କରୋନା ସଙ୍କଟବେଳେ ଉପରମୁଁହା ତୈଳଦର, ୪ ଦିନରେ ଡିଜେଲ ଏକ ଟଙ୍କା ମହଙ୍ଗା

The Sakala Picture
Published On

କରୋନା ସଂକ୍ରମଣ ଦିନକୁ ଦିନ ବଢିବା ସହିତ ତୈଳଦର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଶୁକ୍ରବାର ଲଗାତାର ଚତୁର୍ଥ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇ ୯୧ ଟଙ୍କା ୨୭ ପଇସାରେ ବିକ୍ରି ହେଉଛି । ସେହିଭଳି ଡିଜେଲ ଲିଟର ପିଛା ୩୧ ପଇସା ବଢ଼ି ୮୧ ଟଙ୍କା ୭୩ ପଇସାରେ ପହଞ୍ଚିଛି । […]

କରୋନା ସଂକ୍ରମଣ ଦିନକୁ ଦିନ ବଢିବା ସହିତ ତୈଳଦର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଶୁକ୍ରବାର ଲଗାତାର ଚତୁର୍ଥ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇ ୯୧ ଟଙ୍କା ୨୭ ପଇସାରେ ବିକ୍ରି ହେଉଛି । ସେହିଭଳି ଡିଜେଲ ଲିଟର ପିଛା ୩୧ ପଇସା ବଢ଼ି ୮୧ ଟଙ୍କା ୭୩ ପଇସାରେ ପହଞ୍ଚିଛି ।

ଆହୁରି ପଢ଼ନ୍ତୁ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଶିକ୍ଷକ ପଦୋନ୍ନତି ଦୁର୍ନୀତି ମାମଲା: ପଦୋନ୍ନତି ତାଲିକା ବାତିଲ ଓ ନିର୍ଦ୍ଦେଶକଙ୍କ ନିଲମ୍ୱନ ଦାବି କଲା ବିଜେଡି

ଓଡ଼ିଶାରେ ମଧ୍ୟ ତୈଳଦର ବଢ଼ିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ପେଟ୍ରୋଲ ଦର ୯୦ ଟଙ୍କା ଉପରେ ଥିବାବେଳେ ୪ ଜିଲ୍ଲାରେ ପେଟ୍ରୋଲ ଦର ୯୫ ଟଙ୍କା ଉପରେ ରହିଛି । ରାଜ୍ୟରେ ପେଟ୍ରୋଲ ଲିଟର ପିଛା ସର୍ବାଧିକ ୯୭ ଟଙ୍କା ୩ ପଇସା ମାଲକାନଗିରିରେ ରହିଛି । ନବରଙ୍ଗପୁର ଓ କୋରାପୁଟରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୧୫ ପଇସାରେ ବିକ୍ରି ହେଉଛି । ରାୟଗଡ଼ାରେ ୯୫ ଟଙ୍କା ୭୩ ପଇସା ରହିଛି ପେଟ୍ରୋଲ ।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ପେଟ୍ରୋଲ ଭଳି ଡିଜେଲ ଦରରେ ନିଆଁ ଲାଗିଛି । ମାଲକାନଗିରିରେ ଡିଜେଲର ସର୍ବାଧିକ ମୂଲ୍ୟ ଲିଟର ପିଛା ୯୩ ଟଙ୍କା ୯୪ ପଇସା ରହିଛି । ନବରଙ୍ଗପୁର ଓ କୋରାପୁଟରେ ଡିଜେଲ୍ ଲିଟର ପିଛା ୯୩ ଟଙ୍କା ୯ ପଇସାରେ ବିକ୍ରି ହେଉଥିବା ବେଳେ ରାୟଗଡ଼ାରେ ୯୨ ଟଙ୍କା ୬୬ ପଇସା ରହିଛି । ୪ ଦିନ ଭିତରେ ପଟ୍ରୋଲ ଲିଟର ପିଛା ୯୦ ପଇସା ବଢ଼ିଥିବା ବେଳେ ଡିଜେଲ୍ ୧ ଟଙ୍କା ବଢ଼ିଛି ।

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

07 May 2021 By The Sakala

କରୋନା ସଙ୍କଟବେଳେ ଉପରମୁଁହା ତୈଳଦର, ୪ ଦିନରେ ଡିଜେଲ ଏକ ଟଙ୍କା ମହଙ୍ଗା

କରୋନା ସଂକ୍ରମଣ ଦିନକୁ ଦିନ ବଢିବା ସହିତ ତୈଳଦର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଶୁକ୍ରବାର ଲଗାତାର ଚତୁର୍ଥ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇ ୯୧ ଟଙ୍କା ୨୭ ପଇସାରେ ବିକ୍ରି ହେଉଛି । ସେହିଭଳି ଡିଜେଲ ଲିଟର ପିଛା ୩୧ ପଇସା ବଢ଼ି ୮୧ ଟଙ୍କା ୭୩ ପଇସାରେ ପହଞ୍ଚିଛି ।

ଓଡ଼ିଶାରେ ମଧ୍ୟ ତୈଳଦର ବଢ଼ିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ପେଟ୍ରୋଲ ଦର ୯୦ ଟଙ୍କା ଉପରେ ଥିବାବେଳେ ୪ ଜିଲ୍ଲାରେ ପେଟ୍ରୋଲ ଦର ୯୫ ଟଙ୍କା ଉପରେ ରହିଛି । ରାଜ୍ୟରେ ପେଟ୍ରୋଲ ଲିଟର ପିଛା ସର୍ବାଧିକ ୯୭ ଟଙ୍କା ୩ ପଇସା ମାଲକାନଗିରିରେ ରହିଛି । ନବରଙ୍ଗପୁର ଓ କୋରାପୁଟରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୧୫ ପଇସାରେ ବିକ୍ରି ହେଉଛି । ରାୟଗଡ଼ାରେ ୯୫ ଟଙ୍କା ୭୩ ପଇସା ରହିଛି ପେଟ୍ରୋଲ ।

ପେଟ୍ରୋଲ ଭଳି ଡିଜେଲ ଦରରେ ନିଆଁ ଲାଗିଛି । ମାଲକାନଗିରିରେ ଡିଜେଲର ସର୍ବାଧିକ ମୂଲ୍ୟ ଲିଟର ପିଛା ୯୩ ଟଙ୍କା ୯୪ ପଇସା ରହିଛି । ନବରଙ୍ଗପୁର ଓ କୋରାପୁଟରେ ଡିଜେଲ୍ ଲିଟର ପିଛା ୯୩ ଟଙ୍କା ୯ ପଇସାରେ ବିକ୍ରି ହେଉଥିବା ବେଳେ ରାୟଗଡ଼ାରେ ୯୨ ଟଙ୍କା ୬୬ ପଇସା ରହିଛି । ୪ ଦିନ ଭିତରେ ପଟ୍ରୋଲ ଲିଟର ପିଛା ୯୦ ପଇସା ବଢ଼ିଥିବା ବେଳେ ଡିଜେଲ୍ ୧ ଟଙ୍କା ବଢ଼ିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର