ନନ୍ଦନକାନନରେ ହୃଦୟଛୁଆଁ କାହାଣୀ: ପରସ୍ପରକୁ ଜାବୁଡି ଧରି ବଞ୍ଚିଛନ୍ତି ୫ ଛୁଆ ଓରାଙ୍ଗଉଟାନ୍‌; ମା' ନାହିଁ, ହେଲେ ମା' ପରି ଅଛନ୍ତି ପରସ୍ପର

Madhusudan Das Picture
Published On

ଭୁବନେଶ୍ୱର: ପରସ୍ପରକୁ ଜାବୁଡି ଧରି ବଞ୍ଚିଛନ୍ତି ୫ ଭାଇ-ଭଉଣୀ! ମା' ନାହାନ୍ତି, ହେଲେ ମା' ପରି ଅଛନ୍ତି ପରସ୍ପର। ନନ୍ଦନକାନନର ହୃଦୟ ଛୁଆଁ କାହାଣୀ। ଏହା ନନ୍ଦନକାନନର କ୍ୱାରେଣ୍ଟାଇନ ଖୁଆଡ ନୁହେଁ, ଏହା ୫ଟି ଅନାଥ ଭାଇ-ଭଉଣୀର ଘର। ବାଲେଶ୍ୱରରୁ ଉଦ୍ଧାର ହେବା ଦିନଠୁ ୫ ଛୁଆ ଓରାଙ୍ଗଉଟାନ୍‌ ପରସ୍ପରର ମା' ପାଲଟିଛନ୍ତି। ଯତ୍ନକାରୀ କହୁଛନ୍ତି - ରାତିରେ ଗୋଟେ କାନ୍ଦିଲେ ଅନ୍ୟ ୪ଜଣ ତାକୁ ଜାବୁଡି ଧରନ୍ତି। ଖାଦ୍ୟ ଆସିଲେ ନିଜେ ନ ଖାଇ ପରସ୍ପରକୁ ଖୁଆଇ ଦିଅନ୍ତି।

ଆହୁରି ପଢ଼ନ୍ତୁ: କାନ୍ଥ ପଡ଼ି ଦୁଇ ବର୍ଷର ଶିଶୁପୁତ୍ର ମୃତ, ମା’ ଗୁରୁତର

ସେଥିପାଇଁ ଡାକ୍ତର ବି ଚିନ୍ତାରେ। OUAT CWH ଟିମ୍  ଆସି କହିଲେ - ଏମାନଙ୍କୁ ଅଲଗା କର ନାହିଁ। ଏମାନେ ଷ୍ଟ୍ରେସରେ ଅଛନ୍ତି, ମା'ର ଅଭାବ ଅଛି। ୧୦ ଦିନ ଯାଏଁ ଏମାନଙ୍କୁ ଏକାଠି ରଖ, ସକାଳ ଖରା ଦେଖାଅ, ଆଉ ସବୁଠୁ ବଡ କଥା - ମା' ପେଟ ଭିତରେ ଶୁଭୁଥିବା ହୃଦସ୍ପନ୍ଦନ ପରି ହାଲୁକା ମ୍ୟୁଜିକ୍ ବଜାଅ। ଏହା ଶୁଣି ସେମାନେ ଭାବିବେ ମା' ପାଖରେ ଅଛୁ।

ଆହୁରି ପଢ଼ନ୍ତୁ: ଘର ଭିତରେ ଭୟଙ୍କର ବାଣ ବିସ୍ଫୋରଣ; ବାପା ମୃତ, ପୁଅ ସମେତ ୬ ଜଣ ଗୁରୁତର

ତେବେ ଆଶ୍ଚର୍ଯ୍ୟ ଫଳ ମିଳିଲାଣି। କିନ୍ତୁ ଗତକାଲି ଯାଏଁ ଯେଉଁ ଛୁଆ ହାତକୁ ଆସୁ ନଥିଲେ, ସେମାନେ ଏବେ ଯତ୍ନକାରୀଙ୍କ ଆଙ୍ଗୁଠି ଧରୁଛନ୍ତି, କୋଳରେ ଶୋଉଛନ୍ତି। ଏହି ୧୦ ଦିନର ମା' ଛୁଆ ବନ୍ଧନ ପରେ ହିଁ ସେମାନଙ୍କ ରକ୍ତ ପରୀକ୍ଷା ହେବ। ଯଦି ସବୁ ଠିକ୍ ରହେ, ତେବେ ଏହି ୫ ଅନାଥ ଛୁଆ ନନ୍ଦନକାନନରେ ନୂଆ ମା' ପାଇବେ, ଆଉ ୭ ବର୍ଷରୁ ଅଧିକ ଦିନ ନିସଙ୍ଗ ଜୀବନ ବିତାଇ ଆଖିବୁଜିଥିବା ବିନି ର ଖୁଆଡ ପୁଣି ପୁରଣ ହେବ ।

ଆହୁରି ପଢ଼ନ୍ତୁ: ରେଳ ଧାରଣାରେ ରିଲ୍ସ ବନାଉଥିଲେ, ଟ୍ରେନ୍ ଧକ୍କାରେ ନାବାଳକଙ୍କ ଶୋଚନୀୟ ମୃତ୍ୟୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର