ଟିପିସିଓଡିଏଲ୍ ଆରମ୍ଭ କଲା ସ୍ବତନ୍ତ୍ର ଆପ୍ ‘TPCODL MITRA’, ଯାହା ମାଧ୍ୟମରେ ବିଦ୍ୟୁତ ଗ୍ରାହକମାନେ ନିଜେ ମିଟର ରିଡିଂ କରି ପୈଠ କରିପାରିବେ ବିଲ

The Sakala Picture
Published On

ଭୁବନେଶ୍ୱର: ଟାଟା ପାୱାର ସେଣ୍ଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) ଆଜି ଏହାର ସେଲ୍ଫ୍ ମିଟର ରିଡିଂ ଆପ୍ ‘TPCODL MITRA’ ର ଶୁଭାରମ୍ଭ କରିଛି ।ଏହି ଆପ ଜରିଆରେ ବିଦ୍ୟୁତ ଉପଭୋକ୍ତାମାନେ ନିଜେ ନିଜର ମିଟର ରିଡିଂ ସ୍କାନ୍ କରିବା ସହ ଅନଲାଇନରେ ବିଦ୍ୟୁତ ଦେୟ କରିପାରିବେ । ଏହି ଆପ ବ୍ୟବହାର କରିବା ପାଇଁ ନିମ୍ନରେ ଉଲ୍ଲେଖ କରାଯାଇଥିବା ତିନୋଟି ସରଳ ପଦକ୍ଷେପ ଅନୁସରଣ କରିବାକୁ ପଡିବ… ଏଥିପାଇଁ ପ୍ରଥମେ ଗ୍ରାହକମାନଙ୍କୁ ସେଲ୍ଫ ମିଟର […]

ଭୁବନେଶ୍ୱର: ଟାଟା ପାୱାର ସେଣ୍ଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) ଆଜି ଏହାର ସେଲ୍ଫ୍ ମିଟର ରିଡିଂ ଆପ୍ ‘TPCODL MITRA’ ର ଶୁଭାରମ୍ଭ କରିଛି ।ଏହି ଆପ ଜରିଆରେ ବିଦ୍ୟୁତ ଉପଭୋକ୍ତାମାନେ ନିଜେ ନିଜର ମିଟର ରିଡିଂ ସ୍କାନ୍ କରିବା ସହ ଅନଲାଇନରେ ବିଦ୍ୟୁତ ଦେୟ କରିପାରିବେ । ଏହି ଆପ ବ୍ୟବହାର କରିବା ପାଇଁ ନିମ୍ନରେ ଉଲ୍ଲେଖ କରାଯାଇଥିବା ତିନୋଟି ସରଳ ପଦକ୍ଷେପ ଅନୁସରଣ କରିବାକୁ ପଡିବ…

ଆହୁରି ପଢ଼ନ୍ତୁ: ମାଲକାନଗିରି ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ, ସର୍ଚ୍ଚ ଅପରେସନ ଜୋରଦାର

  • ଏଥିପାଇଁ ପ୍ରଥମେ ଗ୍ରାହକମାନଙ୍କୁ ସେଲ୍ଫ ମିଟର ରିଡିଂ ସେବା ପଂଜୀକରଣ କରିବାକୁ ପଡ଼ିବ ।
  • ଏହା ପରେ ଗ୍ରାହକମାନେ ନିଜର ସ୍ମାର୍ଟଫୋନକୁ ବ୍ୟବହାର କରି ମିଟରର ସଦ୍ୟତମ ରିଡିଂ ଜାଣିପାରିବେ ଓ ଆପରେ ତାହାକୁ ଦର୍ଶାଇ ବିଲ୍ ସୃଷ୍ଟି କରିପାରିବେ ।
  • ଥରେ ବିଲ୍ ସୃଷ୍ଟି ହେବା ପରେ ଆପ ମାଧ୍ୟମରେ ଅନଲାଇନେର ପେମେଣ୍ଟ କରିପାରିବେ ।

ଏହା ବ୍ୟତୀତ ଗ୍ରାହକମାନେ ଚୋରି ସମସ୍ୟା ବିଷୟରେ ରିପୋର୍ଟ କରିପାରିବେ କିମ୍ବା ‘TPCODL MITRA’ ଆପ୍ ମାଧ୍ୟମରେ ପାୱାର୍ କଟ୍ ସୂଚନା ଗ୍ରହଣ କରିପାରିବେ |

ଆହୁରି ପଢ଼ନ୍ତୁ: ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ପ୍ରସୂଚି ପଣ୍ଡା, ଆନ୍ତର୍ଜାତୀୟ ମଞ୍ଚରେ କରିବେ ଭାରତର ପ୍ରତିନିଧିତ୍ୱ

ଏହି ଆପର ଉନ୍ମୋଚନ ଅବସରରେ କମ୍ପାନିର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଏମ୍ ସେନବାଗମ କହିଛନ୍ତି ଯେ, “ଏକ ଗ୍ରାହକ କୈନ୍ଦ୍ରୀକ ସଂସ୍ଥା ଭାବେ ଆମର ଗ୍ରାହକମାନଙ୍କୁ ସର୍ବାଧିକ ସୁବିଧା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ । ଏଭଳି ମୂଲ୍ୟ ଯୁକ୍ତ ସେବା ଜରିଆରେ ଗ୍ରାହକମାନଙ୍କୁ ସଶକ୍ତ କରିବା ଉଦ୍ୟମର ପ୍ରତିଫଳନ ହେଉଛି ସେଲ୍ଫ-ମିଟର ରିଡିଂ ଆପ୍ । ଆଗାମୀ ଦିନରେ ଆମେ ଏଭଳି ଆହୁରି ଅଧିକ ସେବା ଉନ୍ମୋଚନ ଜାରି ରଖିବୁ ।’’

ଆହୁରି ପଢ଼ନ୍ତୁ: ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ଜୋରଦାର କରିବ ବିଜେଡି

17 Jun 2021 By The Sakala

ଟିପିସିଓଡିଏଲ୍ ଆରମ୍ଭ କଲା ସ୍ବତନ୍ତ୍ର ଆପ୍ ‘TPCODL MITRA’, ଯାହା ମାଧ୍ୟମରେ ବିଦ୍ୟୁତ ଗ୍ରାହକମାନେ ନିଜେ ମିଟର ରିଡିଂ କରି ପୈଠ କରିପାରିବେ ବିଲ

ଭୁବନେଶ୍ୱର: ଟାଟା ପାୱାର ସେଣ୍ଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) ଆଜି ଏହାର ସେଲ୍ଫ୍ ମିଟର ରିଡିଂ ଆପ୍ ‘TPCODL MITRA’ ର ଶୁଭାରମ୍ଭ କରିଛି ।ଏହି ଆପ ଜରିଆରେ ବିଦ୍ୟୁତ ଉପଭୋକ୍ତାମାନେ ନିଜେ ନିଜର ମିଟର ରିଡିଂ ସ୍କାନ୍ କରିବା ସହ ଅନଲାଇନରେ ବିଦ୍ୟୁତ ଦେୟ କରିପାରିବେ । ଏହି ଆପ ବ୍ୟବହାର କରିବା ପାଇଁ ନିମ୍ନରେ ଉଲ୍ଲେଖ କରାଯାଇଥିବା ତିନୋଟି ସରଳ ପଦକ୍ଷେପ ଅନୁସରଣ କରିବାକୁ ପଡିବ…

  • ଏଥିପାଇଁ ପ୍ରଥମେ ଗ୍ରାହକମାନଙ୍କୁ ସେଲ୍ଫ ମିଟର ରିଡିଂ ସେବା ପଂଜୀକରଣ କରିବାକୁ ପଡ଼ିବ ।
  • ଏହା ପରେ ଗ୍ରାହକମାନେ ନିଜର ସ୍ମାର୍ଟଫୋନକୁ ବ୍ୟବହାର କରି ମିଟରର ସଦ୍ୟତମ ରିଡିଂ ଜାଣିପାରିବେ ଓ ଆପରେ ତାହାକୁ ଦର୍ଶାଇ ବିଲ୍ ସୃଷ୍ଟି କରିପାରିବେ ।
  • ଥରେ ବିଲ୍ ସୃଷ୍ଟି ହେବା ପରେ ଆପ ମାଧ୍ୟମରେ ଅନଲାଇନେର ପେମେଣ୍ଟ କରିପାରିବେ ।

ଏହା ବ୍ୟତୀତ ଗ୍ରାହକମାନେ ଚୋରି ସମସ୍ୟା ବିଷୟରେ ରିପୋର୍ଟ କରିପାରିବେ କିମ୍ବା ‘TPCODL MITRA’ ଆପ୍ ମାଧ୍ୟମରେ ପାୱାର୍ କଟ୍ ସୂଚନା ଗ୍ରହଣ କରିପାରିବେ |

ଏହି ଆପର ଉନ୍ମୋଚନ ଅବସରରେ କମ୍ପାନିର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଏମ୍ ସେନବାଗମ କହିଛନ୍ତି ଯେ, “ଏକ ଗ୍ରାହକ କୈନ୍ଦ୍ରୀକ ସଂସ୍ଥା ଭାବେ ଆମର ଗ୍ରାହକମାନଙ୍କୁ ସର୍ବାଧିକ ସୁବିଧା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ । ଏଭଳି ମୂଲ୍ୟ ଯୁକ୍ତ ସେବା ଜରିଆରେ ଗ୍ରାହକମାନଙ୍କୁ ସଶକ୍ତ କରିବା ଉଦ୍ୟମର ପ୍ରତିଫଳନ ହେଉଛି ସେଲ୍ଫ-ମିଟର ରିଡିଂ ଆପ୍ । ଆଗାମୀ ଦିନରେ ଆମେ ଏଭଳି ଆହୁରି ଅଧିକ ସେବା ଉନ୍ମୋଚନ ଜାରି ରଖିବୁ ।’’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର