FATF ବୈଠକ ପୂର୍ବରୁ ପାକିସ୍ତାନର ନୂଆ ଡ୍ରାମା: ଆତଙ୍କବାଦୀ ମାସୁଦ୍ ଆଝାର ଉପରେ ୭୦ ଲକ୍ଷର ପୁରସ୍କାର ଘୋଷଣା

Suryakanta Picture
Published On

ଆସନ୍ତା ଅକ୍ଟୋବର ମାସରେ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (FATF) ର ପ୍ଲେନାରୀ ବୈଠକ ହେବାକୁ ଯାଉଥିବା ବେଳେ ପାକିସ୍ତାନ ପୁଣି ଏକ ନୂଆ ନାଟକ ଆରମ୍ଭ କରିଛି। ବିଶ୍ୱ ଦରବାରରେ ନିଜକୁ ଆତଙ୍କବାଦର ବିରୋଧୀ ଭାବରେ ପ୍ରମାଣିତ କରିବା ପାଇଁ ପାକିସ୍ତାନ, ଜୈଶ-ଏ-ମହମ୍ମଦ (Jaish-e-Mohammed) ର ମୁଖ୍ୟ ତଥା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ମାସୁଦ୍ ଆଝାର (Masood Azhar) ଉପରେ ୭୦ ଲକ୍ଷ ପାକିସ୍ତାନୀ ଟଙ୍କାର ପୁରସ୍କାର ଘୋଷଣା କରିଛି।

ଆହୁରି ପଢ଼ନ୍ତୁ: ବିରୋଧ ସତ୍ତ୍ବେ ଇ-୨୦ରେ ଲାଗିବ ନାହିଁ ବ୍ରେକ୍‌: ପେଟ୍ରୋଲରେ ମିଶିବ ଅଧିକ ଇଥାନଲ୍ !

ରେଡ୍ ବୁକ୍‌ରେ ସାମିଲ ହେଲା ନାମ

ପାକିସ୍ତାନର ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (FIA) ନିଜର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ 'ରେଡ୍ ବୁକ୍'କୁ ଅପଡେଟ୍ କରିଛି, ଯେଉଁଥିରେ ମାସୁଦ୍ ଆଝାରର ନାମ ସାମିଲ କରାଯାଇଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ଦେଶଗୁଡ଼ିକ ଉପରେ ନଜର ରଖୁଥିବା ସଂସ୍ଥା FATF କୁ ଭୁଆଁ ବୁଲାଇବା ପାଇଁ ଏହା ପାକିସ୍ତାନର ଏକ ସୁଚିନ୍ତିତ ଚାଲ୍ ବୋଲି କୁହାଯାଉଛି। କାରଣ ପାକିସ୍ତାନ ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଏବଂ କୌଣସି ପ୍ରକାରେ FATF କଟକଣାରୁ ବର୍ତ୍ତିବାକୁ ପ୍ରୟାସ କରୁଛି।

ଆହୁରି ପଢ଼ନ୍ତୁ: ଓରାଙ୍ଗଉଟାନ ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଜଙ୍ଗଲ ମନ୍ତ୍ରୀ

ପୁରସ୍କାର ରାଶିରେ ବୃଦ୍ଧି

ସୂଚନାଯୋଗ୍ୟ ଯେ, ପୂର୍ବରୁ ୨୦୨୧ ମସିହାରେ FIA ପକ୍ଷରୁ ମାସୁଦ୍ ଆଝାରକୁ ଧରିବା ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏବେ ୫ ବର୍ଷ ପରେ ଏହି ପୁରସ୍କାର ରାଶିକୁ ଆଉ ୨୦ ଲକ୍ଷ ବୃଦ୍ଧି କରାଯାଇ ୭୦ ଲକ୍ଷ ଟଙ୍କା କରାଯାଇଛି। ପାକିସ୍ତାନ ସରକାର ଦୀର୍ଘ ଦିନ ହେବ ଦାବି କରିଆସୁଛନ୍ତି ଯେ, ମାସୁଦ୍ ଆଝାର ସେମାନଙ୍କ ଦେଶରେ ନାହିଁ ଏବଂ ସେ ଆଫଗାନିସ୍ତାନକୁ ଫେରାର ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଡୋଡା ଜଙ୍ଗଲରୁ ଜୈଶ୍ ଆତଙ୍କବାଦୀର ମୃତଦେହ ସହ ଆମେରିକୀୟ M4 କାର୍ବାଇନ୍ ଉଦ୍ଧାର

ଭାରତୀୟ ଗୁଇନ୍ଦା ବିଭାଗର ପର୍ଦ୍ଦାଫାଶ

ପାକିସ୍ତାନର ଏହି ମିଥ୍ୟା ଦାବିକୁ ଭାରତୀୟ ଗୁଇନ୍ଦା ସଂସ୍ଥା ଖଣ୍ଡନ କରିଛି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୬ ମାସର ବୈଷୟିକ ବିଶ୍ଳେଷଣରୁ ଏହା ସ୍ପଷ୍ଟ ହୋଇଛି ଯେ ମାସୁଦ୍ ଆଝାର ଆଫଗାନିସ୍ତାନରେ ନୁହେଁ, ବରଂ ପାକିସ୍ତାନରେ ହିଁ ଲୁଚି ରହିଛି। ବିଶେଷ କରି ପାକିସ୍ତାନର ସିନ୍ଧ ପ୍ରଦେଶ ଅନ୍ତର୍ଗତ ନୱାବଶାହ (Nawabshah) ସହରରେ ସେ ଆତ୍ମଗୋପନ କରିଥିବା ଭାରତୀୟ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର