ବାତ୍ୟା ‘ୟସ୍’ ର ମୁକାବିଲା ନେଇ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଅତି ଭୀଷଣ ରୂପ ନେଇ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା ‘ୟସ୍’ । ବାତ୍ୟା ୟସ ର ମୁକାବିଲା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟାର ମୁକାବିଲା କିପରି କରାଯାଉଛି ସେନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ନବୀନ ନିବାସରୁ ରହି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା କରିଛନ୍ତି । ଏହି ଅବସରରେ ନବୀନ କହିଛନ୍ତି, ପ୍ରତିଟି ଜୀବନ ଆମ ପାଇଁ […]

ଅତି ଭୀଷଣ ରୂପ ନେଇ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା ‘ୟସ୍’ । ବାତ୍ୟା ୟସ ର ମୁକାବିଲା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟାର ମୁକାବିଲା କିପରି କରାଯାଉଛି ସେନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ନବୀନ ନିବାସରୁ ରହି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା କରିଛନ୍ତି । ଏହି ଅବସରରେ ନବୀନ କହିଛନ୍ତି, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ସରକାର ବାତ୍ୟା ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଓ ଲୋକମାନେ ମଧ୍ୟ ଏଥିରେ ସହଯୋଗ କରନ୍ତୁ ବୋଲି କହିିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ବାତ୍ୟା ସମ୍ପର୍କିତ ସମସ୍ତ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଜୀପ ଜେନା। ସୂଚନା ଦେଇ ସେ କହିଛନ୍ତି ଯେ ବାତ୍ୟା ୟାସ୍‌ ବର୍ତ୍ତମାନ ପାରୀଦୀପ ଠାରୁ ୨୦୦ କିମି ଦକ୍ଷିଣ- ଦକ୍ଷିଣ ପଶ୍ଚିମ ଦିଗରେ ରହିଥିବା ବେଳେ ଏହା ଉତ୍ତର-ପଶ୍ଚିମ ଦେଇ ଗତି କରୁଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଏହି ସମୀକ୍ଷାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଏସଆରସି ପ୍ରଦୀପ ଜେନା ଯୋଗ ଦେଇଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କିଭଳି ଲୋକଙ୍କ ଜୀବନ ରକ୍ଷା ପାଇଁ ପ୍ରଶାସନ ପ୍ରସ୍ତୁତି କରିଛି ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ତା ସହ ଏସଆରସି ପ୍ରଦୀପ ଜେନା ବାତ୍ୟା ୟସର ଗତିପଥ ଓ ଏହାର ଲ୍ୟାଣ୍ଡଫଲ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ବାତ୍ୟାର ଗତିପଥ, ମୁକାବିଲା, ପ୍ରଶାସନ ପ୍ରସ୍ତୁତି ନେଇ ବ୍ୟାପକ ଭାବେ ଏସଆରସି ଏହି ଭିଡିଓ କନଫରେନ୍ସିଂରେ ସୂଚନା ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅତିଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଓଡିଶା ମୁହାଁ ହୋଇଛି । ଆସନ୍ତାକାଲି ଏହା ଲ୍ୟାଣ୍ଡଫଲ କରିବ । ତେବେ ଏହା ବାଲେଶ୍ୱର କିମ୍ବା ଭଦ୍ରକ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ । ଏହି ସମୟରେ ପବନର ବେଗ ବଢିବା ସହିତ ସମୁଦ୍ର ଅଶାନ୍ତ ରହିବ । ତେବେ ଏହାପୂର୍ବରୁ ପ୍ରଶାସନର ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

25 May 2021 By The Sakala

ବାତ୍ୟା ‘ୟସ୍’ ର ମୁକାବିଲା ନେଇ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଅତି ଭୀଷଣ ରୂପ ନେଇ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା ‘ୟସ୍’ । ବାତ୍ୟା ୟସ ର ମୁକାବିଲା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟାର ମୁକାବିଲା କିପରି କରାଯାଉଛି ସେନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ନବୀନ ନିବାସରୁ ରହି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା କରିଛନ୍ତି । ଏହି ଅବସରରେ ନବୀନ କହିଛନ୍ତି, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ସରକାର ବାତ୍ୟା ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଓ ଲୋକମାନେ ମଧ୍ୟ ଏଥିରେ ସହଯୋଗ କରନ୍ତୁ ବୋଲି କହିିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ବାତ୍ୟା ସମ୍ପର୍କିତ ସମସ୍ତ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଜୀପ ଜେନା। ସୂଚନା ଦେଇ ସେ କହିଛନ୍ତି ଯେ ବାତ୍ୟା ୟାସ୍‌ ବର୍ତ୍ତମାନ ପାରୀଦୀପ ଠାରୁ ୨୦୦ କିମି ଦକ୍ଷିଣ- ଦକ୍ଷିଣ ପଶ୍ଚିମ ଦିଗରେ ରହିଥିବା ବେଳେ ଏହା ଉତ୍ତର-ପଶ୍ଚିମ ଦେଇ ଗତି କରୁଛି।

ଏହି ସମୀକ୍ଷାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଏସଆରସି ପ୍ରଦୀପ ଜେନା ଯୋଗ ଦେଇଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କିଭଳି ଲୋକଙ୍କ ଜୀବନ ରକ୍ଷା ପାଇଁ ପ୍ରଶାସନ ପ୍ରସ୍ତୁତି କରିଛି ସେନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ତା ସହ ଏସଆରସି ପ୍ରଦୀପ ଜେନା ବାତ୍ୟା ୟସର ଗତିପଥ ଓ ଏହାର ଲ୍ୟାଣ୍ଡଫଲ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ବାତ୍ୟାର ଗତିପଥ, ମୁକାବିଲା, ପ୍ରଶାସନ ପ୍ରସ୍ତୁତି ନେଇ ବ୍ୟାପକ ଭାବେ ଏସଆରସି ଏହି ଭିଡିଓ କନଫରେନ୍ସିଂରେ ସୂଚନା ଦେଇଥିଲେ ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅତିଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଓଡିଶା ମୁହାଁ ହୋଇଛି । ଆସନ୍ତାକାଲି ଏହା ଲ୍ୟାଣ୍ଡଫଲ କରିବ । ତେବେ ଏହା ବାଲେଶ୍ୱର କିମ୍ବା ଭଦ୍ରକ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ । ଏହି ସମୟରେ ପବନର ବେଗ ବଢିବା ସହିତ ସମୁଦ୍ର ଅଶାନ୍ତ ରହିବ । ତେବେ ଏହାପୂର୍ବରୁ ପ୍ରଶାସନର ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି ।

https://www.thesakala.in/latest-odisha-news/cm-naveen-patnaik-reviewed-the-preparation-on-cyclone-yaas/article-2413
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର