ମାର୍ଚ୍ଚ ସୁଦ୍ଧା ୪୦ ଛୁଇଁବ ପାରା

The Sakala Picture
Published On

ଭୁବନେଶ୍ୱର: ଗତ କିଛି ଦିନ ହେଲା ସାରା ରାଜ୍ୟରେ ତାପମାତ୍ରା ବଢ଼ୁ ଥିବା ବେଳେ ଆଉ ସପ୍ତାହେ ପର୍ଯ୍ୟନ୍ତ ଏହି ଧାରା ଅବ୍ୟାହତ ରହିବ ଏବଂ ମାର୍ଚ୍ଚ ୧ ତାରିଖ ସୁଦ୍ଧା ସର୍ବାଧିକ ତାପମାତ୍ରା ରେକର୍ଡ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ହସ୍ତଗତ ସୂଚନା ଅନୁସାରେ ଗତ ୨୧ ତାରିଖରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ଉପର ମୁହାଁ ହୋଇ ରହିଛି। ରାତି ଅପେକ୍ଷା ଦିନ ବେଳା ତାପମାତ୍ରା ଅଧିକ ରହୁଛି। ଆସନ୍ତା […]

ଭୁବନେଶ୍ୱର: ଗତ କିଛି ଦିନ ହେଲା ସାରା ରାଜ୍ୟରେ ତାପମାତ୍ରା ବଢ଼ୁ ଥିବା ବେଳେ ଆଉ ସପ୍ତାହେ ପର୍ଯ୍ୟନ୍ତ ଏହି ଧାରା ଅବ୍ୟାହତ ରହିବ ଏବଂ ମାର୍ଚ୍ଚ ୧ ତାରିଖ ସୁଦ୍ଧା ସର୍ବାଧିକ ତାପମାତ୍ରା ରେକର୍ଡ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ହସ୍ତଗତ ସୂଚନା ଅନୁସାରେ ଗତ ୨୧ ତାରିଖରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ଉପର ମୁହାଁ ହୋଇ ରହିଛି। ରାତି ଅପେକ୍ଷା ଦିନ ବେଳା ତାପମାତ୍ରା ଅଧିକ ରହୁଛି। ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ନାହିଁ। ମାର୍ଚ୍ଚ ପହିଲା ବେଳକୁ ପାରଦ ସର୍ବୋଚ୍ଚ ସ୍ଥାନରେ ପହଞ୍ଚିବା ସମ୍ଭାବନା ଅଛି। କିଛି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‍ରୁ ଅଧିକ ରହିପାରେ। ତେବେ ଉତ୍ତର ଓଡ଼ିଶାରେ ତାପମାତ୍ରା ଅପେକ୍ଷାକୃତ କମ୍‍ ରହିବ। ଚଳିତ ବର୍ଷ ଶୀଘ୍ର ତାତି ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ପାଣିପାଗ ବିଶେଷଜ୍ଞ ଡଃ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ବର୍ତ୍ତମାନ ପାକିସ୍ତାନରୁ ଉତ୍ତର ପଶ୍ଚିମ ଭାରତ ଓ କେନ୍ଦ୍ରୀୟ ଭାରତ ଦେଇ ଓଡ଼ିଶାକୁ ପନବ ବହୁଛି। ପବନ ପ୍ରବାହିତ ହେବାର ଏହି ଦିଗ ଅପରିବର୍ତ୍ତିତ ରହିବ ବୋଲି ପାଣିପାଗ ମଡେଲରୁ ଜଣାପଡ଼ୁଛି। ଫଳରେ ମଧ୍ୟପ୍ରଦେଶ, ଛତିଶଗଡ଼, ବିଦର୍ଭ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ସମେତ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ଅଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବା ସହ ଆକାଶ ମେଘମୁକ୍ତ ରହିବ। ଆସନ୍ତା ୨୬ ତାରିଖରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍‍ ଅତିକ୍ରମ କରି ମାର୍ଚ୍ଚ ୧ ବେଳକୁ ୪୦ ଡିଗ୍ରୀରେ ପହଞ୍ଚିପାରେ। ଅନୁଗୁଳ, ତାଳଚେର, ଟିଟିଲାଗଡ଼, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଭବାନୀପାଟଣା, ନୟାଗଡ଼ ଓ ମାଲକାନଗିରିରେ ମାର୍ଚ୍ଚ ୧ ବେଳକୁ ପାରଦ ୪୦ ଡିଗ୍ରୀରେ ପହଞ୍ଚିବ ଏବଂ ପରବର୍ତ୍ତି ତିନି ଦିନ ପର୍ଯ୍ୟନ୍ତ ସ୍ଥିତି ଅପରିବର୍ତ୍ତିତ ରହିବା ସମ୍ଭାବନା ଅଛି। ତେବେ ଫେବୃଆରୀ ଶେଷ ପର୍ଯ୍ୟନ୍ତ ରାତି ବେଳା ଥଣ୍ଡା ଅଧିକ ରହିବ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର