ଏଥର ବି ବିନା ଭକ୍ତରେ ସ୍ନାନଯାତ୍ରା

The Sakala Picture
Published On

ପୁରୀ : କରୋନା ସଂକ୍ରମଣ ପାଇଁ ଏଥର ବି ବିନା ଭକ୍ତରେ ଠାକୁରମାନଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସ୍ନାନ କେମିତି ଶୃଙ୍ଖଳିତ କରାଯିବ ତାହା ଉପରେ ଗୁରୁତ୍ଵ ଦେଉଛି ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଡ କ୍ରିଷନ […]

ପୁରୀ : କରୋନା ସଂକ୍ରମଣ ପାଇଁ ଏଥର ବି ବିନା ଭକ୍ତରେ ଠାକୁରମାନଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସ୍ନାନ କେମିତି ଶୃଙ୍ଖଳିତ କରାଯିବ ତାହା ଉପରେ ଗୁରୁତ୍ଵ ଦେଉଛି ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଡ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଥିରେ ଶୃଙ୍ଖଳିତ ନୀତିକାନ୍ତି,

ଆହୁରି ପଢ଼ନ୍ତୁ: ରାଜ୍ୟରେ ଲଗାଣ ବର୍ଷା ଜାରି: ଆଜି ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା

ନିଯୋଗର ପ୍ରାପ୍ୟ ପାଉଣା ଏବଂ ରଥଯାତ୍ରା ସମ୍ପର୍କରେ ଆଲୋଚନା କରାଯାଇଛି। ଶାନ୍ତିଶୃଙ୍ଖଳାରେ କିପରି ସ୍ନାନଯାତ୍ରା ସମ୍ପନ୍ନ ହେବ ତା’ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଥିଲା । ପୂର୍ବବର୍ଷ ଭଳି ଏବର୍ଷ ରାତି ସାଢେ ୧ଟାରୁ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ । ସକାଳୁ ସ୍ନାନ ବିଡ୍ ଆରମ୍ଭ କରିବା ଲାଗି ଆଲୋଚନା ହୋଇଛି । ବାଡ଼ରେ କେତେଜଣ ଦଇତାପତି ରହି ପହଣ୍ଡି କରିବେ ସେ ନେଇ ଆଲୋଚନା ହୋଇଛି । ଗତବର୍ଷ ଯାହା ସଂଖ୍ୟା ଥିଲା ତାହା ଆପାତତଃ ସ୍ଥିର ହୋଇଛି । ସେହିପରି ଗତବର୍ଷ ଭଳି ଏ ବର୍ଷ ମଧ୍ୟ ପୂର୍ଣ୍ଣ ଅଣସର କରିବା ଲାଗି ଦଇତାପତି ସେବାୟତ ପ୍ରସ୍ତାବ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଯଦି ନୀତିକାନ୍ତି ନିର୍ଘଣ୍ଟ ଅନୁସାରେ ସମ୍ପନ୍ନ ହୁଏ ଏବଂ ଠାକୁର ନିର୍ବାଚିତ ସମୟରେ ଅଣସର ପିଣ୍ଡିକୁ ବିଜେ କରନ୍ତି ତେବେ ଅଣସର ୧୫ ଦିନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଗତବର୍ଷ ବିନା ରକ୍ତରେ ସ୍ନାନଯାତ୍ରା ଏବଂ ରଥଯାତ୍ରା ହୋଇଥିବାରୁ ଦଇତାପତିମାନେ ଅନେକ କ୍ଷତି ସହିଛନ୍ତି। ସେମାନଙ୍କ ବକେୟା ପ୍ରାପ୍ୟ ସହ କ୍ଷତିପୂରଣ ରାଶି ପ୍ରଦାନ କରିବା ଲାଗି ନିଯୋଗ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର