ଖେଳୁଥିବା ବେଳେ ଅଘଟଣ, ଖାଲରେ ପଡ଼ି ୨ ଶିଶୁ ମୃତ

The Sakala Picture
Published On

ସମ୍ବଲପୁର: ସମ୍ୱଲପୁର ଜିଲ୍ଲା ଗୋଶାଳା ଫାଣ୍ଡି କଲପଡ଼ା ଗାଁରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ନୂଆ ଘର ତିଆରି ବେଳେ ପାଣି ରଖିବା ପାଇଁ ଖୋଳା ଯାଇଥିବା ଖାଲରେ ପଡି ଦୁଇ ଶିଶୁଙ୍କ ମୃତ୍ଯୁ ଘଟିଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଦୁଇ ଶିଶୁ ଘର ପଛ ପଟେ ଖେଳୁଥିଲେ। ପରେ ସେମାନେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ଯ ଦୁଇ ଛୁଆଙ୍କୁ ପାଇ ନ ଥିଲେ। ଦୁର୍ଘଟଣା ଘଟିବାର ପ୍ରାୟ କିଛି […]

ସମ୍ବଲପୁର: ସମ୍ୱଲପୁର ଜିଲ୍ଲା ଗୋଶାଳା ଫାଣ୍ଡି କଲପଡ଼ା ଗାଁରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ନୂଆ ଘର ତିଆରି ବେଳେ ପାଣି ରଖିବା ପାଇଁ ଖୋଳା ଯାଇଥିବା ଖାଲରେ ପଡି ଦୁଇ ଶିଶୁଙ୍କ ମୃତ୍ଯୁ ଘଟିଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଦୁଇ ଶିଶୁ ଘର ପଛ ପଟେ ଖେଳୁଥିଲେ। ପରେ ସେମାନେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ଯ ଦୁଇ ଛୁଆଙ୍କୁ ପାଇ ନ ଥିଲେ। ଦୁର୍ଘଟଣା ଘଟିବାର ପ୍ରାୟ କିଛି ସମୟପରେ ଜଣେ ପିଲାର ମୃତଦେହ ଘର ପାର୍ଶ୍ୱ ଖାଲରେ ଭାସୁଥିବା ଦେଖିବାକୁ ମିଳିଥିଲା। ପରେ ପରିବାର ଲୋକ ଖାଲରେ ଖୋଜିବାରୁ ଭିତରୁ ଆଉ ଗୋଟିଏ ମୃତଦେହ ମିଳିଥିଲା। ସେମାନଙ୍କ ବୟସ ୩ ବର୍ଷ ଲେଖାଏଁ ହେବ ବୋଲି ଜଣାପଡ଼ିଛି। ମୃତଦେହ ଉଦ୍ଧାର କରି ଗୋଶାଳା ପୁଲିସ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର