ଉପଜିଲ୍ଲାପାଳଙ୍କ ଘରେ ଟଙ୍କାର ପାହାଡ଼ ଦେଖି ତାଜୁବ୍ ଭିଜିଲାନ୍ସ ଟିମ୍, ଜବତ ହେଲାଣି ୨ କୋଟି ୯୧ ଲକ୍ଷ ନଗଦ କ୍ୟାସ୍

The Sakala Picture
Published On

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ନବରଙ୍ଗପୁରର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଉପଜିଲ୍ଲାପାଳଙ୍କ ଦୁଇଟି ଠିକଣାରୁ ଏପର୍ଯ୍ୟନ୍ତ ଜବତ ହେଲାଣି ନଗଦ ୨,୯୧,୯୩,୮୦୦ ଟଙ୍କା। ପ୍ରଶାନ୍ତ କୁମାର ରାଉତଙ୍କ ଘରେ ବିଡା ବିଡା ଟଙ୍କା ଦେଖି ତାଜୁବ୍ ଭିଜିଲାନ୍ସ ଟିମ୍। ପେଟି ଖୋଲୁଲେ ବାହାରୁଛି ଖାଲି ଟଙ୍କା । ଭୁବନେଶ୍ବର ଓ ନବରଂଗପୁରରୁ ଜବତ ହୋଇଥିବା ନଗଦ ଟଙ୍କା ମେସିନ ସାହାଯ୍ୟରେ ଗଣତି ପରେ ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏତଦ୍‌ ବ୍ୟତୀତ ଭିଜିଲାନ୍ସ ବିଭାଗ ଶ୍ରୀ […]

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ନବରଙ୍ଗପୁରର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଉପଜିଲ୍ଲାପାଳଙ୍କ ଦୁଇଟି ଠିକଣାରୁ ଏପର୍ଯ୍ୟନ୍ତ ଜବତ ହେଲାଣି ନଗଦ ୨,୯୧,୯୩,୮୦୦ ଟଙ୍କା। ପ୍ରଶାନ୍ତ କୁମାର ରାଉତଙ୍କ ଘରେ ବିଡା ବିଡା ଟଙ୍କା ଦେଖି ତାଜୁବ୍ ଭିଜିଲାନ୍ସ ଟିମ୍। ପେଟି ଖୋଲୁଲେ ବାହାରୁଛି ଖାଲି ଟଙ୍କା । ଭୁବନେଶ୍ବର ଓ ନବରଂଗପୁରରୁ ଜବତ ହୋଇଥିବା ନଗଦ ଟଙ୍କା ମେସିନ ସାହାଯ୍ୟରେ ଗଣତି ପରେ ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏତଦ୍‌ ବ୍ୟତୀତ ଭିଜିଲାନ୍ସ ବିଭାଗ ଶ୍ରୀ ରାଉତଙ୍କ ଏକ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଠାବ କରିଛି। ଏହି ଆକାଉଣ୍ଟ ଭୁବନେଶ୍ବରସ୍ଥିତ ଇଣ୍ଡସ୍‌ଇଣ୍ଡ ଶାଖାରୁ ଠାବ ହୋଇଛି। ଏହି ବ୍ୟାଙ୍କ ଆକାଉଣ୍ଟରେ ୨୦୧୯ ମସିହା ପରଠାରୁ ୨୬ ଲକ୍ଷ ୨୭ ହଜାର ଟଙ୍କା ଜମା ହୋଇଛି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋରରୁ ୯ଟି ସ୍ଥାନରେ ରେଡ ହୋଇଥିଲା । ରାତି ୧୦ଟାରେ ବାହିରିଥିଲେ ୯ ଜଣିଆ ଟିମ । ଟିମରେ ଥିଲେ ୪୦ ଜଣ ଅଫିସର । ପୈତୃକ ବାସଭବନ ଭଦ୍ରକର ବାହୁଦରଡା ଓ ନବରଙ୍ଗପୁରର ଦୁଇଟି ସରକାରୀ ବାସବଭନରୁ ୯୦ ଲକ୍ଷ ଟଙ୍କା ମିଳିଛି । ଗୋଟିଏ ଘରୁ ୭୭ ଲକ୍ଷ ମିଳିଥିବା ବେଳେ ଆଉ ଗୋଟିଏ ଘରର ଲକରରୁ ପ୍ରାୟ ୧୩ ଲକ୍ଷ ଟଙ୍କା ମିଳିଛି । ସେଠି ବି ଟଙ୍କା ଗଣି ଗଣିଆ ହାଲିଆ ଅଧିକାରୀ । ବାବୁ ଜଣଙ୍କ ଅଭ୍ୟାସଗତ ଲାଞ୍ଚଖୋର । ଚାକିରି କଲା ଦିନରୁ ଦୁର୍ନିତିରେ ବୁଡି ରହିଛନ୍ତି । ୨୦୧୦ରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଥିଲେ । ୨୦୧୮ରେ ବି ସୁନ୍ଦରଗଡ ବିଶ୍ରା ବ୍ଳକରେ ବିଡିଓ ଥିବା ବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଜେଲ ଯାଇଥିଲେ । ତଥାପି ସୁଧୁରିନଥିଲେ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଭିଜିଲାନ୍ସ ଏବେ ତାଙ୍କ କ୍ୟାରିୟରର ଟ୍ରାକ ରେକର୍ଡକୁ ଯାଞ୍ଚ କରୁଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

23 Jun 2023 By The Sakala

ଉପଜିଲ୍ଲାପାଳଙ୍କ ଘରେ ଟଙ୍କାର ପାହାଡ଼ ଦେଖି ତାଜୁବ୍ ଭିଜିଲାନ୍ସ ଟିମ୍, ଜବତ ହେଲାଣି ୨ କୋଟି ୯୧ ଲକ୍ଷ ନଗଦ କ୍ୟାସ୍

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ନବରଙ୍ଗପୁରର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଉପଜିଲ୍ଲାପାଳଙ୍କ ଦୁଇଟି ଠିକଣାରୁ ଏପର୍ଯ୍ୟନ୍ତ ଜବତ ହେଲାଣି ନଗଦ ୨,୯୧,୯୩,୮୦୦ ଟଙ୍କା। ପ୍ରଶାନ୍ତ କୁମାର ରାଉତଙ୍କ ଘରେ ବିଡା ବିଡା ଟଙ୍କା ଦେଖି ତାଜୁବ୍ ଭିଜିଲାନ୍ସ ଟିମ୍। ପେଟି ଖୋଲୁଲେ ବାହାରୁଛି ଖାଲି ଟଙ୍କା । ଭୁବନେଶ୍ବର ଓ ନବରଂଗପୁରରୁ ଜବତ ହୋଇଥିବା ନଗଦ ଟଙ୍କା ମେସିନ ସାହାଯ୍ୟରେ ଗଣତି ପରେ ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏତଦ୍‌ ବ୍ୟତୀତ ଭିଜିଲାନ୍ସ ବିଭାଗ ଶ୍ରୀ ରାଉତଙ୍କ ଏକ ବେନାମୀ ବ୍ୟାଙ୍କ ଆକାଉଣ୍ଟ ଠାବ କରିଛି। ଏହି ଆକାଉଣ୍ଟ ଭୁବନେଶ୍ବରସ୍ଥିତ ଇଣ୍ଡସ୍‌ଇଣ୍ଡ ଶାଖାରୁ ଠାବ ହୋଇଛି। ଏହି ବ୍ୟାଙ୍କ ଆକାଉଣ୍ଟରେ ୨୦୧୯ ମସିହା ପରଠାରୁ ୨୬ ଲକ୍ଷ ୨୭ ହଜାର ଟଙ୍କା ଜମା ହୋଇଛି।

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋରରୁ ୯ଟି ସ୍ଥାନରେ ରେଡ ହୋଇଥିଲା । ରାତି ୧୦ଟାରେ ବାହିରିଥିଲେ ୯ ଜଣିଆ ଟିମ । ଟିମରେ ଥିଲେ ୪୦ ଜଣ ଅଫିସର । ପୈତୃକ ବାସଭବନ ଭଦ୍ରକର ବାହୁଦରଡା ଓ ନବରଙ୍ଗପୁରର ଦୁଇଟି ସରକାରୀ ବାସବଭନରୁ ୯୦ ଲକ୍ଷ ଟଙ୍କା ମିଳିଛି । ଗୋଟିଏ ଘରୁ ୭୭ ଲକ୍ଷ ମିଳିଥିବା ବେଳେ ଆଉ ଗୋଟିଏ ଘରର ଲକରରୁ ପ୍ରାୟ ୧୩ ଲକ୍ଷ ଟଙ୍କା ମିଳିଛି । ସେଠି ବି ଟଙ୍କା ଗଣି ଗଣିଆ ହାଲିଆ ଅଧିକାରୀ । ବାବୁ ଜଣଙ୍କ ଅଭ୍ୟାସଗତ ଲାଞ୍ଚଖୋର । ଚାକିରି କଲା ଦିନରୁ ଦୁର୍ନିତିରେ ବୁଡି ରହିଛନ୍ତି । ୨୦୧୦ରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଥିଲେ । ୨୦୧୮ରେ ବି ସୁନ୍ଦରଗଡ ବିଶ୍ରା ବ୍ଳକରେ ବିଡିଓ ଥିବା ବେଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଜେଲ ଯାଇଥିଲେ । ତଥାପି ସୁଧୁରିନଥିଲେ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ଭିଜିଲାନ୍ସ ଏବେ ତାଙ୍କ କ୍ୟାରିୟରର ଟ୍ରାକ ରେକର୍ଡକୁ ଯାଞ୍ଚ କରୁଛି ।

https://www.thesakala.in/latest-odisha-news/additional-sub-collector-prasanta-rout-in-vigilance-radar-cash-worht-2-91-lakh-seized/article-22881
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର