୨୮ ବର୍ଷ ପରେ ଗର୍ଭବତୀ ପତ୍ନୀଙ୍କୁ ମିଳିଲା ନ୍ୟାୟ, ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ

The Sakala Picture
Published On

ଗୁଣୁପୁର: ୨୮ ବର୍ଷ ପରେ ଗର୍ଭବତୀ ପତ୍ନୀଙ୍କୁ ମିଳିଲା ନ୍ୟାୟ । ପତ୍ନୀ ହନ୍ତା ବିଧାୟକଙ୍କୁ ଆଜୀବନ କାରା ଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର ଏଡିଜେ -୩ ଏମ ଲଏ /ଏମପି କୋର୍ଟ । ପୂର୍ବତନ ଗୁଣୁପୁର ବିଧାୟକ ରାମ ମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଦଫା ୩୦୨ପାଇଁ ଆଜୀବନ କାରଦଣ୍ଡ ୫୦ହଜାର ଜୋରିମାନା ଅନାଦେୟ ୧ ବର୍ଷ ଜେଲ ଦଣ୍ଡ ସହିତ ଦଫା ୨୦୧ପ୍ରମାଣ ନଷ୍ଟ ପାଇଁ ୧୦ହଜାର ଟଙ୍କା ଫାଇନ ଅନାଦେୟ ୬ […]

ଗୁଣୁପୁର: ୨୮ ବର୍ଷ ପରେ ଗର୍ଭବତୀ ପତ୍ନୀଙ୍କୁ ମିଳିଲା ନ୍ୟାୟ । ପତ୍ନୀ ହନ୍ତା ବିଧାୟକଙ୍କୁ ଆଜୀବନ କାରା ଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର ଏଡିଜେ -୩ ଏମ ଲଏ /ଏମପି କୋର୍ଟ । ପୂର୍ବତନ ଗୁଣୁପୁର ବିଧାୟକ ରାମ ମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଦଫା ୩୦୨ପାଇଁ ଆଜୀବନ କାରଦଣ୍ଡ ୫୦ହଜାର ଜୋରିମାନା ଅନାଦେୟ ୧ ବର୍ଷ ଜେଲ ଦଣ୍ଡ ସହିତ ଦଫା ୨୦୧ପ୍ରମାଣ ନଷ୍ଟ ପାଇଁ ୧୦ହଜାର ଟଙ୍କା ଫାଇନ ଅନାଦେୟ ୬ ମାସ ଜେଲ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ଭୁବନେଶ୍ୱର କୋର୍ଟରେ ଅଭିଯୁକ୍ତ ହାଜର ହେବା ପରେ ଆଜି ହେଲା ଦଣ୍ଡ ବିଧାନର ସୁଣାଣୀ ହୋଇଛି।  ସ୍ୱତନ୍ତ୍ର ଏମଏଲଏ,ଏମପି କୋର୍ଟ ହତ୍ୟା କାଣ୍ଡର ଦଫା ୩୦୨, ପ୍ରମାଣ ନଷ୍ଟ କରିବା ର ଦଫା ୨୦୧ରେ ପୂର୍ବରୁ ଦୋଷୀ ସାବ୍ୟସ୍ଥ ହୋଇଥିଲେ ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗ ।  ଏହି ଘଟଣାରେ ୧୧ଜଣ ସାକ୍ଷୀ ଓ ୧୫ଟି ତଥ୍ୟ, ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗ ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ଅଗଷ୍ଟ ୨୯,୧୯୯୫ ରେ ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟାକାଣ୍ଡ ନେଇ ଖାରବେଳ ନଗର ଥାନାରେ ହୋଇଥିଲା ମାମଲା । ଭୁବନେଶ୍ୱର ଏମଏଲଏ କୋଲୋନୀରେ ଥିବା ସରକାରୀ ବାସ ଭଵନ DS -୧୮/୧ ସକାଳ ୯ ଟା ହୋଇଥିଲା ହତ୍ୟା କାଣ୍ଡ । ଗର୍ଭବତୀ ପତ୍ନୀ ଶଶୀ ରେଖା ଗମାଙ୍ଗଙ୍କୁ ନିର୍ମମ ଭାବେ ହତ୍ୟା କରି ଆତ୍ମ ହତ୍ୟାର ରୂପ ଦେବା ସହ ପ୍ରମାଣ ନଷ୍ଟ କରିଥିଲେ ଅଭିଯୁକ୍ତ ବିଧାୟକ ।  ୧୬ରୁ ୧୭ ସପ୍ତାହର ଗର୍ଭବତୀ ଥିବା ଶଶୀ ରେଖାଙ୍କୁ ବାର୍ଥରୁମରେ ହତ୍ୟା କରିଥିଲା ଏହି ପତ୍ନୀ ହନ୍ତା । ପୂର୍ବରୁ କୋର୍ ରେ ଦୋଷୀ ସାବ୍ୟସ୍ତ ହୋଇଥିଲା

ଆହୁରି ପଢ଼ନ୍ତୁ: ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବରଗଡ଼ର ପଞ୍ଚାୟତ ସମିତି ସଭ୍ୟଙ୍କ ମୃତ୍ୟୁ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର