ଡରାଇଲାଣି ତାତି, ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ

The Sakala Picture
Published On

ଭୁବନେଶ୍ୱର: ଏପର୍ଯ୍ୟନ୍ତ ଫେବୃଆରୀ ମାସ ଶେଷ ହୋଇ ନାହିଁ। କିନ୍ତୁ ଖରା ତାତିରେ କାନମୁଣ୍ଡ ଝାଇଁ ଝାଇଁ ହୋଇଯାଉଛି। କେଇ ମିନିଟ୍‍ ଖରାରେ ଛିଡ଼ା ହୋଇଗଲେ ଗମ୍‍ ଗମ୍‍ ଝାଳ ବହିଯାଉଛି। ବୁଧବାର ଭୁବନେଶ୍ୱର ରାଜ୍ୟ ସବୁଠାରୁ ଉତ୍ତପ୍ତ ସହର ଥିଲା। ସେହିପରି ସମୁଦାୟ ୯ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିଛି। ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ପାରଦ ବଢ଼ି ଚାଲିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ପହିଲା ବେଳକୁ କିଛି ଜିଲ୍ଲାରେ […]

ଭୁବନେଶ୍ୱର: ଏପର୍ଯ୍ୟନ୍ତ ଫେବୃଆରୀ ମାସ ଶେଷ ହୋଇ ନାହିଁ। କିନ୍ତୁ ଖରା ତାତିରେ କାନମୁଣ୍ଡ ଝାଇଁ ଝାଇଁ ହୋଇଯାଉଛି। କେଇ ମିନିଟ୍‍ ଖରାରେ ଛିଡ଼ା ହୋଇଗଲେ ଗମ୍‍ ଗମ୍‍ ଝାଳ ବହିଯାଉଛି। ବୁଧବାର ଭୁବନେଶ୍ୱର ରାଜ୍ୟ ସବୁଠାରୁ ଉତ୍ତପ୍ତ ସହର ଥିଲା। ସେହିପରି ସମୁଦାୟ ୯ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିଛି। ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ପାରଦ ବଢ଼ି ଚାଲିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ପହିଲା ବେଳକୁ କିଛି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‍ ଅତିକ୍ରମ କରିବ ବୋଲି କୁହାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଆଜି ସ୍ୱତନ୍ତ୍ର ରିଲିଫ୍‍ କମିସନର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ବୁଧବାର ଭୁବନେଶ୍ୱରରେ ତାପମାତ୍ରା ୩୮ ଡିଗ୍ରୀ ଥିବା ବେଳେ ବାରିପଦାରେ ୩୬.୮ ଡିଗ୍ରୀ, କଟକରେ ୩୬.୬ ଡିଗ୍ରୀ ରେକର୍ଡ କରାଯାଇଛି। ଉତ୍ତର ପଶ୍ଚିମ ଭାରତ ଓ କେନ୍ଦ୍ରୀୟ ଭାରତ ଦେଇ ଓଡ଼ିଶାକୁ ପନବ ବହୁଛି। ଆଗକୁ ଏଭଳି ଧାରା ଅବ୍ୟାହତ ରହିବା ସମ୍ଭାବନା ଥିବାରୁ ତାତି ହ୍ରାସ ପାଇବ ନାହିଁ। ମାର୍ଚ୍ଚ ୧ ବେଳକୁ ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିପାରେ। ଏହି ସମୟରେ ଅନୁଗୁଳ, ତାଳଚେର, ଟିଟିଲାଗଡ଼, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଭବାନୀପାଟଣା, ନୟାଗଡ଼ ଓ ମାଲକାନଗିରିରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀରେ ପହଞ୍ଚିବ ଏବଂ ପରବର୍ତ୍ତି ତିନି ଦିନ ପର୍ଯ୍ୟନ୍ତ ସ୍ଥିତି ଅପରିବର୍ତ୍ତିତ ରହିବା ସମ୍ଭାବନା ଅଛି। ଆଜି ଏସ୍‍ଆରସି ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାପାଳମାନଙ୍କୁ କହିଛନ୍ତି ଯେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ନିୟମ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର