିଲିଫ୍ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। ୨୦୨୦ ମାର୍ଚ୍ଚ ୨୪ ତାରିଖରୁ ପିଛିଲା ଭାବେ ଲାଗୁ ହେବା ସହ ପରବର୍ତ୍ତ ଦୁଇ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଇଏସ୍‌ଇସି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଯୋଜନା ଅନୁସାରେ ହିତାଧିକାରୀ କୋଭିଡରେ ମୃତ୍ୟୁବରଣ କଲେ ପରିବାର ସଦସ୍ୟଙ୍କୁ ନିୟମିତ ଆର୍ଥିକ ସହାୟତା ଦିଆଯିବ । ଏହି ବାବଦରେ ମାସିକ ଅନ୍ୟୁନ ୧୮୦୦ ଟଙ୍କା ମିଳିବ। ମୃତ ବ୍ୟକ୍ତିଙ୍କ ମାସିକ ବେତନର ହାରାହାରି ୯୦ ପ୍ରତିଶତ ନିକଟ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦିଆଯିବ। କୋଭିଡରୁ ଆରୋଗ୍ୟ ଲାଭ କରିବାର ୩୦ ଦିନ ଭିତରେ ମୃତ୍ୟୁବରଣ କଲେ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯିବ।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

କୋଭିତରେ ମୃତ୍ୟୁବରଣ କରିଥିବା କର୍ମଚାରୀ ଆକ୍ରାନ୍ତ ହେବାର ତିନି ମାସ ପୂର୍ବରୁ ଇଏସ୍ଵାଇସି ଅନ୍‌ଲାଇନ୍ ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ଆବଶ୍ୟକ। କାଭିଡ୍ ଆକ୍ରାନ୍ତ ହେବାର ଅତି କମରେ ଏକ ବର୍ଷ ମଧ୍ୟରେ ଅନ୍ୟନ ୭୦ ଦିନର ଅଂଶଧନ ପୈଠ ହୋଇଥିବା କିମ୍ବା ପୈଠ ପାଇଁ ଦେୟ ହୋଇଥିବା ଜରୁରୀ। ମୃତ କର୍ମଚାରୀଙ୍କ ପରିବାର କୋଭିତ ପଳିଟିଭ୍ ରିପୋର୍ଟ ଓ ମୃତ୍ୟୁ ପ୍ରମାଣପତ୍ର ସହିତ ଯେ କୌଣସି ଶାଖା କାର୍ଯ୍ୟାଳୟରେ ଆବେଦନ କରିହେବ ବୋଲି ଜଣାଯାଇଛି ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର