ଭିଡିଓ କରିବା ପରେ ଆତ୍ମହତ୍ୟା କଲେ ବଡି ବିଲ୍ଡର, ଭିଡିଓରେ କହିଲେ ଆତ୍ମହତ୍ୟା ପାଇଁ କେଉଁମାନେ ଦାୟୀ

The Sakala Picture
Published On

ବାଲିପାଟଣା: ଭିଡିଓ କରି ଆତ୍ମହତ୍ୟା କରିଛନ୍ତି ଜଣେ ବଡି ବିଲ୍ଡର। ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ହେଲେ ବାଲିପାଟଣା ଥାନା ବନମାଳୀପୁର ଭାକର ସାହି ପଞ୍ଚାୟତ ବିଶ୍ୱାଳ ସାହିର ରଶ୍ମୀ ରଞ୍ଜନ ବିଶ୍ୱାଳ(୨୪)। ସେ ବନମାଳୀପୁର ବଜାର ଠାରେ ଏକ ଜିମ୍‌‌ ସେଣ୍ଟର କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ ପ୍ରସ୍ତୁତ କରି ଜଣେ ଘରୋଇ ବ୍ୟାଙ୍କର ମହିଳା ରିଜିଓନାଲ୍‌‌ ମ୍ୟାନେଜର, ତାଙ୍କ ପିତା ଏବଂ ଭାଇଙ୍କୁ ତାଙ୍କ ଆତ୍ମହତ୍ୟାର କାରଣ ବୋଲି କହିଛନ୍ତି। ଭିଡିଓରେ […]

ବାଲିପାଟଣା: ଭିଡିଓ କରି ଆତ୍ମହତ୍ୟା କରିଛନ୍ତି ଜଣେ ବଡି ବିଲ୍ଡର। ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ହେଲେ ବାଲିପାଟଣା ଥାନା ବନମାଳୀପୁର ଭାକର ସାହି ପଞ୍ଚାୟତ ବିଶ୍ୱାଳ ସାହିର ରଶ୍ମୀ ରଞ୍ଜନ ବିଶ୍ୱାଳ(୨୪)। ସେ ବନମାଳୀପୁର ବଜାର ଠାରେ ଏକ ଜିମ୍‌‌ ସେଣ୍ଟର କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ ପ୍ରସ୍ତୁତ କରି ଜଣେ ଘରୋଇ ବ୍ୟାଙ୍କର ମହିଳା ରିଜିଓନାଲ୍‌‌ ମ୍ୟାନେଜର, ତାଙ୍କ ପିତା ଏବଂ ଭାଇଙ୍କୁ ତାଙ୍କ ଆତ୍ମହତ୍ୟାର କାରଣ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗରେ ନବୀନଙ୍କ କଡ଼ା ସମାଲୋଚନା: ଓଡ଼ିଶାର ନ୍ୟାଯ୍ୟ ଅଧିକାର ସହ ସାଲିସ୍‌ କରିଛି ରାଜ୍ୟ ବିଜେପି

ଭିଡିଓରେ କହିଛନ୍ତି ଯେ ‘ମୋ ନାଁ ରଶ୍ମୀରଞ୍ଜନ ବିଶ୍ୱାଳ। ମୋ ଘର ଭାକରସାହି ବନମାଳୀପୁର ଖୋର୍ଦ୍ଧା। ମୋତେ ଏଠି କିଛି ଲୋକ ମାରିବାକୁ ଚେଷ୍ଟା କରୁଛନ୍ତି। ମୋ ପରିବାରର ସତ୍ୟରଞ୍ଜନ ବିଶ୍ୱାଳ, ସ୍ମୃତି ରଞ୍ଜନ ବିଶ୍ୱାଳ ଏବଂ ଆଇସିଆଇସିଆଇ ବ୍ୟାଙ୍କର ଆର୍‌‌ଏମ୍‌‌ ସ୍ୱର୍ଣ୍ଣଲତା ସାହୁ ମୁଖ୍ୟ। ମୋ ମୃତ୍ୟୁପଛର କାରଣ ସମସ୍ତେ ଜାଣିବା ଦରକାର, ସେମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଆବଶ୍ୟକ, ମୁଁ ଜାଣିଛି ମୋତେ ଆଜି ରାତିରେ ମାରି ଦିଆଯିବ। ସରକାର ସେମାନଙ୍କୁ ନିଶ୍ଚିତ ଦଣ୍ଡ ଦେବେ, ଏଭଳି କିଛି ମୋବାଇଲ୍‌‌ ସାମ୍ନାରେ କହିବା ପରେ ରଶ୍ମୀରଞ୍ଜନଙ୍କର ସେହିଦିନ ରାତିରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: ନାବାଳିକାକୁ ପ୍ରେମ ବିବାହ କରିଥିଲେ, ପୋଲିସ ଗିରଫ ଭୟରେ ରଶିରେ ଝୁଲିପଡିଲେ ଯୁବକ !

ଶୁକ୍ରବାର ସକାଳେ ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହୁଥିବା ବେଳେ ମୃତ ରଶ୍ମୀରଞ୍ଜନଙ୍କ ମୃତ୍ୟଦେହକୁ ପରିବାର ଲୋକ ଯେଉଁଭଳି ତରବରିଆ ଭାବେ ପୋଡ଼ି ଦେଇଛନ୍ତି ତାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଆଜି ଏହି ଭିଡ଼ିଓଟି ଭାଇରାଲ୍‌‌ ହେବା ପରେ ଜୋନ୍‌‌ ୪- ଏସିପି ଶୁଭନାରାୟଣ ମୁଦୁଲି, ଥାନା ଅଧିକାରୀ ଓମ୍‌‌ ପ୍ରକାଶ ମହାନ୍ତି, ସବ୍‌‌ଇନ୍ସପେକ୍ଟର ରାକେଶ ସାମଲ ଏବଂ ସାଇଣ୍ଟିଫିକ୍‌‌ ଟିମ୍‌‌ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ। କିନ୍ତୁ କୌଣସି ପ୍ରମାଣ ନ ପାଇ ଫେରିଥିଲେ ଏବଂ ନିଜ ଆଡୁ ହତ୍ୟା ମାମଲା ରୁଜୁ କରିଥିବା ଏସିପି ଶ୍ରୀ ମୁଦୁଲି ସୂଚନା ଦେଇଛନ୍ତି। ଆଖ ପାଖ ଲୋକଙ୍କ ସୂଚନା ଅନୁଯାୟୀ ରଶ୍ମୀ ଧାର କରଜରେ ବୁଡ଼ି ଯାଇଥିଲେ। ତେଣୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

02 Apr 2023 By The Sakala

ଭିଡିଓ କରିବା ପରେ ଆତ୍ମହତ୍ୟା କଲେ ବଡି ବିଲ୍ଡର, ଭିଡିଓରେ କହିଲେ ଆତ୍ମହତ୍ୟା ପାଇଁ କେଉଁମାନେ ଦାୟୀ

ବାଲିପାଟଣା: ଭିଡିଓ କରି ଆତ୍ମହତ୍ୟା କରିଛନ୍ତି ଜଣେ ବଡି ବିଲ୍ଡର। ଆତ୍ମହତ୍ୟା କରିଥିବା ଯୁବକ ଜଣଙ୍କ ହେଲେ ବାଲିପାଟଣା ଥାନା ବନମାଳୀପୁର ଭାକର ସାହି ପଞ୍ଚାୟତ ବିଶ୍ୱାଳ ସାହିର ରଶ୍ମୀ ରଞ୍ଜନ ବିଶ୍ୱାଳ(୨୪)। ସେ ବନମାଳୀପୁର ବଜାର ଠାରେ ଏକ ଜିମ୍‌‌ ସେଣ୍ଟର କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ଏକ ଭିଡିଓ ପ୍ରସ୍ତୁତ କରି ଜଣେ ଘରୋଇ ବ୍ୟାଙ୍କର ମହିଳା ରିଜିଓନାଲ୍‌‌ ମ୍ୟାନେଜର, ତାଙ୍କ ପିତା ଏବଂ ଭାଇଙ୍କୁ ତାଙ୍କ ଆତ୍ମହତ୍ୟାର କାରଣ ବୋଲି କହିଛନ୍ତି।

ଭିଡିଓରେ କହିଛନ୍ତି ଯେ ‘ମୋ ନାଁ ରଶ୍ମୀରଞ୍ଜନ ବିଶ୍ୱାଳ। ମୋ ଘର ଭାକରସାହି ବନମାଳୀପୁର ଖୋର୍ଦ୍ଧା। ମୋତେ ଏଠି କିଛି ଲୋକ ମାରିବାକୁ ଚେଷ୍ଟା କରୁଛନ୍ତି। ମୋ ପରିବାରର ସତ୍ୟରଞ୍ଜନ ବିଶ୍ୱାଳ, ସ୍ମୃତି ରଞ୍ଜନ ବିଶ୍ୱାଳ ଏବଂ ଆଇସିଆଇସିଆଇ ବ୍ୟାଙ୍କର ଆର୍‌‌ଏମ୍‌‌ ସ୍ୱର୍ଣ୍ଣଲତା ସାହୁ ମୁଖ୍ୟ। ମୋ ମୃତ୍ୟୁପଛର କାରଣ ସମସ୍ତେ ଜାଣିବା ଦରକାର, ସେମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଆବଶ୍ୟକ, ମୁଁ ଜାଣିଛି ମୋତେ ଆଜି ରାତିରେ ମାରି ଦିଆଯିବ। ସରକାର ସେମାନଙ୍କୁ ନିଶ୍ଚିତ ଦଣ୍ଡ ଦେବେ, ଏଭଳି କିଛି ମୋବାଇଲ୍‌‌ ସାମ୍ନାରେ କହିବା ପରେ ରଶ୍ମୀରଞ୍ଜନଙ୍କର ସେହିଦିନ ରାତିରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି।

ଶୁକ୍ରବାର ସକାଳେ ସେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହୁଥିବା ବେଳେ ମୃତ ରଶ୍ମୀରଞ୍ଜନଙ୍କ ମୃତ୍ୟଦେହକୁ ପରିବାର ଲୋକ ଯେଉଁଭଳି ତରବରିଆ ଭାବେ ପୋଡ଼ି ଦେଇଛନ୍ତି ତାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଆଜି ଏହି ଭିଡ଼ିଓଟି ଭାଇରାଲ୍‌‌ ହେବା ପରେ ଜୋନ୍‌‌ ୪- ଏସିପି ଶୁଭନାରାୟଣ ମୁଦୁଲି, ଥାନା ଅଧିକାରୀ ଓମ୍‌‌ ପ୍ରକାଶ ମହାନ୍ତି, ସବ୍‌‌ଇନ୍ସପେକ୍ଟର ରାକେଶ ସାମଲ ଏବଂ ସାଇଣ୍ଟିଫିକ୍‌‌ ଟିମ୍‌‌ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ। କିନ୍ତୁ କୌଣସି ପ୍ରମାଣ ନ ପାଇ ଫେରିଥିଲେ ଏବଂ ନିଜ ଆଡୁ ହତ୍ୟା ମାମଲା ରୁଜୁ କରିଥିବା ଏସିପି ଶ୍ରୀ ମୁଦୁଲି ସୂଚନା ଦେଇଛନ୍ତି। ଆଖ ପାଖ ଲୋକଙ୍କ ସୂଚନା ଅନୁଯାୟୀ ରଶ୍ମୀ ଧାର କରଜରେ ବୁଡ଼ି ଯାଇଥିଲେ। ତେଣୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର