ଆଜି ପବିତ୍ର ଗଣେଶ ଚତୁର୍ଥୀ, ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ଉତ୍ସବମୁଖର ଗାଁଠୁ ସହର

Madhusudan Das Picture
Published On

ଭୁବନେଶ୍ୱର: ଆଜି ପବିତ୍ର ଗଣେଶ ଚତୁର୍ଥୀ। ଧରା ପୃଷ୍ଠରେ ଅବତରଣ କରିବେ ଗଜାନନ । ଗଜାନନଙ୍କ ପୂଜାକୁ ନେଇ ଉତ୍ସବ ଉତ୍ସବ ମୁଖର ଗାଁଠୁ ସହର। ପ୍ରତ୍ୟେକ ଶୁଭକାର୍ଯ୍ୟରେ ଗଣେଶଙ୍କ ପୂଜା ପ୍ରଥମେ କରାଯାଏ। ତେଣୁ ତାଙ୍କୁ ଅଗ୍ରପୂଜ୍ୟ ବୋଲି କୁହାଯାଏ। ଗଣେଶ ଜ୍ଞାନଦାତା, ବିଦ୍ୟାଦାତା, ବିଘ୍ନ ବିନାଶକାରୀ ପ୍ରଭୁ ଗଣନାଥ ଭାବେ ସର୍ବବିଦିତ । ଆବାଳବୃଦ୍ଧ ବନିତା ସମସ୍ତେ ତାଙ୍କୁ ପୂଜା କରନ୍ତି । ଗଣେଶ ହେଉଛନ୍ତି ଜ୍ଞାନ ଓ ପ୍ରଜ୍ଞାର ପ୍ରତୀକାତ୍ମକ ବିଗ୍ରହ । ଛାତ୍ରଛାତ୍ରୀ, ପଣ୍ଡିତ ଓ ବୁଦ୍ଧିଜୀବୀମାନେ ହାତ ଯୋଡ଼ି ତାଙ୍କ ପାଖରେ ଜ୍ଞାନ ଭିକ୍ଷା କରନ୍ତି । ଭାଦ୍ରବ ମାସର ଚତୁର୍ଥୀ ତିଥିରେ ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ଛାତ୍ରଛାତ୍ରୀମାନଙ୍କ ନୂତନ ବିଦ୍ୟାରମ୍ଭର ଏହି ଦିନ ହୋଇଥାଏ ।

ଆହୁରି ପଢ଼ନ୍ତୁ: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ମରଣାନ୍ତକ ଆକ୍ରମଣ

ହିନ୍ଦୁ ଧର୍ମରେ କୌଣସି ବି ଶୁଭ କାର୍ଯ୍ୟ ହେଉ ନା କାହିଁକି ତା ପୂର୍ବରୁ ଅଗ୍ରପୂଜ୍ୟ ଗଣନାଥଙ୍କୁ ପୂଜା କରାଯାଏ। ଗଣେଶଙ୍କ ଧ୍ୟାନ, ଜପ ଓ ଆରଧନା ଦ୍ବାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ସେଇଥି ପାଇଁ ତ ସେ ବିଘ୍ନବିନାଶକ ଆଉ ବିଘ୍ନହର୍ତ୍ତା । ତେବେ ତାଙ୍କର ଏହି ପ୍ରଥମ ପୂଜା ପାଇବାକୁ ନେଇ ଏକ ସୁନ୍ଦର କାହାଣୀ ଅଛି। 

ଆହୁରି ପଢ଼ନ୍ତୁ: ଶେଷ ନିଃଶ୍ୱାସ ଯାଏଁ ହିରୋ: ନାଗାଲାଣ୍ଡରେ ସହିଦ ହେଲେ ଓଡ଼ିଶାର ବୀର ଯବାନ ଭି. ତେଜା, ମୃତ୍ୟୁ ପରେ କଲେ ଅଙ୍ଗଦାନ

ବାଲ୍ୟକାଳରେ ଥରେ ଶ୍ରୀଗଣେଶ ଓ ଶ୍ରୀକାର୍ତ୍ତିକଙ୍କ ମଧ୍ୟରେ ବୁଦ୍ଧିମାନ କିଏ, ତାହାକୁ ନେଇ ଝଗଡ଼ା ଲାଗିଲା। ସେଇଠୁ ଏହି ପ୍ରଶ୍ନକୁ ନେଇ ଦୁହେଁ ମହାଦେବଙ୍କ ପାଖରେ ପହଞ୍ଚିଲେ। ଶିବ ଦୁହିଁଙ୍କୁ କହିଲେ, ‘ଯିଏ ସର୍ବପ୍ରଥମେ  ବ୍ରହ୍ମାଣ୍ଡକୁ ପରିକ୍ରମା କରି ତାଙ୍କ ପାଖରେ ଆସି ପହଞ୍ଚିବ, ସିଏ ଜିତିବ।’ ଏହାପରେ କାର୍ତ୍ତିକ ନିଜ ବାହନ ମୟୂର ଉପରେ ବିରାଜମାନ କରି ବିଶ୍ବ ଭ୍ରମଣ କରିବାକୁ ବାହାରିଲେ। ମାତ୍ର ଗଣେଶ ନିଜ ପିତା ଓ ମାତାଙ୍କ ଚାରିପାର୍ଶ୍ବକୁ ପରିକ୍ରମା କରି ତାଙ୍କ ସାମ୍ନାରେ ଛିଡ଼ା ହେଲେ। ଏହାସହ ସେ କହିଲେ, ତାଙ୍କ ପାଇଁ ତାଙ୍କ ପିତା ଓ ମାତା ହେଉଛନ୍ତି ସର୍ବସ୍ବ। ଦୁହିଁଙ୍କ ପରିକ୍ରମା କରି ସେ ବ୍ରହ୍ମାଣ୍ଡ ପରିକ୍ରମା ପୂର୍ଣ୍ଣ କରିଛନ୍ତି ବୋଲି କହିଲେ। ଏକଥା ଶୁଣି ଶିବ ତାଙ୍କୁ କହିଲେ, ‘ତୁମେ ବହୁତ ବୁଦ୍ଧ଄ମାନ।’ ଏହାସହ ତାଙ୍କୁ ଆର୍ଶିବାଦ ଦେଲେ, ‘ପ୍ରତ୍ୟେକ ଶୁଭକାର୍ଯ୍ୟରେ ସର୍ବପ୍ରଥମେ ଗଣେଶଙ୍କର ପୂଜା ହେବ।’ ସେଥ଄ପାଇଁ ଶ୍ରୀଗଣେଶଙ୍କୁ ପ୍ରଥମ ପୂଜନୀୟ ବା ଅଗ୍ରପୂଜ୍ୟ ବୋଲି କୁହାଯାଏ।

ଆହୁରି ପଢ଼ନ୍ତୁ: ଆଦିବାସୀଙ୍କ ସମସ୍ୟାକୁ ନେଇ ବିଜେଡି ଏସଟି ସେଲର ଉଦ୍ବେଗ ପ୍ରକାଶ, ନବୀନଙ୍କ ନିକଟରେ ସମସ୍ୟା ବଖାଣିଲେ ଆଦିବାସୀ ନେତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର