ଆଜି ମିଳିବ ‘କାଳିଆ ସହାୟତା’ ରାଶି

The Sakala Picture
Published On

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ଅକ୍ଷୟ ତୃତୀୟ ଏବଂ କୃଷକ ଦିବସ ଅବସରରେ ଶୁକ୍ରବାର ରାଜ୍ୟର ଚାଷୀମାନଙ୍କୁ କାଳିଆ ସହାୟତା ରାଶି ପ୍ରଦାନ କରିବେ। ଖରିଫ-୨୦୨୧ ଫସଲ ବାବଦ ସହାୟତାରେ ଏହି ରାଶି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଶୁକ୍ରବାର ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ଏହି ସହାୟତା ପ୍ରଦାନ କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। ଚଳିତ ଥର ପାଖାପାଖି ୯୨୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। […]

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ଅକ୍ଷୟ ତୃତୀୟ ଏବଂ କୃଷକ ଦିବସ ଅବସରରେ ଶୁକ୍ରବାର ରାଜ୍ୟର ଚାଷୀମାନଙ୍କୁ କାଳିଆ ସହାୟତା ରାଶି ପ୍ରଦାନ କରିବେ। ଖରିଫ-୨୦୨୧ ଫସଲ ବାବଦ ସହାୟତାରେ ଏହି ରାଶି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଶୁକ୍ରବାର ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ଏହି ସହାୟତା ପ୍ରଦାନ କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। ଚଳିତ ଥର ପାଖାପାଖି ୯୨୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ବିଭିନ୍ନ କାରଣରୁ ସ୍ଥଗିତ ଥିବା ସହାୟତା ରାଶି ମଧ୍ୟ ଚାଷୀକୂଳଙ୍କୁ ମିଳିବ ବୋଲି ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ଦିନରେ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇଥିଲା। ହେଲେ ସେହି ସମୟରେ ପିପିଲି ଉପନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାରୁ ନିର୍ବାଚନ ଆଚରଣ ବିଧି ବଳବତ୍ତର ରହିଥିଲା। ତେଣୁ ପିପିଲି ନିର୍ବାଚନ ମଣ୍ଡଳୀ ସମେତ ପୁରୀ ଜିଲ୍ଲା ହିତାଧିକାରୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇ ନ ଥିଲା। କରୋନା କାରଣରୁ ନିର୍ବାଚନ ସ୍ଥଗିତ ରହିଛି। ଏଥିସହିତ ଲାଗୁ ହୋଇଥିବା ଆଚରଣ ବିଧି ମଧ୍ୟ ପ୍ରତ୍ୟାହାର ହୋଇଯାଇଛି। ତେଣୁ ପୁରୀ ଜିଲ୍ଲାର ହିତାଧିକାରୀ ପୂର୍ବ ବକେୟା ରାଶି ପାଇବେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

14 May 2021 By The Sakala

ଆଜି ମିଳିବ ‘କାଳିଆ ସହାୟତା’ ରାଶି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ଅକ୍ଷୟ ତୃତୀୟ ଏବଂ କୃଷକ ଦିବସ ଅବସରରେ ଶୁକ୍ରବାର ରାଜ୍ୟର ଚାଷୀମାନଙ୍କୁ କାଳିଆ ସହାୟତା ରାଶି ପ୍ରଦାନ କରିବେ। ଖରିଫ-୨୦୨୧ ଫସଲ ବାବଦ ସହାୟତାରେ ଏହି ରାଶି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଶୁକ୍ରବାର ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ଏହି ସହାୟତା ପ୍ରଦାନ କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। ଚଳିତ ଥର ପାଖାପାଖି ୯୨୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ବିଭିନ୍ନ କାରଣରୁ ସ୍ଥଗିତ ଥିବା ସହାୟତା ରାଶି ମଧ୍ୟ ଚାଷୀକୂଳଙ୍କୁ ମିଳିବ ବୋଲି ଜଣାପଡ଼ିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ଦିନରେ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇଥିଲା। ହେଲେ ସେହି ସମୟରେ ପିପିଲି ଉପନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାରୁ ନିର୍ବାଚନ ଆଚରଣ ବିଧି ବଳବତ୍ତର ରହିଥିଲା। ତେଣୁ ପିପିଲି ନିର୍ବାଚନ ମଣ୍ଡଳୀ ସମେତ ପୁରୀ ଜିଲ୍ଲା ହିତାଧିକାରୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇ ନ ଥିଲା। କରୋନା କାରଣରୁ ନିର୍ବାଚନ ସ୍ଥଗିତ ରହିଛି। ଏଥିସହିତ ଲାଗୁ ହୋଇଥିବା ଆଚରଣ ବିଧି ମଧ୍ୟ ପ୍ରତ୍ୟାହାର ହୋଇଯାଇଛି। ତେଣୁ ପୁରୀ ଜିଲ୍ଲାର ହିତାଧିକାରୀ ପୂର୍ବ ବକେୟା ରାଶି ପାଇବେ ବୋଲି କୁହାଯାଉଛି।

https://www.thesakala.in/latest-odisha-news/kalia-sahayata-amount-will-be-available-today/article-2170
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର