ବିଏମସିର ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା : ଶୟ୍ୟାଶାୟୀ ଓ ଶାରୀରିକ ଅଚଳ ବ୍ୟକ୍ତିଙ୍କୁ କରୋନା ଟିକା ପାଇଁ ଆରମ୍ଭ ହେଲା ପଞ୍ଜିକରଣ

The Sakala Picture
Published On

ଭୁବନେଶ୍ୱର: ବିଏମସିର ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥାରେ ଶୟ୍ୟାଶାୟୀ ଓ ଶାରୀରିକ ଅଚଳ ବ୍ୟକ୍ତିଙ୍କୁ କରୋନା ଟିକା ଦେବା ପାଇଁ ଆଜିଠାରୁ ୧୯୨୯ ଯୋଗେ ପଞ୍ଜିକରଣ ଆରମ୍ଭ ହୋଇଛି । ଏଯାବତ ୩୦ ଜଣ ପଞ୍ଜିକୃତ କରିଥିବା ବେଳେ ସେସବୁ ସଠିକ ଭାବେ ଜାଞ୍ଚ କରାଯାଉଛି। ପରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅନୁଧ୍ୟାନ କରିବା ପରେ ଘରେ କିମ୍ବା ନିକଟସ୍ଥ କେନ୍ଦ୍ରରେ ଟିକା ଦିଆଯିବ ତାହା ସ୍ଥିର ହେବ ବୋଲି ବିଏମସି କମିଶନର କହିଛନ୍ତି। ସହହର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ […]

ଭୁବନେଶ୍ୱର: ବିଏମସିର ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥାରେ ଶୟ୍ୟାଶାୟୀ ଓ ଶାରୀରିକ ଅଚଳ ବ୍ୟକ୍ତିଙ୍କୁ କରୋନା ଟିକା ଦେବା ପାଇଁ ଆଜିଠାରୁ ୧୯୨୯ ଯୋଗେ ପଞ୍ଜିକରଣ ଆରମ୍ଭ ହୋଇଛି । ଏଯାବତ ୩୦ ଜଣ ପଞ୍ଜିକୃତ କରିଥିବା ବେଳେ ସେସବୁ ସଠିକ ଭାବେ ଜାଞ୍ଚ କରାଯାଉଛି। ପରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅନୁଧ୍ୟାନ କରିବା ପରେ ଘରେ କିମ୍ବା ନିକଟସ୍ଥ କେନ୍ଦ୍ରରେ ଟିକା ଦିଆଯିବ ତାହା ସ୍ଥିର ହେବ ବୋଲି ବିଏମସି କମିଶନର କହିଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ସହହର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଟିକା ଦିଆଯିବାକୁ ବିଏମସିର ଟାର୍ଗେଟ ରହିଛି। ବିଶେଷ କରି ଯେଉଁମାନେ ଏଭଳି ସମ୍ବେଦନଶୀଳ ବ୍ୟକ୍ତି ସେମାନଙ୍କୁ ସ୍ୱଚ୍ଛତା ଓ ସୁରକ୍ଷା ରେ ଟିକା ଦେବା ଲାଗି ଏହି ବ୍ୟବସ୍ଥା ହୋଇଛି। ଅନ୍ୟପଟେ ୧୮ରୁ ୪୪ ବର୍ଗର ହିତାଧିକାରୀଙ୍କ ଦ୍ୱୀତିୟ ଡୋଜ ପାଇଁ ଓ୍ୱାକ୍ ଇନ୍ ଟିକାକରଣ କରାଯାଇଛି। ଅଗ୍ରାଧିକାରୀ ଭିତ୍ତିରେ ପ୍ରଥମ ଡୋଜ୍ ନେଇସାରିଥିବା ପ୍ରାୟ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଡ୍ୟୁ ଡେଟ୍ ଅନୁଯାଇ ଆସନ୍ତା ସୋମବାର ସୁଦ୍ଧା ଟିକାଦାନ ସରିବା ପରେ ବଳକା ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଦିଆଯିବ ବୋଲି ବିଏମସି କମିଶନର କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର