ଛାତ୍ର ସଂସଦ ନିର୍ବାଚନ: ବିଜେଡି ଛାତ୍ର ସଂଗଠନର ଉଲ୍ଲେଖନୀୟ ପ୍ରଦର୍ଶନ

Madhusudan Das Picture
Published On

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ପ୍ରାର୍ଥୀଙ୍କ ସଂଘର୍ଷମୟ ବିଜୟକୁ ପ୍ରଶଂସା କରିଛି ଦଳ। ନିର୍ବାଚନ ସମୟରେ କେତେକ ଶିକ୍ଷାନୁଷ୍ଠାନରେ ବିସିଜେଡି ପ୍ରାର୍ଥୀଙ୍କୁ ଦିଆଯାଇଥିବା ଧମକ, ହଇରାଣ ଓ ରାଜନୈତିକ ହସ୍ତକ୍ଷେପ ସତ୍ତ୍ବେ  ନିଷ୍ଠାର ସହ କାର୍ଯ୍ୟ କରିଥିବା ବିଜୁ ଛାତ୍ର ଜନତା ଦଳର ଛାତ୍ର ନେତା, ପ୍ରାର୍ଥୀ, କର୍ମୀ ଓ ସମର୍ଥକମାନଙ୍କୁ ଦଳ ଅଭିନନ୍ଦନ ଜଣାଇଛି।

ଆହୁରି ପଢ଼ନ୍ତୁ: ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଗର୍ଜିଲେ ନବୀନ ପଟ୍ଟନାୟକ; କହିଲେ 'ଡବଲ ଇଞ୍ଜିନ୍ ସରକାର ଓଡ଼ିଶାର ସୁନାମ ନଷ୍ଟ କରୁଛି'

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ ଯେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି ନିର୍ବାଚନରେ ବିସିଜେଡି ସମର୍ଥିତ ପ୍ରାର୍ଥୀ ବିଶ୍ୱଜିତ ସାହୁ ଓ ଉପସଭାପତି ପ୍ରାର୍ଥୀ ରାଜା ବିଶ୍ୱାଳଙ୍କ ବିଜୟ ପାଇଁ ବିଜେଡି ତାଙ୍କୁ ଅଭିନନ୍ଦନ ଜଣାଇଛି। ଏହି ବିଜୟ ଛାତ୍ରଛାତ୍ରୀଙ୍କ ଆସ୍ଥା ଓ ବିସିଜେଡି କର୍ମୀ ଏବଂ ସମର୍ଥକଙ୍କ ସାମୂହିକ ସଂକଳ୍ପର ଏକ ଉତ୍ସାହଜନକ ପ୍ରତିଫଳନ । ନିର୍ବାଚନ ସମୟରେ କେତେକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ହଇରାଣ କରିବା, ରାଜନୈତିକ ହସ୍ତକ୍ଷେପ କରି ନାମାଙ୍କନ ପ୍ରତ୍ୟାହାର ପାଇଁ ବାଧ୍ୟ କରାଯିବାକୁ ନେଇ ବିଜେଡି ଗଭୀର ଉଦବେଗ ପ୍ରକାଶ କରିଛି। ପ୍ରତ୍ୟେକ ଯୋଗ୍ୟ ଛାତ୍ରଛାତ୍ରୀ ଯେପରି କୌଣସି ଭୟ, ଭେଦଭାବ କିମ୍ୱା ବାହ୍ୟ ଚାପ ବିନା ନିର୍ବାଚନରେ ପ୍ରାର୍ଥୀ ହେବା ଓ ନିଜର ମତଦାନ ଅଧିକାର ପ୍ରୟୋଗ କରିବାର ସମାନ ସୁଯୋଗ ପାଇବେ, ତାହା ସୁନିଶ୍ଚିତ କରିବା ଉପରେ ବିଜେଡି ଗୁରୁତ୍ୱାରୋପ କରିଛି। ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିସିଜେଡି ସମର୍ଥିତ ପ୍ରାର୍ଥୀମାନେ ଉତ୍ସାହଜନକ ସଫଳତା ପ୍ରଦର୍ଶନ କରିଛନ୍ତି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱରସ୍ଥିତ କମଳା ନେହେରୁ ମହିଳା ମହାବିଦ୍ୟାଳୟ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ବିସିଜେଡି ପ୍ରାର୍ଥୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । 

ଆହୁରି ପଢ଼ନ୍ତୁ: ବଦଳିଲେ ୬ ରାଜ୍ୟର ରାଜ୍ୟପାଳ: ବ୍ରଜ ମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ

ସେ ଆହୁରି କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ସମସ୍ୟା ପ୍ରତି ସରକାରଙ୍କ ଆଭିମୁଖ୍ୟ ଏବଂ କେତେକ ଶିକ୍ଷାନୁଷ୍ଠାନରେ ନିର୍ବାଚନ ପରିଚାଳନାକୁ ନେଇ ଉଠିଥିବା ପ୍ରଶ୍ନ କ୍ୟାମ୍ପସରେ ଗଣତନ୍ତ୍ରର ସୁରକ୍ଷା ସମ୍ପର୍କରେ ଗମ୍ଭୀର ସନ୍ଦେହ ସୃଷ୍ଟି କରିଛି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥର ସୁରକ୍ଷା ଓ ରାଜ୍ୟରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ସରକାର ଠୋସ୍‌ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ହସ୍ତକ୍ଷେପର କୌଣସି ସ୍ଥାନ ନାହିଁ। ଛାତ୍ରଛାତ୍ରୀମାନେ ଯେପରି କୌଣସି ଭୟ କିମ୍ୱା ଚାପ ବିନା କ୍ୟାମ୍ପସ୍ର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ, ସେଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବା ଉଚିତ। ଓଡ଼ିଶାର ଛାତ୍ରଛାତ୍ରୀଙ୍କ ସ୍ୱରକୁ ସମ୍ମାନ ଦିଆଯାଉ ଏବଂ କ୍ୟାମ୍ପସରେ ରାଜନୈତିକ ହସ୍ତକ୍ଷେପ ବନ୍ଦ କରାଯାଉ। ଛାତ୍ରଛାତ୍ରୀଙ୍କ ଏକତା, ଦୃଢ଼ ସଂକଳ୍ପ ଓ ଗଣତାନ୍ତ୍ରିକ ମନୋଭାବ ଓଡ଼ିଶାର ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।

ଆହୁରି ପଢ଼ନ୍ତୁ: ସରିଲା ଛାତ୍ର ସଂସଦ ନିର୍ବାଚନ, ଆସିଲା ଫଳାଫଳ; କମଳା ନେହରୁ କଲେଜରେ BCJD ବିଜୟୀ, ବିଜେବି କଲେଜରେ ABVP

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର