ମନୋରଞ୍ଜନ
ଓଡ଼ିଶା
ପାରିବାରିକ ବିବାଦ: ଭିଣୋଇକୁ ଧାରୁଆ ଅସ୍ତ୍ରରେ ହାଣିଲା ଶଳା
ଉଦଳା: ପାରିବାରିକ ବିବାଦକୁ ନେଇ ଭିଣୋଇକୁ ହାଣିଲା ଶଳା। ଏଭଳି ଘଟଣା ଘଟିଛି ଉଦଳା ଥାନା ଦିଘିନୂଆସାହି ଗ୍ରାମରେ। ଗ୍ରାମର ରାମ ସିଂ ଏବଂ ତାଙ୍କର ଭିଣୋଇ କାହ୍ନୁ ଚରଣ ସିଂ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ବଚସା ଏତେ ତୀବ୍ର ରୂପ ନେଇଥିଲା ଯେ ଏକ ଧାରୁଆ ଅସ୍ତ୍ରରେ ଭିଣୋଇକୁ ଆକ୍ରମଣ କରିଥିଲେ। ଭିଣୋଇର ମୁଣ୍ଡ ଏବଂ ବେକକୁ ଧାରୁଆ ଅସ୍ତ୍ରରେ ଶଳା ଆକ୍ରମଣ କରିଥିଲା ଯାହା ପରେ ଘଟଣାସ୍ଥଳରେ କାହ୍ନୁ ଚରଣ ଗୁରୁତର ହୋଇ ପଡ଼ିଥିବା ବେଳେ ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଶଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ସ୍ଥାନାନ୍ତର କରାଯାଇଛି। ଭିଣୋଇ କାହ୍ନୁ ଦୀର୍ଘ ଦିନ ହେବ ତାଙ୍କ ଶ୍ୱଶୁର ଘରେ ରହୁଥିବା ବେଳେ ଅନେକ ସମୟରେ ଶଳା ଓ ଭିଣୋଇଙ୍କ ମଧ୍ୟରେ ପୂର୍ବରୁ ଝଗଡା ହେଉଥିବା ଜଣାପଡିଛି ।
ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ






