UG ଓ PG ପରୀକ୍ଷା ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ, ଜୁନ ୧୨ ରେ ହୋଇପାରେ ନିଷ୍ପତ୍ତି

The Sakala Picture
Published On

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ହେଲାନି, ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା। କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଯେଉଁଠି ବନ୍ଦ ରହୁଛି, UG ଓ PG ଛାତ୍ରଛାତ୍ରୀଙ୍କ ମନରେ ଦ୍ୱନ୍ଦ୍ୱ ଓ ଭୟ ରହିବା ସ୍ୱାଭାବିକ। ଏହାକୁ ଦୂର କରିବା ପାଇଁ ଆସନ୍ତା ଜୁନ ୧୨ ତାରିଖରେ କୂଳପତିମାନଙ୍କ ବୈଠକ ଡକାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଲକଡାଉନ ସମୟରେ କିପରି ଥିଲା ଅନଲାଇନ ଶିକ୍ଷାଦାନ, ତାହାର ଫିଡବ୍ୟାକ ନିଆଯିବ। ତାକୁ ଆଧାର କରି UG ଓ PG ପରୀକ୍ଷା ପାଇଁ […]

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ହେଲାନି, ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା। କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଯେଉଁଠି ବନ୍ଦ ରହୁଛି, UG ଓ PG ଛାତ୍ରଛାତ୍ରୀଙ୍କ ମନରେ ଦ୍ୱନ୍ଦ୍ୱ ଓ ଭୟ ରହିବା ସ୍ୱାଭାବିକ। ଏହାକୁ ଦୂର କରିବା ପାଇଁ ଆସନ୍ତା ଜୁନ ୧୨ ତାରିଖରେ କୂଳପତିମାନଙ୍କ ବୈଠକ ଡକାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଲକଡାଉନ ସମୟରେ କିପରି ଥିଲା ଅନଲାଇନ ଶିକ୍ଷାଦାନ, ତାହାର ଫିଡବ୍ୟାକ ନିଆଯିବ। ତାକୁ ଆଧାର କରି UG ଓ PG ପରୀକ୍ଷା ପାଇଁ କୁଳପତିମାନେ ମତାମତ ଦେବେ। ଏହାପରେ ସମସ୍ତ କଲେଜ ଅଧ୍ୟକ୍ଷଙ୍କ ବୈଠକ ବସି ସମାନ ମତାମତ ନେବେ ଉଚ୍ଚଶିକ୍ଷା ମନ୍ତ୍ରୀ। ସବୁ ମତାମତକୁ ତର୍ଜମା କରିବା ସହ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍‌ଲାଇନ୍‌ କି ଅଫ୍‌ଲାଇନ୍‌ ପରୀକ୍ଷାର ନିଷ୍ପତ୍ତି ଆସିବ।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି: ଆଜି ବି ଭଦ୍ରକ, ଯାଜପୁର ଏବଂ ସୁନ୍ଦରଗଡ଼ରେ ବନ୍ଦ ରହିଛି ସ୍କୁଲ୍

ଗତ ବର୍ଷ ସଂକ୍ରମଣ ଯୋଗୁ UG ଓ PG ପରୀକ୍ଷା ବାତିଲ ନେଇ ପ୍ରଥମେ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ହେଲେ ସୁପ୍ରିମକୋର୍ଟ ପରୀକ୍ଷା କରିବା ଦିଗରେ ମତ ଦେଲେ। ଯେଉଁଥି ପାଇଁ UGC ପରୀକ୍ଷା କରାଇବାକୁ ସମସ୍ତ ରାଜ୍ୟଙ୍କୁ ସୂଚନା ଦେଇଥିଲେ। ଯାହାକୁ ଭିତ୍ତି କରି PG ଶେଷ ସେମିଷ୍ଟର ପରୀକ୍ଷା ଅନଲାଇନରେ ହୋଇଥିଲା। ହେଲେ UG ଶେଷ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଇଁ online ପାଠପଢ଼ାରେ ଇଣ୍ଟରନେଟ ସମସ୍ୟା ଦେଖା ଦେଇଥିଲା। ସେମାନଙ୍କ ପରୀକ୍ଷା ଅଫ୍‌ଲାଇନ୍‌ ମୋଡରେ ହୋଇଥିଲା। ଚଳିତ ଥର UGC କୌଣସି ସ୍ପଷ୍ଟ ନିର୍ଣ୍ଣୟ ନ ଶୁଣାଇଥିବାରୁ ଉଚ୍ଚଶିକ୍ଷା ବିଭାଗ ଓ ଛାତ୍ରଛାତ୍ରୀମାନେ ଆଶଙ୍କାରେ ଦିନ କାଟୁଛନ୍ତି।

ଆହୁରି ପଢ଼ନ୍ତୁ: ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ଗର୍ଜିଲା ବିଜେଡି: ଛାତ୍ରଛାତ୍ରୀଙ୍କୁ ଅଣଦେଖା ସରକାରକୁ ଭାରି ପଡ଼ିବ

08 Jun 2021 By The Sakala

UG ଓ PG ପରୀକ୍ଷା ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ, ଜୁନ ୧୨ ରେ ହୋଇପାରେ ନିଷ୍ପତ୍ତି

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ହେଲାନି, ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା। କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଯେଉଁଠି ବନ୍ଦ ରହୁଛି, UG ଓ PG ଛାତ୍ରଛାତ୍ରୀଙ୍କ ମନରେ ଦ୍ୱନ୍ଦ୍ୱ ଓ ଭୟ ରହିବା ସ୍ୱାଭାବିକ। ଏହାକୁ ଦୂର କରିବା ପାଇଁ ଆସନ୍ତା ଜୁନ ୧୨ ତାରିଖରେ କୂଳପତିମାନଙ୍କ ବୈଠକ ଡକାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଲକଡାଉନ ସମୟରେ କିପରି ଥିଲା ଅନଲାଇନ ଶିକ୍ଷାଦାନ, ତାହାର ଫିଡବ୍ୟାକ ନିଆଯିବ। ତାକୁ ଆଧାର କରି UG ଓ PG ପରୀକ୍ଷା ପାଇଁ କୁଳପତିମାନେ ମତାମତ ଦେବେ। ଏହାପରେ ସମସ୍ତ କଲେଜ ଅଧ୍ୟକ୍ଷଙ୍କ ବୈଠକ ବସି ସମାନ ମତାମତ ନେବେ ଉଚ୍ଚଶିକ୍ଷା ମନ୍ତ୍ରୀ। ସବୁ ମତାମତକୁ ତର୍ଜମା କରିବା ସହ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍‌ଲାଇନ୍‌ କି ଅଫ୍‌ଲାଇନ୍‌ ପରୀକ୍ଷାର ନିଷ୍ପତ୍ତି ଆସିବ।

ଗତ ବର୍ଷ ସଂକ୍ରମଣ ଯୋଗୁ UG ଓ PG ପରୀକ୍ଷା ବାତିଲ ନେଇ ପ୍ରଥମେ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ହେଲେ ସୁପ୍ରିମକୋର୍ଟ ପରୀକ୍ଷା କରିବା ଦିଗରେ ମତ ଦେଲେ। ଯେଉଁଥି ପାଇଁ UGC ପରୀକ୍ଷା କରାଇବାକୁ ସମସ୍ତ ରାଜ୍ୟଙ୍କୁ ସୂଚନା ଦେଇଥିଲେ। ଯାହାକୁ ଭିତ୍ତି କରି PG ଶେଷ ସେମିଷ୍ଟର ପରୀକ୍ଷା ଅନଲାଇନରେ ହୋଇଥିଲା। ହେଲେ UG ଶେଷ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଇଁ online ପାଠପଢ଼ାରେ ଇଣ୍ଟରନେଟ ସମସ୍ୟା ଦେଖା ଦେଇଥିଲା। ସେମାନଙ୍କ ପରୀକ୍ଷା ଅଫ୍‌ଲାଇନ୍‌ ମୋଡରେ ହୋଇଥିଲା। ଚଳିତ ଥର UGC କୌଣସି ସ୍ପଷ୍ଟ ନିର୍ଣ୍ଣୟ ନ ଶୁଣାଇଥିବାରୁ ଉଚ୍ଚଶିକ୍ଷା ବିଭାଗ ଓ ଛାତ୍ରଛାତ୍ରୀମାନେ ଆଶଙ୍କାରେ ଦିନ କାଟୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର