ଆଜିଠୁ ଅଣସର ସେବା: ଦର୍ଶନଦେବେ ପଟିଦିଅଁ, ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼

The Sakala Picture
Published On

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତଥା ନିଜ ଜନ୍ମତିଥିରେ ରତ୍ନବେଦୀରୁ ଓହ୍ଲାଇ ଆସି ଦୁର୍ଲଭ ହାତୀବେଶରେ ଦର୍ଶନ ଦେଇଛନ୍ତି ମହାବାହୁ। ସ୍ନାନବେଦୀରେ ଦାରୁବିଗ୍ରହଙ୍କ ଗଜାନନ ବା ହାତୀବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତ। ସ୍ନାନମଣ୍ଡପରେ ୧୦୮ ଗଡ଼ୁ ଅଭିମନ୍ତ୍ରିତ ଜଳରେ ପ୍ରତ୍ୟକ୍ଷ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ବିଶ୍ୱନିୟନ୍ତା। ବିଳମ୍ବିତ ରାତିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଉପଶମ ପାଇଁ ଆରମ୍ଭ ହେବ ଉପଚାର। ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଆଜିଠାରୁ […]

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତଥା ନିଜ ଜନ୍ମତିଥିରେ ରତ୍ନବେଦୀରୁ ଓହ୍ଲାଇ ଆସି ଦୁର୍ଲଭ ହାତୀବେଶରେ ଦର୍ଶନ ଦେଇଛନ୍ତି ମହାବାହୁ। ସ୍ନାନବେଦୀରେ ଦାରୁବିଗ୍ରହଙ୍କ ଗଜାନନ ବା ହାତୀବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତ। ସ୍ନାନମଣ୍ଡପରେ ୧୦୮ ଗଡ଼ୁ ଅଭିମନ୍ତ୍ରିତ ଜଳରେ ପ୍ରତ୍ୟକ୍ଷ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ବିଶ୍ୱନିୟନ୍ତା। ବିଳମ୍ବିତ ରାତିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଉପଶମ ପାଇଁ ଆରମ୍ଭ ହେବ ଉପଚାର। ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଆଜିଠାରୁ ଆରମ୍ଭ କରିବେ ଗୁପ୍ତସେବା।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବା ପରେ ଜ୍ୱରରେ ପଡ଼ି ଅଣସର ଘରକୁ ବିଜେ କରିଛନ୍ତି ମହାପ୍ରଭୁ। ଆଜି ଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଅଣସର ବିଧି। ବିଭିନ୍ନ ଉପଚାରରେ ତାଙ୍କ ସେବା କରାଯିବ। ଏହି ସମୟରେ ରତ୍ନସିଂହାସନରେ ଦାରୁବିଗ୍ରହଙ୍କ ଦର୍ଶନ ମିଳିବନି। ଅଣସର ତାଟିରେ ରହି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ପଟିଦିଅଁ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ରବିବାର ସ୍ନାନବେଦୀରେ ସ୍ନାନ ନୀତି ସମ୍ପନ୍ନ ପରେ ବିଳମ୍ବିତ ରାତିରେ ଅଣସର ପିଣ୍ଡିକୁ ବାହୁଡା ବିଜେ କରିଥିଲେ ଠାକୁର। ଏହାପରେ କୋଠସୁଆଁସିଆମାନେ ଭିତରକୁ ଯାଇ ଭିତରକାଠ ନିକଟରେ ତାଟି ବାନ୍ଧିବେ। ତାଟିରେ ପଟିଦିଅଁଙ୍କୁ ରୁନ୍ଧା ଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ ରୂପରେ, ଦେବୀ ସୁଭଦ୍ରା ଭୂବନେଶ୍ୱରୀ ରୂପେ ଏବଂ ଶ୍ରୀବଳଭଦ୍ର ଅନନ୍ତ ବାସୁଦେବ ଭାବେ ମହାଅଣସର ପଟିରେ ସ୍ଥାନିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଅନନ୍ତ ନାରାୟଣ, ଅନନ୍ତ ବାସୁବେ, ଭୁବନେଶ୍ୱରୀ, ଦୋଳଗୋବିନ୍ଦ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ, କୃଷ୍ଣ ଓ ନୃସିଂହ ଅଣସର ତାଟି ସମ୍ମୁଖରେ ରହି ପୂଜା ପାଇବେ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଊକ୍ତମାନେ ଏହି ସମୟରେ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି । ଆଜିଠାରୁ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୋରରୁ ଦ୍ବାର ଫିଟା, ମଙ୍ଗଳ ଆଳତି, ତଡପଲାଗି ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଏହି ଦର୍ଶନ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ଚାଲିବ । ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂର୍ଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି ।

05 Jun 2023 By The Sakala

ଆଜିଠୁ ଅଣସର ସେବା: ଦର୍ଶନଦେବେ ପଟିଦିଅଁ, ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତଥା ନିଜ ଜନ୍ମତିଥିରେ ରତ୍ନବେଦୀରୁ ଓହ୍ଲାଇ ଆସି ଦୁର୍ଲଭ ହାତୀବେଶରେ ଦର୍ଶନ ଦେଇଛନ୍ତି ମହାବାହୁ। ସ୍ନାନବେଦୀରେ ଦାରୁବିଗ୍ରହଙ୍କ ଗଜାନନ ବା ହାତୀବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତ। ସ୍ନାନମଣ୍ଡପରେ ୧୦୮ ଗଡ଼ୁ ଅଭିମନ୍ତ୍ରିତ ଜଳରେ ପ୍ରତ୍ୟକ୍ଷ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ବିଶ୍ୱନିୟନ୍ତା। ବିଳମ୍ବିତ ରାତିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଉପଶମ ପାଇଁ ଆରମ୍ଭ ହେବ ଉପଚାର। ଶ୍ରୀଅଙ୍ଗ ଲାଗି ସେବକ ଦଇତାପତିମାନେ ଆଜିଠାରୁ ଆରମ୍ଭ କରିବେ ଗୁପ୍ତସେବା।

ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବା ପରେ ଜ୍ୱରରେ ପଡ଼ି ଅଣସର ଘରକୁ ବିଜେ କରିଛନ୍ତି ମହାପ୍ରଭୁ। ଆଜି ଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଅଣସର ବିଧି। ବିଭିନ୍ନ ଉପଚାରରେ ତାଙ୍କ ସେବା କରାଯିବ। ଏହି ସମୟରେ ରତ୍ନସିଂହାସନରେ ଦାରୁବିଗ୍ରହଙ୍କ ଦର୍ଶନ ମିଳିବନି। ଅଣସର ତାଟିରେ ରହି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ପଟିଦିଅଁ।

ରବିବାର ସ୍ନାନବେଦୀରେ ସ୍ନାନ ନୀତି ସମ୍ପନ୍ନ ପରେ ବିଳମ୍ବିତ ରାତିରେ ଅଣସର ପିଣ୍ଡିକୁ ବାହୁଡା ବିଜେ କରିଥିଲେ ଠାକୁର। ଏହାପରେ କୋଠସୁଆଁସିଆମାନେ ଭିତରକୁ ଯାଇ ଭିତରକାଠ ନିକଟରେ ତାଟି ବାନ୍ଧିବେ। ତାଟିରେ ପଟିଦିଅଁଙ୍କୁ ରୁନ୍ଧା ଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ ରୂପରେ, ଦେବୀ ସୁଭଦ୍ରା ଭୂବନେଶ୍ୱରୀ ରୂପେ ଏବଂ ଶ୍ରୀବଳଭଦ୍ର ଅନନ୍ତ ବାସୁଦେବ ଭାବେ ମହାଅଣସର ପଟିରେ ସ୍ଥାନିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଅନନ୍ତ ନାରାୟଣ, ଅନନ୍ତ ବାସୁବେ, ଭୁବନେଶ୍ୱରୀ, ଦୋଳଗୋବିନ୍ଦ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ, କୃଷ୍ଣ ଓ ନୃସିଂହ ଅଣସର ତାଟି ସମ୍ମୁଖରେ ରହି ପୂଜା ପାଇବେ।

ଊକ୍ତମାନେ ଏହି ସମୟରେ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି । ଆଜିଠାରୁ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୋରରୁ ଦ୍ବାର ଫିଟା, ମଙ୍ଗଳ ଆଳତି, ତଡପଲାଗି ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଏହି ଦର୍ଶନ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ଚାଲିବ । ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂର୍ଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର