ମହଙ୍ଗା ପଡିଲା ଦଳୀୟ କର୍ମୀଙ୍କୁ କ୍ରମାଗତଭାବେ ଅବହେଳା କରିବା, ଖୋର୍ଦ୍ଧାରେ ସାଂସଦ ଅପରାଜିତାଙ୍କୁ ବିଜେପି କର୍ମୀଙ୍କ ଜୋରଦାର ବିରୋଧ
ଖୋର୍ଦ୍ଧା: ପୁଣିଥରେ ବିଜେପି କର୍ମୀଙ୍କ ପୁଞ୍ଜିଭୂତ ଅସନ୍ତୋଷର ଶିକାର ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଓଳସିଂ ଗ୍ରାମକୁ ଯାଇଥିବାବେଳେ ଦଳୀୟ କର୍ମୀମାନେ ରାସ୍ତାରେ ପଥର ଥୋଇ ତାଙ୍କର ରାସ୍ତା ଅବରୋଧ କରିଛନ୍ତି । ‘ଗୋ ବ୍ୟାକ୍ ବିହାରୀ ଅପରାଜିତା’ ନାରା ଦେଇ ଚାରି ବର୍ଷ ହେଲା କୁଆଡେ ଯାଇଥିଲ ବୋଲି କହିବା ସହ ସାଂସଦଙ୍କୁ ଜୋରଦାର ବିରୋଧ କରିଥିଲେ ଦଳୀୟ କର୍ମୀ ଓ […]
ଖୋର୍ଦ୍ଧା: ପୁଣିଥରେ ବିଜେପି କର୍ମୀଙ୍କ ପୁଞ୍ଜିଭୂତ ଅସନ୍ତୋଷର ଶିକାର ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଓଳସିଂ ଗ୍ରାମକୁ ଯାଇଥିବାବେଳେ ଦଳୀୟ କର୍ମୀମାନେ ରାସ୍ତାରେ ପଥର ଥୋଇ ତାଙ୍କର ରାସ୍ତା ଅବରୋଧ କରିଛନ୍ତି । ‘ଗୋ ବ୍ୟାକ୍ ବିହାରୀ ଅପରାଜିତା’ ନାରା ଦେଇ ଚାରି ବର୍ଷ ହେଲା କୁଆଡେ ଯାଇଥିଲ ବୋଲି କହିବା ସହ ସାଂସଦଙ୍କୁ ଜୋରଦାର ବିରୋଧ କରିଥିଲେ ଦଳୀୟ କର୍ମୀ ଓ କର୍ମକର୍ତ୍ତାମାନେ । ଦଳୀୟ କର୍ମୀଙ୍କ ପ୍ରବଳ ବିରୋଧ ଓ ପ୍ରଶ୍ନବାଣର ସମ୍ମୁଖୀନ ହୋଇ ନ ପାରି ଶେଷରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ସେଠାରୁ ଫେରିଆସିବାକୁ ବାଧ୍ୟ ହୋଇଛନ୍ତି । ସାଂସଦଙ୍କ ସାଥୀରେ ଥିବା ବିଜେପି ଜିଲ୍ଲା ସଭାପତି ରଶ୍ମି ରଂଜନ ମହାପାତ୍ର ମଧ୍ୟ ସେଠାରୁ ଫେରିଯାଇଥିଲେ ।
ସୂଚନା ଅନୁସାରେ, ଶନିବାର ସନ୍ଧ୍ୟାରେ ଓଳସିଂ ଗ୍ରାମରେ ଅପରାଜିତା ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ରଙ୍କ ସହ ଏକ ଦଳୀୟ କର୍ମୀ ସମ୍ମିଳନୀରେ ଯୋଗଦେବାକୁ ଯାଇଥିଲେ । ମାତ୍ର ଅପରାଜିତା ପହଞ୍ଚିବା ବେଳକୁ ବଡପୋଖରୀଆ ମଣ୍ଡଳ ସଭାପତି ବିପିନ ପାଲଟାସିଂ, ୯ନଂ ଜୋନ ବିଜେପି ଜିଲା ପରିଷଦ ପ୍ରାର୍ଥୀ ଆଶିଷ ଅରିଶଲଙ୍କ ନେତୃତ୍ୱରେ ବହୁ ଦଳୀୟ କର୍ମୀ ତାଙ୍କୁ ବିରୋଧ କରିଥିଲେ । ରାସ୍ତା ଉପରେ ପଥର ପକାଇ ତାଙ୍କ ଗାଡ଼ିକୁ ଆଗକୁ ଯିବାକୁ ଦେଇ ନ ଥିଲେ । ଫଳରେ ଅପରାଜିତା ବାଧ୍ୟ ହୋଇ ଗାଡିରୁ ଓହ୍ଳାଇ ଚାଲିଚାଲି ଯାଇ ଜଣକ ବାରଣ୍ଡାରେ ବସିଥିଲେ । ମାତ୍ର ସେଠାରେ ମଧ୍ୟ କର୍ମୀମାନେ ତାଙ୍କୁ ବେଢ଼ି ଯାଇ ଚାରି ବର୍ଷ ପରେ କୁଆଡ଼େ ଆସିଲେ ବୋଲି ପ୍ରଶ୍ନ କରିଥିଲେ । ନିଜସ୍ୱ ସଙ୍ଗଠନ ଗଢ଼ିବାକୁ ଯାଇ ଦଳରେ ଫାଟ ସୃଷ୍ଟି କରିବା, ଦଳୀୟ କର୍ମୀଙ୍କୁ କ୍ରମାଗତ ଭାବରେ ଅବହେଳା କରିବା ନେଇ ସେମାନେ ଅଭିଯୋଗ କରିଥିଲେ । ଏପରିକି ତୁରନ୍ତ ଗାଁ ଛାଡ଼ି ଚାଲି ନ ଗଲେ ପରିସ୍ଥିତି ଖରାପ ହେବ ବୋଲି କିଛି କର୍ମୀ ସାଂସଦଙ୍କୁ ଚେତାବନୀ ଦେଇଥିଲେ ।
ଏହି ସମୟରେ କିଛି କର୍ମୀ ‘ବିହାରୀ ଅପରାଜିତା ଗୋ ବ୍ୟାକ୍’ ଓ ‘ଖୋର୍ଦ୍ଧା ବିଜେପି ହତ୍ୟାକାରୀ ଅପରାଜିତା ଗୋ ବ୍ୟାକ୍’ ଆଦି ସ୍ଲୋଗାନ ଦେଇଥିଲେ । କାହିଁକି ସେମାନଙ୍କୁ ଦଳୀୟ ବୈଠକୁ ଡକାଯାଇନାହିଁ ବୋଲି ପ୍ରଶ୍ନ କରିବା ସହ ଆଗାମୀ ଦିନରେ ଭୋଟରେ ଏହାର ଜବାବ ମିଳିବ ବୋଲି କର୍ମୀମାନେ ରୋକଠୋକ୍ କହିଥିଲେ । ଏପରିକି ଚାରି ବର୍ଷ ପରେ କାହିଁକି କର୍ମୀଙ୍କ କଥା ମନେ ପଡ଼ିଲା ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ଏପରି ଏକ ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହେବେ ବୋଲି ଅପରାଜିତା କେବେ କଳ୍ପନା କରି ନ ଥିଲେ, ଶେଷରେ ଅନନ୍ୟୋପାୟ ହୋଇ ଜିଲ୍ଲା ସଭାପତି ଶ୍ରୀ ମହାପାତ୍ରଙ୍କ ସହ ସେଠାରୁ ପଳାୟନ କରିଥିଲେ ।
କେବଳ ଓଳସିଂ ନୁହେଁ, ପୂର୍ବରୁ ବେଗୁନିଆ ନିର୍ବାଚନମଣ୍ଡଳୀରେ ମଧ୍ୟ ଅପରାଜିତାଙ୍କୁ ବିରୋଧ କରାଯାଇଥିଲା । ଏପରିକି ମଣ୍ଡଳ ସଭାପତିମାନେ ଏକାଠି ହୋଇ ଅପରାଜିତାଙ୍କ ବେଗୁନିଆ ପ୍ରବେଶକୁ ବିରୋଧ କରିଥିଲେ । ଅପରାଜିତାଙ୍କ ଦଳ ବିରୋଧୀ କାର୍ଯ୍ୟ ବିରୋଧରେ ରାଜ୍ୟ ବିଜେପି ସଭାପତି ଓ ରାଷ୍ଟ୍ରୀୟ ସଭାପତିଙ୍କୁ ମଣ୍ଡଳ ମୁଖ୍ୟମାନେ ଚିଠି ଲେଖିଥିଲେ । ସାଂସଦ ଅପରାଜିତା ଦଳ ଓ ସଙ୍ଗଠନ ବୃଦ୍ଧି କରିବା ପରିବର୍ତ୍ତେ ଦଳକୁ ଖଣ୍ଡଖଣ୍ଡ କରୁଥିବା ମଧ୍ୟ ସେମାନେ ଅଭିଯୋଗ କରିଥିଲେ ।