ଭିଡ଼ ଭିତରେ ମଣିଷ: ବେବି ଅପାଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ, ପିଲାଙ୍କୁ ମଣିଷ କରିବା ତାଙ୍କ ସ୍ବପ୍ନ

The Sakala Picture
Published On

ଭୁବନେଶ୍ୱର: ପ୍ରତ୍ୟେକ କଠିନତାକୁ ସାମ୍ନା କରି ଆଗକୁ ବଢ଼ିବାର ଏକ ନାଁ ‘ମହିଳା ସଶକ୍ତୀକରଣ। ଜୀବନ ସଂଗ୍ରାମରେ ସେ ପାଲଟିଛନ୍ତି ସଂଗ୍ରାମୀ। ଜୀବନର ପ୍ରତ୍ୟେକ ଉତ୍‍ଥାନ ପତନ ଲାଗି କେବଳ ପୁରୁଷ ନୁହେଁ, ମହିଳାଙ୍କ କ୍ଷେତ୍ରରେ ବି ଅନେକ ସାଉଁଟା କାହାଣୀ ଶୁଣିବାକୁ ଏବଂ ଦେଖିବାକୁ ମିଳିଛି। ଏମିତି ଏକ କାହାଣୀ ହେଉଛି ଭୁବନେଶ୍ୱରର ନଳିନୀ ପ୍ରଧାନଙ୍କ ଜୀବନ କାହାଣୀ। ପରିସ୍ଥିତିରେ ପଡ଼ି ଘରର ବୋଝ ମୁଣ୍ଡାଇଛନ୍ତି। ସାଇକଲ୍‍ରେ ବାସ୍କେଟ୍‍ ଲଗାଇ ସହରର ଗଳିକନ୍ଦି ବୁଲି ବେବି […]

ଭୁବନେଶ୍ୱର: ପ୍ରତ୍ୟେକ କଠିନତାକୁ ସାମ୍ନା କରି ଆଗକୁ ବଢ଼ିବାର ଏକ ନାଁ ‘ମହିଳା ସଶକ୍ତୀକରଣ। ଜୀବନ ସଂଗ୍ରାମରେ ସେ ପାଲଟିଛନ୍ତି ସଂଗ୍ରାମୀ। ଜୀବନର ପ୍ରତ୍ୟେକ ଉତ୍‍ଥାନ ପତନ ଲାଗି କେବଳ ପୁରୁଷ ନୁହେଁ, ମହିଳାଙ୍କ କ୍ଷେତ୍ରରେ ବି ଅନେକ ସାଉଁଟା କାହାଣୀ ଶୁଣିବାକୁ ଏବଂ ଦେଖିବାକୁ ମିଳିଛି। ଏମିତି ଏକ କାହାଣୀ ହେଉଛି ଭୁବନେଶ୍ୱରର ନଳିନୀ ପ୍ରଧାନଙ୍କ ଜୀବନ କାହାଣୀ। ପରିସ୍ଥିତିରେ ପଡ଼ି ଘରର ବୋଝ ମୁଣ୍ଡାଇଛନ୍ତି। ସାଇକଲ୍‍ରେ ବାସ୍କେଟ୍‍ ଲଗାଇ ସହରର ଗଳିକନ୍ଦି ବୁଲି ବେବି ଅପା ନାଁରେ ଖୁବ୍‍ ପରିଚିତ। ଏମିତିକି ତାଙ୍କଠାରୁ ବାଦାମ୍‍ କିଣିବା ପାଇଁ ଅପେକ୍ଷା କରି ରହିଥାନ୍ତି ଗ୍ରାହକ। ପ୍ରତିଟି ମୁହୂର୍ତ୍ତରେ ସଂଘର୍ଷ ଜାରି ରହିଥିଲେ ସୁଦ୍ଧା କେବେ ହାରି ଯାଇନାହାନ୍ତି; ବରଂ ପରିସ୍ଥିତି ଓ ପରିବେଶ ତାଙ୍କୁ ସମସ୍ତ ଶିକ୍ଷା ଦେଇଛି। ଯେତେବେଳେ ପରିବାର ତଥା ଶାଶୂଘର ଏବଂ ସମ୍ପର୍କୀୟଙ୍କଠାରୁ ସହଯୋଗ ମିଳିପାରି ନ ଥିଲା। ତଥାପି ପ୍ରତ୍ୟେକ ଘାତ ପ୍ରତିଘାତକୁ ସେ ଆହ୍ୱାନ ଭାବେ ନେଇଥିଲେ ଆଉ ସଫଳ ବି ହୋଇଥିଲେ।

ଆହୁରି ପଢ଼ନ୍ତୁ: ହିଟୱେଭ ପାଇଁ SOP: ଅଧିକ ଖରା ହେଉଥିବା ଜାଗାରେ ଆଶ୍ରୟସ୍ଥଳୀ ନିର୍ମାଣ, ଡ୍ରାଇଭରଙ୍କ ପାଇଁ ORS ଓ ପିଇବା ପାଣି ବ୍ୟବସ୍ଥା

ନଳିନୀ ପ୍ରଧାନଙ୍କ ଘର ମଞ୍ଚେଶ୍ୱର ଷ୍ଟେସନ୍‍ ନିକଟ ଭୋଟପଡ଼ା ଗ୍ରାମରେ। ତାଙ୍କର କହିବାନୁଯାୟୀ, ସ୍ୱାମୀ ଅଟୋ ଚଳାଇ ଯାହା ଅର୍ଥ ରୋଜଗାର କରୁଥିଲେ, ସେଥିରେ ସଂସାର ଭଲରେ ଚାଲିଥିଲା। କିନ୍ତୁ ୭ବର୍ଷ ତଳେ ସାପକାମୁଡ଼ାରେ ସ୍ୱାମୀ ଆରପାରିକୁ ଚାଲିଗଲେ। ପାଖରେ ୨ପୁଅ ଓ ଝିଅଙ୍କୁ ନେଇ କେମିତି ଚଳିବେ, ପିଲାଙ୍କୁ କେମିତି ପାଠ ପଢ଼ାଇବେ, ସେହିଚିନ୍ତାରେ ନଳିନୀ କିଛି କାମ କରିବା ଆଶାରେ ଆସିଲେ। ପ୍ରଥମେ ଭିଏସ୍‍ଏସ୍‍ ନଗର ହାଟରେ ବସି ପାମ୍ପଡ଼ ବିକ୍ରି କରୁଥିଲେ। କିଛିଦିନ ବିକ୍ରି କରିବାପରେ ତାଙ୍କୁ ସେହିସ୍ଥାନରୁ ଉଠିବାକୁ ପଡ଼ିଲା। ବାଧ୍ୟହୋଇ ନଳିନୀ ଘର ପାଖରେ ପରିବା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ। ଧୀରେ ଧୀରେ ବେପାର ମାନ୍ଦା ହେବାରୁ ବର୍ଷେରୁ ଊର୍ଦ୍ଧ୍ବ ହେବ ସାଇକଲ୍‍ ଧରି ବ୍ୟବସାୟ କରୁଛନ୍ତି। ଭୁବନେଶ୍ୱରର ବିଭିନ୍ନ ଗଳିକନ୍ଦିରେ ବୁଲି ସେ ବାଦାମ୍‍ ବ୍ୟବସାୟ କରୁଛନ୍ତି। ସକାଳ ୯ଟାରୁ ବାହାରି ରାତି ୮ଟା ପର୍ଯ୍ୟନ୍ତ ବୁଲି ବୁଲି ବିକ୍ରି କରୁଛନ୍ତି। ଦିନକୁ ୨ଶହରୁ ୩ଶହ ଟଙ୍କା ରୋଜଗାର କରନ୍ତି। ଏସମ୍ପର୍କରେ ନଳିନୀ କୁହନ୍ତି, ସାଇକଲ୍‍ ଧରି ଚାରିଆଡ଼େ ବୁଲିବା ଦ୍ୱାରା ଅଧିକ ବ୍ୟବସାୟ ହେଉଛି। ପିଲାଙ୍କୁ ପାଠପଢ଼ାଇ ମଣିଷ କରିବାର ସ୍ୱପ୍ନ ରଖିଛନ୍ତି ନଳିନୀ।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

25 Feb 2021 By The Sakala

ଭିଡ଼ ଭିତରେ ମଣିଷ: ବେବି ଅପାଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ, ପିଲାଙ୍କୁ ମଣିଷ କରିବା ତାଙ୍କ ସ୍ବପ୍ନ

ଭୁବନେଶ୍ୱର: ପ୍ରତ୍ୟେକ କଠିନତାକୁ ସାମ୍ନା କରି ଆଗକୁ ବଢ଼ିବାର ଏକ ନାଁ ‘ମହିଳା ସଶକ୍ତୀକରଣ। ଜୀବନ ସଂଗ୍ରାମରେ ସେ ପାଲଟିଛନ୍ତି ସଂଗ୍ରାମୀ। ଜୀବନର ପ୍ରତ୍ୟେକ ଉତ୍‍ଥାନ ପତନ ଲାଗି କେବଳ ପୁରୁଷ ନୁହେଁ, ମହିଳାଙ୍କ କ୍ଷେତ୍ରରେ ବି ଅନେକ ସାଉଁଟା କାହାଣୀ ଶୁଣିବାକୁ ଏବଂ ଦେଖିବାକୁ ମିଳିଛି। ଏମିତି ଏକ କାହାଣୀ ହେଉଛି ଭୁବନେଶ୍ୱରର ନଳିନୀ ପ୍ରଧାନଙ୍କ ଜୀବନ କାହାଣୀ। ପରିସ୍ଥିତିରେ ପଡ଼ି ଘରର ବୋଝ ମୁଣ୍ଡାଇଛନ୍ତି। ସାଇକଲ୍‍ରେ ବାସ୍କେଟ୍‍ ଲଗାଇ ସହରର ଗଳିକନ୍ଦି ବୁଲି ବେବି ଅପା ନାଁରେ ଖୁବ୍‍ ପରିଚିତ। ଏମିତିକି ତାଙ୍କଠାରୁ ବାଦାମ୍‍ କିଣିବା ପାଇଁ ଅପେକ୍ଷା କରି ରହିଥାନ୍ତି ଗ୍ରାହକ। ପ୍ରତିଟି ମୁହୂର୍ତ୍ତରେ ସଂଘର୍ଷ ଜାରି ରହିଥିଲେ ସୁଦ୍ଧା କେବେ ହାରି ଯାଇନାହାନ୍ତି; ବରଂ ପରିସ୍ଥିତି ଓ ପରିବେଶ ତାଙ୍କୁ ସମସ୍ତ ଶିକ୍ଷା ଦେଇଛି। ଯେତେବେଳେ ପରିବାର ତଥା ଶାଶୂଘର ଏବଂ ସମ୍ପର୍କୀୟଙ୍କଠାରୁ ସହଯୋଗ ମିଳିପାରି ନ ଥିଲା। ତଥାପି ପ୍ରତ୍ୟେକ ଘାତ ପ୍ରତିଘାତକୁ ସେ ଆହ୍ୱାନ ଭାବେ ନେଇଥିଲେ ଆଉ ସଫଳ ବି ହୋଇଥିଲେ।

ନଳିନୀ ପ୍ରଧାନଙ୍କ ଘର ମଞ୍ଚେଶ୍ୱର ଷ୍ଟେସନ୍‍ ନିକଟ ଭୋଟପଡ଼ା ଗ୍ରାମରେ। ତାଙ୍କର କହିବାନୁଯାୟୀ, ସ୍ୱାମୀ ଅଟୋ ଚଳାଇ ଯାହା ଅର୍ଥ ରୋଜଗାର କରୁଥିଲେ, ସେଥିରେ ସଂସାର ଭଲରେ ଚାଲିଥିଲା। କିନ୍ତୁ ୭ବର୍ଷ ତଳେ ସାପକାମୁଡ଼ାରେ ସ୍ୱାମୀ ଆରପାରିକୁ ଚାଲିଗଲେ। ପାଖରେ ୨ପୁଅ ଓ ଝିଅଙ୍କୁ ନେଇ କେମିତି ଚଳିବେ, ପିଲାଙ୍କୁ କେମିତି ପାଠ ପଢ଼ାଇବେ, ସେହିଚିନ୍ତାରେ ନଳିନୀ କିଛି କାମ କରିବା ଆଶାରେ ଆସିଲେ। ପ୍ରଥମେ ଭିଏସ୍‍ଏସ୍‍ ନଗର ହାଟରେ ବସି ପାମ୍ପଡ଼ ବିକ୍ରି କରୁଥିଲେ। କିଛିଦିନ ବିକ୍ରି କରିବାପରେ ତାଙ୍କୁ ସେହିସ୍ଥାନରୁ ଉଠିବାକୁ ପଡ଼ିଲା। ବାଧ୍ୟହୋଇ ନଳିନୀ ଘର ପାଖରେ ପରିବା ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ। ଧୀରେ ଧୀରେ ବେପାର ମାନ୍ଦା ହେବାରୁ ବର୍ଷେରୁ ଊର୍ଦ୍ଧ୍ବ ହେବ ସାଇକଲ୍‍ ଧରି ବ୍ୟବସାୟ କରୁଛନ୍ତି। ଭୁବନେଶ୍ୱରର ବିଭିନ୍ନ ଗଳିକନ୍ଦିରେ ବୁଲି ସେ ବାଦାମ୍‍ ବ୍ୟବସାୟ କରୁଛନ୍ତି। ସକାଳ ୯ଟାରୁ ବାହାରି ରାତି ୮ଟା ପର୍ଯ୍ୟନ୍ତ ବୁଲି ବୁଲି ବିକ୍ରି କରୁଛନ୍ତି। ଦିନକୁ ୨ଶହରୁ ୩ଶହ ଟଙ୍କା ରୋଜଗାର କରନ୍ତି। ଏସମ୍ପର୍କରେ ନଳିନୀ କୁହନ୍ତି, ସାଇକଲ୍‍ ଧରି ଚାରିଆଡ଼େ ବୁଲିବା ଦ୍ୱାରା ଅଧିକ ବ୍ୟବସାୟ ହେଉଛି। ପିଲାଙ୍କୁ ପାଠପଢ଼ାଇ ମଣିଷ କରିବାର ସ୍ୱପ୍ନ ରଖିଛନ୍ତି ନଳିନୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର