ଭିଜିଲାନ୍ସ ଜାଲରେ ରାଉରକେଲା ଅବକାରୀ ଅଧୀକ୍ଷକ: ୫ ଲକ୍ଷ ଟଙ୍କାର ଲାଞ୍ଚ ଜବତ

Madhusudan Das Picture
Published On

ରାଉରକେଲା: ଭିଜିଲାନ୍ସ ଜାଲରେ ରାଉରକେଲା ଅବକାରୀ ଅଧୀକ୍ଷକ । ରାଉରକେଲାର ଅବକାରୀ ଅଧୀକ୍ଷକ (ସୁପରିଣ୍ଟେଣ୍ଡେଣ୍ଟ) ଧନେଶ୍ୱର ବରାଡ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କାର ଲାଞ୍ଚ ରାଶି ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅବକାରୀ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କଠାରୁ ଧନେଶ୍ୱର ବରାଡ ବିପୁଳ ପରିମାଣର ଲାଞ୍ଚ ଆଦାୟ କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହା ପରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ ଉପରେ କଡ଼ା ନଜର ରଖିଥିଲା। ଏକ ସ୍ଥାନୀୟ ମଦ ଦୋକାନର ସେଲ୍‌ସମ୍ୟାନଙ୍କ ଜରିଆରେ ଏକ ସ୍କର୍ପିଓ ଗାଡ଼ି (ରେଜିଷ୍ଟ୍ରେସନ ନମ୍ବର: OD-14AD-1314)ରେ ସେ ଏହି ୫ ଲକ୍ଷ ଟଙ୍କା ନିଜ ଘରକୁ ପଠାଉଥିଲେ। ଠିକ୍ ଏହି ସମୟରେ ଉଦିତନଗର ସ୍ଥିତ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିଜିଲାନ୍ସ ଟିମ୍ ଗାଡ଼ିଟିକୁ ଅଟକାଇଥିଲା ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ନଗଦ ୫ ଲକ୍ଷ ଟଙ୍କା ଜବତ କରିଥିଲା।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଜେରା ବେଳେ ଉକ୍ତ ସେଲ୍‌ସମ୍ୟାନ ସ୍ୱୀକାର କରିଥିଲେ ଯେ, ଏହି ଟଙ୍କା ଅବକାରୀ ଅଧୀକ୍ଷକ ବରାଡ ତାଙ୍କୁ ଦେଇଥିଲେ ଏବଂ ଏହାକୁ ତାଙ୍କ ବାସଭବନରେ ପହଞ୍ଚାଇବା ପାଇଁ କହିଥିଲେ। ଭିଜିଲାନ୍ସ ଅଧିକାରୀମାନେ ପଚରାଉଚରା କରିବା ବେଳେ ଶ୍ରୀ ବରାଡ ମଧ୍ୟ ଏହି କଥାକୁ ସ୍ୱୀକାର କରିଥିଲେ। ତେବେ ଏହି ଟଙ୍କା କେଉଁଠୁ ଆସିଲା, ସେ ନେଇ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଫଳରେ ଟଙ୍କାଗୁଡ଼ିକୁ ସିଜ୍ ବା ଜବତ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ ତାଙ୍କର କାର୍ଯ୍ୟାଳୟ ଏବଂ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି ଏବଂ ଘଟଣାର ଅଧିକ ତଦନ୍ତ କରାଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା କ୍ରସ ଭୋଟିଂ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ବିଜେଡି, ୮ ବିଧାୟକଙ୍କ ସଦସ୍ୟତା ରଦ୍ଦ ଲାଗି ପିଟିସନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର